Big Warning from SRC: ବାତ୍ୟା ଅକୱାନକୁ ନେଇ SRCଙ୍କ ବଡ଼ ନିର୍ଦ୍ଦେଶ, ୫ ଜିଲ୍ଲାକୁ ହାଇଆଲର୍ଟ
ବାତ୍ୟା 'ଅକୱାନ'କୁ ନେଇ ବଢ଼ିଲା ପ୍ରଶାସନିକ ତତ୍ପରତା।
ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଏବେଠାରୁ ଆକ୍ସନ ମୋଡ୍କୁ ଆସିଛି ରାଜ୍ୟ ପ୍ରଶାସନ।
ଏନେଇ ୫ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)।
Advertisment SRCଙ୍କ ସତର୍କତା ତାଲିକାରେ ରହିଛି ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କଟକ ଜିଲ୍ଲା।
ଏହି ସବୁ ଜିଲ୍ଲାରେ ବାତ୍ୟା ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।
ବିଶେଷକରି ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ରହିଛି।
କେବଳ ସତର୍କ କରାଇବା ନୁହେଁ, ବିପଦପୂର୍ଣ୍ଣ ଘରେ ରହୁଥିବା ଲୋକଙ୍କୁ ତୁରନ୍ତ ସୁରକ୍ଷିତ ଆଶ୍ରୟସ୍ଥଳକୁ ନେବାକୁ SRC ନିର୍ଦ୍ଦେଶ ଦେଇଛନ୍ତି।
ଯେଉଁ ଅଞ୍ଚଳରେ ବାତ୍ୟାର ପ୍ରଭାବ ଅଧିକ ରହିବାର ଆଶଙ୍କା ଅଛି, ସେଠାରେ ଲୋକଙ୍କୁ ଆଗୁଆ ସ୍ଥାନାନ୍ତର କରିବା ଉପରେ ଫୋକସ୍ କରାଯାଇଛି।
Advertisment ଏଥିସହ ଆଶ୍ରୟସ୍ଥଳୀଗୁଡ଼ିକରେ ପର୍ଯ୍ୟାପ୍ତ ପାନୀୟ ଜଳ, ଖାଦ୍ୟ ଓ ଔଷଧ ମହଜୁଦ ରଖିବାକୁ କୁହାଯାଇଛି।
ଆବଶ୍ୟକ ସମୟରେ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ସମସ୍ତ ବ୍ୟବସ୍ଥା ଆଗୁଆ ସୁନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ରହିଛି।
ତେବେ ବାତ୍ୟା ଅକୱାନକୁ ନେଇ ଏବେଠାରୁ ସତର୍କ ହୋଇଛି ପ୍ରଶାସନ।
ବିପଦ ଆସିବା ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ରଖିବା ଏବଂ ସମ୍ଭାବ୍ୟ କ୍ଷୟକ୍ଷତିକୁ କମାଇବା ହିଁ ଏବେ ପ୍ରଶାସନର ପ୍ରମୁଖ ଲକ୍ଷ୍ୟ। #ଜିଲ୍ଲାପାଳଙ୍କୁ_SRCଙ୍କ_ଚିଠି -ବାତ୍ୟା ଅକୱାନ୍; ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ SRC -ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କଟକ ଜିଲ୍ଲାକୁ ସତର୍କତା -ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ -ବିପଦପୂର୍ଣ୍ଣ ଘରେ ରହୁଥିବା ଲୋକଙ୍କୁ ଆଶ୍ରୟସ୍ଥଳ ନିଅ- SRC -ଆଶ୍ରୟସ୍ଥଳ, ଖାଦ୍ୟ, ପାଣି, ଔଷଧ… pic.twitter.com/zFQbWJ9YzL — ଓଟିଭି (@otvkhabar) November 18, 2026
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
