BIMSTEC Athletics: ବିମ୍‌ଷ୍ଟେକ୍‌ ଆଥଲେଟିକ୍ସ: ପ୍ରଥମ ଦିନରେ ଭାରତକୁ ୬ ସ୍ବର୍ଣ୍ଣ

Nov 26, 2026 - 05:24
BIMSTEC Athletics: ବିମ୍‌ଷ୍ଟେକ୍‌ ଆଥଲେଟିକ୍ସ: ପ୍ରଥମ ଦିନରେ ଭାରତକୁ ୬ ସ୍ବର୍ଣ୍ଣ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ବୁଧବାର ଆରମ୍ଭ ହୋଇଥିବା ପ୍ରଥମ ବିମ୍‌ଷ୍ଟେକ୍‌ ୨୩ ବର୍ଷରୁ କମ୍‌ ଆଥଲେଟିକ୍ସ ପ୍ରତିଯୋଗିତାର ପ୍ରଥମ ଦିନରେ ଭାରତୀୟ ଖେଳାଳି ଆଧିପତ୍ୟ ବିସ୍ତାର କରିଛନ୍ତି।

ପ୍ରଥମ ଦିନରେ ନିଷ୍ପତ୍ତି ହୋଇଥିବା ୮ଟି ସ୍ୱର୍ଣ୍ଣ ପଦକ ମଧ୍ୟରୁ ଆୟୋଜକ ଭାରତ ୬ଟି ଜିତିଥିବା ବେଳେ ଶ୍ରୀଲଙ୍କା ୨ଟି ହାସଲ କରିଛି।

୧୦୦ ମିଟର ଦୌଡ଼ର ଉଭୟ ମହିଳା ଓ ପୁରୁଷ ବିଭାଗରେ ଭାରତ ଓ ଶ୍ରୀଲଙ୍କା ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ଜିତିଛନ୍ତି।

ମହିଳା ୧୦୦ ମିଟରରେ ଭାରତର ମ୍ରିଥିକା ଟି' ୧୨.୦୨ ସେକେଣ୍ଡ ସମୟ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଶ୍ରୀଲଙ୍କାର କେ.

ରିସାନ୍ସା ହିରୁପମା (୧୨.୦୭ ସେକେଣ୍ଡ) ରୌପ୍ୟ ଏବଂ ବାଂଲାଦେଶର ଦେୱାନ ସୁମାୟା (୧୨.୨୪ ସେକେଣ୍ଡ) କାଂସ୍ୟ ପଦକ ପାଇଛନ୍ତି।

ପୁରୁଷ ୧୦୦ ମିଟରରେ ଶ୍ରୀଲଙ୍କାର ଦୀନେଥ ଇନ୍ଦୁୱାରା ୱିରାରତ୍ନା ୧୦.୩୫ ସେକେଣ୍ଡ ସମୟ ସହ ପ୍ରଥମ ହୋଇଥିଲେ।

ଭାରତର ଋଷିପ୍ରସାଦ ଦେଶାଇ (୧୦.୪୬ ସେକେଣ୍ଡ) ରୌପ୍ୟ ଏବଂ ଶ୍ରୀଲଙ୍କାର ସାଦ୍‌ ଜମାଲୁଦିନ୍‌ (୧୦.୫୭ ସେକେଣ୍ଡ) କାଂସ୍ୟ ଜିତିଛନ୍ତି।

ପୁରୁଷ ୧୫୦୦ ମିଟରରେ ଭାରତର ହିତେଶ ୩ ମିନିଟ୍‌ ୫୬.୭୨ ସେକେଣ୍ଡ ସମୟ ସହ ସ୍ୱର୍ଣ୍ଣ ଜିତିଛନ୍ତି।

Advertisment Brain Stroke: 'ଷ୍ଟ୍ରୋକ୍‌କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ' ଅଭିଯାନରେ ସାମିଲ ହେଲେ ପ୍ରାୟ ୩୦୦ ଛାତ୍ରଛାତ୍ରୀ ମ୍ରିଥିକା ଓ ଦିନେଶ ଦ୍ରୁତତମ ଶ୍ରୀଲଙ୍କାର ନେଥସାରା ଦିନେଥ ଗଗବାଡା (୩:୫୬.୯୦) ରୌପ୍ୟ ଏବଂ ଭାରତର ରାହୁଲ ସରନାଲିୟା (୩:୫୭.୩୮) କାଂସ୍ୟ ପଦକ ପାଇଛନ୍ତି।

ପୁରୁଷ ହାଇଜମ୍ପ୍‌ରେ ଶ୍ରୀଲଙ୍କାର ନେଥ୍ୟା ସମ୍ପଥ ଜୋନିକ୍କୁ, ଭାରତର ବିନୟ ବି ଓ ଅମ୍ବ୍ରିଶ କେ' ୨.୦୮ ମିଟର ଲେଖାଏଁ ଡେଇଁଥିଲେ।

ତେବେ ଶ୍ରୀଲଙ୍କାର ନେଥ୍ୟା ସ୍ୱର୍ଣ୍ଣ ଏବଂ ଭାରତୀୟ ଦୁଇ ଖେଳାଳି ରୌପ୍ୟ ଓ କାଂସ୍ୟ ପଦକ ପାଇଛନ୍ତି।

ପୁରୁଷ ସଟ୍‌ପୁଟ୍‌ରେ ଭାରତର ଅନୁରାଗ ସିଂହ କାଲେର ୧୮.୩୪ ମିଟର ଫିଙ୍ଗି ସ୍ୱର୍ଣ୍ଣ ଜିତିଛନ୍ତି।

ଅତୁଲ (୧୫.୯୬ ମିଟର) ରୌପ୍ୟ ଏବଂ ଶ୍ରୀଲଙ୍କାର ଡବ୍ଲ୍ୟୁ.

