Big Verdict In Delhi Riots: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲା, ତାହିର ହୁସେନଙ୍କ ସମେତ ୫ ଜଣଙ୍କୁ ଆଜୀବନ ସଜା

Jul 31, 2026 - 18:46
Big Verdict In Delhi Riots: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲା, ତାହିର ହୁସେନଙ୍କ ସମେତ ୫ ଜଣଙ୍କୁ ଆଜୀବନ ସଜା

୨୦୨୦ ଦିଲ୍ଲୀ ଦଙ୍ଗା ସମୟରେ ଆଇବି କର୍ମଚାରୀ ଅଙ୍କିତ ଶର୍ମା ହତ୍ୟା ମାମଲାରେ ଆସିଛି ବଡ଼ ରାୟ। ପୂର୍ବତନ ଆପ୍ କାଉନସିଲର ତାହିର ହୁସେନଙ୍କ ସମେତ ୫ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଦିଲ୍ଲୀର କର୍କରଡୁମା କୋର୍ଟ।

ଦିଲ୍ଲୀର କର୍କରଡୁମା ଅଦାଲତ ପୂର୍ବତନ ଆପ୍ ନେତା ତାହିର ହୁସେନ, ନାଜିମ, କାସିମ, ଜାଭେଦ ଓ ଅନସଙ୍କୁ ଅଙ୍କିତ ଶର୍ମା ହତ୍ୟା, ଆପରାଧିକ ଷଡ଼ଯନ୍ତ୍ର ସମେତ ବିଭିନ୍ନ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୋଗ ପକ୍ଷ ମୃତ୍ୟୁଦଣ୍ଡ ଦାବି କରିଥିଲେ ମଧ୍ୟ ଅଦାଲତ ଏହାକୁ ଖାରଜ କରି ଆଜୀବନ ସଜା ଶୁଣାଇଛନ୍ତି।

ରାୟ ଶୁଣାଇବା ବେଳେ ଅଦାଲତ କହିଛନ୍ତି, କେବଳ ଧର୍ମ ଆଧାରରେ ଏହି ହତ୍ୟାକାଣ୍ଡ ଘଟାଯାଇଥିଲା ଏବଂ ଅପରାଧର ବର୍ବରତା ସମାଜକୁ ଅତ୍ୟନ୍ତ ବିଚଳିତ କରିଥିଲା। ସେପଟେ ତାହିର ହୁସେନ ଏହି ରାୟକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି। ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏହାକୁ ନ୍ୟାୟର ବିଜୟ ବୋଲି କହିଥିବା ବେଳେ, କିଛି ନେତା ହାଇକୋର୍ଟରେ ମୃତ୍ୟୁଦଣ୍ଡ ଦାବି କରିବାକୁ ମତ ପ୍ରକାଶ କରିଛନ୍ତି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।