Education: ଧନ୍ଦାମୂଳକ ଶିକ୍ଷା ପାଇଁ ଓସେପା ଓ ଓୟୁଏଯି ମଧ୍ୟରେ ବୁଝାମଣା

Sep 12, 2026 - 22:28
Education: ଧନ୍ଦାମୂଳକ ଶିକ୍ଷା ପାଇଁ ଓସେପା ଓ ଓୟୁଏଯି ମଧ୍ୟରେ ବୁଝାମଣା

"ଭୁବନେଶ୍ୱର: ଓଡ଼ିଶା ବିଦ୍ୟାଳୟ ଶିକ୍ଷା କର୍ଯ୍ୟକରଣ ପ୍ରାଧିକରଣ (OSEPA) ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟାବହାରିକ ଏବଂ କ୍ଷେତ୍ର-ଭିତ୍ତିକ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରିବା ପାଇଁ ଆଜି ଆନୁଷ୍ଠାନିକ ଭାବେ ଏହାରଶୁଭାରମ୍ଭ କରାଯାଇଛି।Advertisment ଓଡ଼ିଶାର ୨୦ଟି ଜିଲ୍ଲାର ୨୬ଟି ପିଏମ୍ ଶ୍ରୀ, ସରକାରୀ ଉଚ୍ଚ ବିଦ୍ୟାଳୟରେ "ଡୁଆଲ୍ ମୋଡ୍ ଭୋକେସନାଲ୍ ଏଜୁକେସନ୍" କାର୍ଯ୍ୟକ୍ରମର ଆରମ୍ଭ ନିମନ୍ତେ ଭୁବନେଶ୍ୱରସ୍ଥିତ OUAT ସମ୍ମିଳନୀ କକ୍ଷରେ ଏକ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ, ଏସସି ଏସଟି ଶିକ୍ଷା ସଂଯୋଜକ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ସ୍କିମ୍) ଆଭାସୀ  ମାଧ୍ୟମରେ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସଙ୍ଗୀତା ବେହେରା ଏବଂ OUAT ଏକ୍ସଟେନସନ ଶିକ୍ଷା ବିଭାଗର ଡିନ୍ ପ୍ରଫେସର ସୁଶାନ୍ତ କୁମାର ସ୍ୱାଇଁ ଉପସ୍ଥିତ ଥିଲେ।

ସମାବେଶକୁ ସମ୍ବୋଧିତ କରି ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଓଡ଼ିଶାରେ ଧନ୍ଦାମୂଳକ ଶିକ୍ଷାର ସୁଦୃଢ଼ୀକରଣ ଉପରେ ଆଲୋକପାତ କରିବା ସହ ସାଧାରଣ ଶ୍ରେଣୀଗୃହ ଶିକ୍ଷା ବାହାରେ ଛାତ୍ରଛାତ୍ରୀଙ୍କୁ ଅର୍ଥପୂର୍ଣ୍ଣ ଶିକ୍ଷାଦାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ସେ କହିଥିଲେ ଯେ OSEPA ଏବଂ OUATର ଏହି ସହଭାଗିତା କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ପ୍ରାକ୍ଟିକାଲ୍ ଶିକ୍ଷା, ଦକ୍ଷତା ବିକାଶ ଏବଂ କ୍ୟାରିୟର ଗଠନ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ।

ପ୍ରଫେସର ସ୍ୱାଇଁ ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ OUAT ଏବଂ ଏହାର କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ମାଧ୍ୟମରେ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇଦେବାକୁ ଆଶ୍ୱାସନା ଦେଇଥିଲେ।

ଚଳିତ ଶିକ୍ଷାବର୍ଷରୁ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ବ୍ୟାବହାରିକ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରିବା ପାଇଁ ଓସେପା OUAT ସହିତ ଏକ ବୁଝାମଣା ପତ୍ର (MoU) ସ୍ୱାକ୍ଷର କରିଛି।

ଏହି ଚୁକ୍ତିନାମା ଅଧୀନରେ ୨୬ଟି ସରକାରୀ ଉଚ୍ଚ ବିଦ୍ୟାଳୟକୁ ଡୁଆଲ୍ ମୋଡ୍ ଭୋକେସନାଲ୍ ଏଜୁକେସନ୍ ପାଇଁ OUAT, ଭୁବନେଶ୍ୱର ଏବଂ ନିର୍ଦ୍ଦିଷ୍ଟ କୃଷି ବିଜ୍ଞାନ କେନ୍ଦ୍ର ଗୁଡ଼ିକ ସହିତ ଆନୁଷ୍ଠାନିକ ଭାବେ ଯୋଡ଼ାଯାଇଛି।

