Big Relief For Buyers: ପୁଣି ଖସିଲା ସୁନା ଦର! ୧୦ ଗ୍ରାମ ପିଛା ୭୫୦ ଟଙ୍କା ଶସ୍ତା, ରୁପା ବି ହେଲା ଶସ୍ତା

Nov 16, 2026 - 16:48
Big Relief For Buyers: ପୁଣି ଖସିଲା ସୁନା ଦର! ୧୦ ଗ୍ରାମ ପିଛା ୭୫୦ ଟଙ୍କା ଶସ୍ତା, ରୁପା ବି ହେଲା ଶସ୍ତା

ସୁନା କିଣିବାକୁ ଅପେକ୍ଷା କରିଥିଲେ କି?

ତେବେ ଆପଣଙ୍କ ପାଇଁ ଆସିଛି ଭଲ ଖବର।

ପୁଣି ଥରେ ଖସିଛି ସୁନା ଦର।

ଲଗାତାର ଦର ହ୍ରାସ ଯୋଗୁଁ ଗ୍ରାହକଙ୍କୁ ମିଳିଛି ଆଶ୍ୱସ୍ତି।

କେବଳ ସୁନା ନୁହେଁ, ରୁପା ଦରରେ ମଧ୍ୟ ହୋଇଛି ବଡ଼ ହ୍ରାସ।

ଗୋଟିଏ ଦିନରେ ସୁନା ୭୫୦ ଟଙ୍କା ଶସ୍ତା ହୋଇଥିବା ବେଳେ ରୁପା କିଲୋ ପିଛା ଖସିଛି ୫ ହଜାର ଟଙ୍କା।

ଫଳରେ ଗହଣା କିଣିବାକୁ ଯୋଜନା କରୁଥିବା ଲୋକଙ୍କ ମନରେ ଏବେ ଖୁସି ଦେଖିବାକୁ ମିଳିଛି।

Advertisment ୧୦ ଗ୍ରାମ ସୁନାରେ ୭୫୦ ଟଙ୍କା ହ୍ରାସ ସୁନା ବଜାରରେ ଏବେ ଦେଖିବାକୁ ମିଳୁଛି ଦର ହ୍ରାସର ଟ୍ରେଣ୍ଡ।

୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦର ୭୫୦ ଟଙ୍କା ହ୍ରାସ ପାଇଛି।

ଏହାପରେ ଦର ଖସି ୧ ଲକ୍ଷ ୨୫ ହଜାର ଟଙ୍କାରେ ପହଞ୍ଚିଛି।

ସେହିପରି ୨୪ କ୍ୟାରେଟ୍ ସୁନା ଦର ମଧ୍ୟ କମିଛି।

୧୦ ଗ୍ରାମ ପିଛା ୮୨୦ ଟଙ୍କା ହ୍ରାସ ପାଇବା ପରେ ଏହାର ଦର ୧ ଲକ୍ଷ ୩୬ ହଜାର ଟଙ୍କାକୁ ଖସି ଆସିଛି।

ରୁପା ଦରରେ ବି ବଡ଼ ହ୍ରାସ ସୁନା ସହ ରୁପା କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ମଧ୍ୟ ରହିଛି ଆଶ୍ୱସ୍ତିର ଖବର।

ରୁପା କିଲୋ ପିଛା ଦରରେ ଏକାଥରକେ ୫ ହଜାର ଟଙ୍କା ହ୍ରାସ ହୋଇଛି।

ପୂର୍ବରୁ ୨ ଲକ୍ଷ ଟଙ୍କା ଆଖପାଖରେ ରହିଥିବା ରୁପା ଦର ଏବେ ୧ ଲକ୍ଷ ୯୦ ହଜାର ଟଙ୍କାରୁ ତଳକୁ ଖସିଛି।

Advertisment ୬ ମାସରେ ସବୁଠୁ କମ୍ ଦର!

ଗତ କିଛି ଦିନ ଧରି ସୁନା ଓ ରୁପା ଦରରେ ଲଗାତାର ହ୍ରାସ ଦେଖିବାକୁ ମିଳୁଛି।

ଦିନକୁ ଦିନ ଦର କମୁଥିବାରୁ ବଜାରରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି।

ଦିଆଯାଇଥିବା ତଥ୍ୟ ଅନୁସାରେ, ଗତ ୬ ମାସ ମଧ୍ୟରେ ବର୍ତ୍ତମାନର ସୁନା ଓ ରୁପା ଦର ସବୁଠୁ କମ୍ ସ୍ତରରେ ରହିଛି।

ତେବେ ପ୍ରଶ୍ନ ହେଉଛି, ଏହି ଦର ହ୍ରାସ ଆଗକୁ ମଧ୍ୟ ଜାରି ରହିବ ନା ଦର ପୁଣି ବଢ଼ିବ?

ସୁନା କିଣିବାକୁ ଅପେକ୍ଷା କରିଥିବା ଗ୍ରାହକଙ୍କ ନଜର ଏବେ ବଜାରର ପରବର୍ତ୍ତୀ ଦର ଉପରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)