ଜୟଭି ରଣହଲୱିସ୍‌ (୧୫.୧୭ ମିଟର) କାଂସ୍ୟ ଜିତିଥିଲେ।

ଟ୍ରିପଲ୍‌ ଜମ୍ପ୍‌ରେ ଭାରତର ଦକ୍ଷ ବିଷ୍ଣୋଇ ୧୫.୫୮ ମିଟର ଡେଇଁ ସ୍ୱର୍ଣ୍ଣ ହାସଲ କରିଥିବା ବେଳେ ଶ୍ରୀଲଙ୍କାର ସେନୁରା ହଂସକା (୧୫.୩୨ ମିଟର) ରୌପ୍ୟ ଓ ଭାରତର ଯୁବରାଜ କେ (୧୫.୧୪ ମିଟର) କାଂସ୍ୟ ପାଇଛନ୍ତି।

ମହିଳା ଡିସ୍‌କସ୍‌ ଥ୍ରୋ'ରେ ଭାରତର ପ୍ରିୟା ୫୨.୦୩ ମିଟର ଏବଂ ନିକିତା କୁମାରୀ ୫୦.୦୨ ମିଟର ଫିଙ୍ଗି ପ୍ରଥମ ଦୁଇଟି ସ୍ଥାନ ଦଖଲ କରିଥିଲେ।

ଶ୍ରୀଲଙ୍କାର ବି.ଏ.କେ.କେ.

ବାଲାସୁରିୟା ୪୪.୯୭ ମିଟର ସହ କାଂସ୍ୟ ଜିତିଥିଲେ।

ଦିନର ଶେଷ ଇଭେଣ୍ଟ ମହିଳା ୫୦୦୦ ମିଟର ଦୌଡ଼ରେ ଭାରତର ସୋନମ ପରମାର (୧୭:୩୧.୧୨) ଓ ସୁନୀତା ଦେବୀ (୧୭:୩୧.୬୬) ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ଜିତିଥିଲେ।

ଶ୍ରୀଲଙ୍କାର କେ.

ନିଦୁକି ପ୍ରାର୍ଥନା (୧୭:୪୭.୦୭) କାଂସ୍ୟ ପଦକ ହାସଲ କରିଛନ୍ତି।

Income Tax: ଆୟକର ବିଭାଗର ଟିକସଦାତା ହବ୍‌-୨୦୨୬ ଆରମ୍ଭ ଏହା ପୂର୍ବରୁ କ୍ରୀଡ଼ା ଓ ଯୁବସେବା ବିଭାଗର କମିସନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂହ ପୁନିଆ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ।

ଉତ୍ସବରେ ବିଶ୍ୱ ଦୌଡ଼କୁଦ ସଂଘର ଉପସଭାପତି ତଥା ଆଥଲେଟିକ୍ସ ଫେଡେରେସନ୍‌ ଅଫ୍‌ ଇଣ୍ଡିଆର ପୂର୍ବତନ ସଭାପତି ଆଦିଲ୍‌ ସୁମାରିୱାଲା ଏବଂ ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଟାର୍ଗେଟ୍‌ ଅଲିମ୍ପିକ୍‌ ପୋଡିୟମ୍‌ ଯୋଜନାର ମୁଖ୍ୟ କର୍ଣ୍ଣେଲ ନଚ୍ଛତର ସିଂହ ଜୋହଲ ଉପସ୍ଥିତ ଥିଲେ।

ଶ୍ରୀ ପୁନିଆ ଖେଳାଳି ଓ ଅଧିକାରୀଙ୍କୁ ସ୍ୱାଗତ କରିବା ସହ ଓଡ଼ିଶା ଭାରତର ଏକ ପ୍ରମୁଖ ଅନ୍ତର୍ଜାତୀୟ କ୍ରୀଡ଼ା କେନ୍ଦ୍ର ପାଲଟିଛି ବୋଲି କହିଥିଲେ।

ବିମ୍‌ଷ୍ଟେକ୍‌ ପ୍ରତିଯୋଗିତା କେବଳ ପଦକ ଜିତିବାର ମଞ୍ଚ ନୁହେଁ, ବରଂ ଦେଶଗୁଡ଼ିକ ମଧ୍ୟରେ ସ୍ଥାୟୀ ବନ୍ଧୁତା ଓ ଅଭିଜ୍ଞତା ଆଦାନପ୍ରଦାନର ସୁଯୋଗ ବୋଲି ସେ ମତ ଦେଇଥିଲେ।

ସେହିପରି କ୍ରୀଡ଼ା ଭାଷା, ସଂସ୍କୃତି ଓ ଭୌଗୋଳିକ ସୀମାକୁ ଅତିକ୍ରମ କରି ଦେଶଗୁଡ଼ିକୁ ଏକାଠି କରିଥାଏ ବୋଲି ସୁମାରିୱାଲା କହିଥିଲେ।

ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ ୬ଟି ଦେଶର ୨୧୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି।

ପ୍ରତିଯୋଗିତା ଆରମ୍ଭ ହେବା ପୂର୍ବରୁ ଭାରତର ଉଦୀୟମାନ ଜୁନିୟର ଅନ୍ତର୍ଜାତୀୟ ଥ୍ରୋୟର୍‌ ଭରତପ୍ରୀତ ସିଂହ ଶପଥ ପାଠ କରାଇଥିଲେ।

ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ ପରିବେଷଣ ପରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)