Bhitarkanika: ଭିତରକନିକାରେ ନଦୀ ସଫାରି ସୁବିଧା
"ଭୁବନେଶ୍ବର: ଭିତରକନିକା ଜାତୀୟ ଉଦ୍ୟାନରେ ନଦୀ ସଫାରି କରିବାର ସୁବିଧା ରହିଛି।
ଦେଶର ଅଗ୍ରଣୀ କ୍ରୁଜ୍ ପରିଚାଳନାକାରୀ ସଂସ୍ଥା ଅନ୍ତରା କ୍ରୁଜେସ୍ ଏହି ସୁବିଧା ଗତ ଦୁଇ ବର୍ଷ ଧରି ଯୋଗାଇ ଦେଉଛି।
ଏହାର ଚାରିଟି କାଟାମାରାନ୍ ରହିଛି ଯେଉଁଥିରେ ଅତିଥି ଭାବେ ନଦୀ ସଫାରିର ମଜା ନେଇପାରୁଛନ୍ତି।Advertisment କାଟାମାରାନଗୁଡ଼ିକ ହେଉଛି ଏମ୍ଭି ମହାନଦୀ, ଏମ୍ଭି ବ୍ରାହ୍ମଣୀ, ଏମ୍ଭି ବୈତରଣୀ ଓ ଏମ୍ଭି ଭିତରକନିକା।
ପ୍ରତ୍ୟେକ ବୋଟ୍ରେ ଦୁଇଟି ଉନ୍ନତମାନର କ୍ୟାବିନ୍ ରହିଛି ଯେଉଁଥିରେ ସର୍ବାଧିକ ଚାରିଜଣ ଯାତ୍ରୀ ରହିପାରିବେ।
ନିରୋଳା ପରିବେଶ ଓ ନିଆରା ଛୁଟିର ଅନୁଭୂତି ଚାହୁଥିବା ତଥା ବନ୍ୟପ୍ରାଣୀ ପ୍ରେମୀଙ୍କୁ କମ୍ପାନି ହେନ୍ତାଳବନ ଭିତରେ ଯାତ୍ରା କରାଉଛି।
Dolphin Counting: ଭିତରକନିକାରେ ଡଲଫିନ ଗଣନା ଆଜିଠୁ ତିନି ଦିନ ଧରି ଚାଲିବ ଏହି ଅବସରରେ କମ୍ପାନିର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ରାଜ ସିଂହ କହିଛନ୍ତି, ଆଫ୍ରିକାର ମାସାଇ ମାରା ଭଳି ବିଶ୍ୱପ୍ରସିଦ୍ଧ ଜଙ୍ଗଲ ଗନ୍ତବ୍ୟସ୍ଥଳୀଗୁଡ଼ିକ ସହିତ ଭିତରକନିକାକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ଆମର ମୁଖ୍ୟ ଲକ୍ଷ୍ୟ।
ଏକ ନିର୍ମଳ ଓ ଅପହଂଚ ପ୍ରାକୃତିକ ପରିବେଶକୁ ଅତି ପାଖରୁ ଅନୁଭବ କରିବାର ସୁଯୋଗ ମିଳୁଥିବାରୁ ଉଭୟ ଦେଶୀ ଏବଂ ବିଦେଶୀ ପର୍ଯ୍ୟଟକମାନେ ଏହି ଯାତ୍ରାକୁ ବେଶ୍ ପ୍ରଶଂସା କରିଥିବା ସେ କହିଛନ୍ତି।
କମ୍ପାନି ମହାନଦୀରେ ମଧ୍ୟ ସମାନ ଧରଣର ସୁବିଧା ଆରମ୍ଭ କରିବା ବିଷୟରେ ବିଚାର କରୁଛି।
ଏନେଇ ପର୍ଯ୍ୟଟନ ବିଭାଗ ସହ ଯୋଗାଯୋଗରେ ରହିଛି।
କେଉଁଭଳି ସହଯୋଗିତା ଜରିଆରେ ନଦୀରେ କ୍ରୁଜ ପରିଚାଳନାକୁ ବ୍ୟାପକ କରାଯାଇପାରିବ, ସେନେଇ ଉଭୟ ପକ୍ଷ ବିଚାରବିମର୍ଶ ଜାରି ରଖିଥିବା ଶ୍ରୀ ସିଂହ ସୂଚନା ଦେଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
