Big Decision Amid Cyclone Threat: ବାତ୍ୟା ଅକୱାନ ପାଇଁ ବଡ଼ ନିଷ୍ପତ୍ତି,୨ ଦିନ ସ୍କୁଲ୍‌, କଲେଜ ଛୁଟି

Nov 18, 2026 - 16:54
Big Decision Amid Cyclone Threat: ବାତ୍ୟା ଅକୱାନ ପାଇଁ ବଡ଼ ନିଷ୍ପତ୍ତି,୨ ଦିନ ସ୍କୁଲ୍‌, କଲେଜ ଛୁଟି

ସମ୍ଭାବ୍ୟ ବାତ୍ୟା 'ଅକୱାନ'କୁ ନେଇ ବଢ଼ିଲା ସତର୍କତା।

ବାତ୍ୟା ସହ ବର୍ଷାର ଆଶଙ୍କାକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନେଇଛି ଗଜପତି ଜିଲ୍ଲା ପ୍ରଶାସନ।

ଜିଲ୍ଲାରେ ଦୁଇ ଦିନ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।

Advertisment ସୂଚନା ଅନୁସାରେ, ନଭେମ୍ବର ୧୯ ଓ ୨୦ ତାରିଖରେ ଗଜପତି ଜିଲ୍ଲାର ସମସ୍ତ ସ୍କୁଲ୍‌, କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ।

ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାର ପ୍ରଭାବରୁ ଛାତ୍ରଛାତ୍ରୀ ଏବଂ ଶିଶୁମାନଙ୍କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।

ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ନେଇ ଜିଲ୍ଲା ପ୍ରଶାସନ ଆଗୁଆ ସଜାଗ ହୋଇଛି।

ବିଶେଷକରି ତଳିଆ ଅଞ୍ଚଳ ଓ ପାହାଡ଼ିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି।

Advertisment ତେବେ ବାତ୍ୟା ଅକୱାନକୁ ନେଇ ପ୍ରଶାସନର ଏହି ଆଗୁଆ ପଦକ୍ଷେପ ପରେ ଜିଲ୍ଲାବାସୀଙ୍କୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଜରୁରୀ ନଥିଲେ ବାହାରକୁ ନଯିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ଅନୁରୋଧ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)