IMD Warns Of Weak August Monsoon: ଅଗଷ୍ଟରେ ସ୍ୱାଭାବିକଠାରୁ କମ୍ ହେବ ବର୍ଷା, ପାଣିପାଗ ବିଭାଗର ଆକଳନ

Jul 31, 2026 - 19:06
IMD Warns Of Weak August Monsoon: ଅଗଷ୍ଟରେ ସ୍ୱାଭାବିକଠାରୁ କମ୍ ହେବ ବର୍ଷା, ପାଣିପାଗ ବିଭାଗର ଆକଳନ

ଦେଶବାସୀଙ୍କ ପାଇଁ ପାଣିପାଗକୁ ନେଇ ଆସିଛି ନୂଆ ପୂର୍ବାନୁମାନ। ଅଗଷ୍ଟ ମାସରେ ସାରା ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)। 

ଆଇଏମଡିର ସଦ୍ୟତମ ପୂର୍ବାନୁମାନ ଅନୁସାରେ, ଅଗଷ୍ଟ ୨୦୨୬ରେ ଦେଶର ମୋଟ ବର୍ଷା ଦୀର୍ଘକାଳୀନ ହାରର ୯୪ ପ୍ରତିଶତରୁ କମ୍ ରହିପାରେ। ପ୍ରଶାନ୍ତ ମହାସାଗରରେ ମଧ୍ୟମ ଧରଣର ଏଲ୍ ନିନୋ ପ୍ରଭାବ ଜାରି ରହିଥିବାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେବାର ଆଶଙ୍କା ରହିଛି। ତେବେ ଉତ୍ତର-ପଶ୍ଚିମ ଭାରତ, ଉତ୍ତର-ପୂର୍ବ, ପୂର୍ବ-ମଧ୍ୟ ଭାରତ ଓ ପୂର୍ବ ଉପଦ୍ୱୀପର କିଛି ଅଞ୍ଚଳରେ ସ୍ୱାଭାବିକ କିମ୍ବା ତାଠାରୁ ଅଧିକ ବର୍ଷା ହୋଇପାରେ।

ଆଇଏମଡି କହିଛି, ଅଗଷ୍ଟ ଓ ସେପ୍ଟେମ୍ବର ମିଶିତ ମୌସୁମୀ ଋତୁର ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ବର୍ଷା ସ୍ୱାଭାବିକଠାରୁ କମ୍ ରହିବାର ସମ୍ଭାବନା ଅଛି। ତେବେ ସେପ୍ଟେମ୍ବରରେ ପଜିଟିଭ୍ ଇଣ୍ଡିଆନ୍ ଓସିଆନ୍ ଡାଇପୋଲ୍ ସୃଷ୍ଟି ହେଲେ ବର୍ଷା ବୃଦ୍ଧି ପାଇପାରେ ବୋଲି କିଛି ଜଳବାୟୁ ମଡେଲ୍ ସୂଚନା ଦେଉଛି। କୃଷି, ଜଳଭଣ୍ଡାର ଓ ଜଳ ସୁରକ୍ଷା ଦୃଷ୍ଟିରୁ ଆସନ୍ତା ଦୁଇ ମାସର ପାଣିପାଗ ସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।