Bhubaneswar Dense Fog: ସକାଳୁ ସକାଳୁ ଘନ କୁହୁଡ଼ିର ଆସ୍ତରଣ, ୪ ଜିଲ୍ଲାକୁ ପାଣିପାଗ ବିଭାଗର ଆଲର୍ଟ
ରାଜଧାନୀରେ ଘନ କୁହୁଡ଼ି।
କୁହୁଡ଼ି ଚାଦରରେ ଘୋଡ଼େଇ ହୋଇ ରହିଛି ଭୁବନେଶ୍ବର ।
ପାଗ ବଦଳିବା ସହିତ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି।
ସହରର ବିଭିନ୍ନ ଅଞ୍ଚଳ କୁହୁଡ଼ିରେ ଢାଙ୍କି ହୋଇ ରହିଥିବାରୁ ଦୃଶ୍ୟମାନତା ହ୍ରାସ ପାଇଛି।
ପ୍ରାୟ ୫୦ ମିଟର ଆଗକୁ ଦେଖିବା ସମ୍ଭବ ହେଉନି ।
ଫଳରେ ଯାତାୟାତ କରୁଥିବା ଲୋକେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
Advertisment ସେପଟେ କୁହୁଡ଼ିର ଧଳା ଚାଦରରେ ଘୋଡ଼େଇ ହୋଇଛି ଶ୍ରୀକ୍ଷେତ୍ର ପୁରୀ।
ଶ୍ରୀମନ୍ଦିର ମଧ୍ୟ କୁହୁଡ଼ି ଭିତରେ ଲୁଚି ରହିଥିବା ଦେଖିବାକୁ ମିଳିଛି।
କୁହୁଡ଼ିଆ ପରିବେଶ ଶ୍ରୀକ୍ଷେତ୍ରରେ ଏକ ଭିନ୍ନ ଦୃଶ୍ୟ ସୃଷ୍ଟି କରିଛି।
ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁସାରେ, ଆଜି ସକାଳ ୮ଟା ୩୦ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବ ।
ଏଥିପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ଖୋର୍ଦ୍ଧା ଓ କୋରାପୁଟ ଜିଲ୍ଲାକୁ ଆଲର୍ଟ ଜାରି କରିଯାଇଛି ।
ଯାନବାହନ ଚଳାଚଳ ବେଳେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