ଏହି ଯୋଜନା ଦ୍ୱାରା ଛାତ୍ରଛାତ୍ରୀମାନେ OUATର ପରୀକ୍ଷାଗାର, କୃଷି ଫାର୍ମ, ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଏବଂ କୃଷି, ପଶୁପାଳନ, ଉଦ୍ୟାନ କୃଷି ଭଳି କ୍ଷେତ୍ରରେ କାର୍ଯ୍ୟରତ ବିଶେଷଜ୍ଞଙ୍କ ବୈଷୟିକ ସହାୟତା ପାଇପାରିବେ।

ଏହି ଅନୁଭୂତି ଛାତ୍ରଛାତ୍ରୀମାନଙ୍କୁ ପ୍ରକୃତ କାର୍ଯ୍ୟ ପରିବେଶ ବୁଝିବାରେ ଏବଂ ସ୍କୁଲରେ ଶିଖିଥିବା ଦକ୍ଷତାକୁ କାର୍ଯ୍ୟରେ ଲଗାଇବାରେ ସାହାଯ୍ୟ କରିବ। crop insurance irregularity ଜମି ଜଣକ ନାମରେ, କୃଷିବୀମା ଅନ୍ୟନାମରେ, ଥାନାରେ ଏତଲା ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସହ ଜଡ଼ିତ ଧନ୍ଦାମୂଳକ କାର୍ଯ୍ୟ ପାଇଁ ସଂରଚିତ ବ୍ୟାବହାରିକ ତାଲିମ ଏବଂ କ୍ଷେତ୍ର ପରିଦର୍ଶନ ସୁଯୋଗ ପାଇବେ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ଶ୍ରେଣୀଗୃହ ଶିକ୍ଷା ଏବଂ ପ୍ରାକ୍ଟିକାଲ୍ କାର୍ଯ୍ୟ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ସହ ଜାତୀୟ ଦକ୍ଷତା ଯୋଗ୍ୟତା ଢାଞ୍ଚା (NSQF) ଅନୁଯାୟୀ ଦକ୍ଷତା ବୃଦ୍ଧି କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ରୋଜଗାର, ଉଦ୍ୟୋଗୀତା ଏବଂ କ୍ୟାରିୟର ପ୍ରସ୍ତୁତିକୁ ସୁଦୃଢ଼ କରିବା।

ଏହି ୨୬ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ୬ଟି ଧନ୍ଦାମୂଳକ ବିଷୟରେ ତାଲିମ ଦିଆଯିବ— ଆମ୍ବ ଚାଷ, ବାଇଗଣ/ବିଲାତି ଜାତୀୟ ଫସଲ ଚାଷ, ଧାନ ଚାଷ, ପଶୁ ସ୍ୱାସ୍ଥ୍ୟ, ଦୁଗ୍ଧ ପ୍ରକଳ୍ପ,  ଏବଂ ସାଇଟ୍ରସ ଜାତୀୟ ଫଳ ଚାଷ।

ସମ୍ପୃକ୍ତ ଜିଲ୍ଲାର କୃଷି କ୍ଷେତ୍ରର ସାମର୍ଥ୍ୟ, ସ୍ଥାନୀୟ ସମ୍ବଳ ଏବଂ ଜୀବିକା ସୁଯୋଗକୁ ଦୃଷ୍ଟିରେ ରଖି ଏହି କ୍ଷେତ୍ରଗୁଡ଼ିକୁ ଚୟନ କରାଯାଇଛି।

ଓସେପାର ଉପ-ନିର୍ଦ୍ଦେଶକ (ଧନ୍ଦାମୂଳକ ଶିକ୍ଷା) ତନ୍ମୟ କୁମାର ବେହେରା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ, କାର୍ଯ୍ୟକାରିତା ଏବଂ ଆଶାତୀତ ଫଳାଫଳ ବିଷୟରେ ଆଲୋଚନା କରିଥିଲେ।

OUAT ଏକ୍ସଟେନସନ ଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସର୍ବାଣୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)