Bhagavad Gita: ଭଲ ଲୋକଙ୍କୁ ଅଧିକ କଷ୍ଟ ମିଳେ କାହିଁକି?

Aug 23, 2026 - 09:24
Bhagavad Gita: ଭଲ ଲୋକଙ୍କୁ ଅଧିକ କଷ୍ଟ ମିଳେ କାହିଁକି?

"ନୂଆଦିଲ୍ଲୀ: ଜୀବନରେ ସମସ୍ୟା କିମ୍ବା ଦୁଃଖ ଆସେ।

କିନ୍ତୁ ମଣିଷ ମନରେ ବେଳେବେଳେ ପ୍ରଶ୍ନ ଉଠେ ମୁଁ ତ କିଛି ଖରାପ କାମ କରିନି ମୋତେ କାହିଁକି ଏତେ ଦୁଃଖ ମିଳୁଛି।

ବିଶେଷକରି ଯେତେବେଳେ ଜଣେ ସଚ୍ଚୋଟ ଓ ଭଲ ମଣିଷ ଅନେକ କଷ୍ଟ ଦେଇ ଗତି କରନ୍ତି, ସେତେବେଳେ ପ୍ରଶ୍ନ ଆସେ—“ମୁଁ କାହାର ଖରାପ କରିନାହିଁ, ତା"ହେଲେ ମୋ ଜୀବନରେ ଏତେ କଷ୍ଟ କାହିଁକି?” ଭଗବାନ କାହିଁକି ଭଲ ଲୋକଙ୍କୁ ପରୀକ୍ଷା କରନ୍ତି, ଏହି ପ୍ରଶ୍ନର ଉତ୍ତର ଶ୍ରୀମଦ୍‌ଭଗବଦ୍‌ଗୀତାର ଏକ ଶ୍ଳୋକରେ ବୁଝାଯାଇଛି।Advertisment ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ ମହାଭାରତ ଯୁଦ୍ଧ ସମୟରେ ଅର୍ଜୁନ ମଧ୍ୟ ଦ୍ୱନ୍ଦ୍ୱ, ଦୁଃଖ ଓ ମାନସିକ ଚିନ୍ତାରେ ଥିଲେ।

ସେତେବେଳେ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଜୀବନର ସତ୍ୟ ବୁଝାଇଥିଲେ।

ଗୀତାର ଦ୍ୱିତୀୟ ଅଧ୍ୟାୟର ୧୪ତମ ଶ୍ଳୋକରେ ଶ୍ରୀକୃଷ୍ଣ କହିଛନ୍ତି—“ମାତ୍ରାସ୍ପର୍ଶାସ୍ତୁ କୌନ୍ତେୟ ଶୀତୋଷ୍ଣସୁଖଦୁଃଖଦାଃ।ଆଗମାପାୟିନୋଽନିତ୍ୟାସ୍ତାଂସ୍ତିତିକ୍ଷସ୍ୱ ଭାରତ॥” ଏହାର ଅର୍ଥ-"ହେ କୁନ୍ତୀଙ୍କ ପୁତ୍ର!

ଏହି ସମସ୍ତ ଜିନିଷ ଯାହା ଆମକୁ ଶୀତଳ ଏବଂ ଗରମ, ସୁଖ ଏବଂ ଦୁଃଖ ଅନୁଭବ କରାଏ, ତାହା କ୍ଷଣସ୍ଥାୟୀ।

ଏଗୁଡ଼ିକ ଚିରସ୍ଥାୟୀ ନୁହେଁ, ସେମାନେ ଋତୁ ପରି ଆସନ୍ତି ଏବଂ ଯାଆନ୍ତି।

ତେଣୁ, ହେ ଭରତଙ୍କ ବଂଶଧର!

ବିଚଳିତ ନ ହୋଇ ଧୈର୍ଯ୍ୟର ସହିତ ସେଗୁଡ଼ିକୁ ସହ୍ୟ କରିବାକୁ ଶିଖ।" ଗୀତାର ଏହି ଶିକ୍ଷାରୁ ସ୍ପଷ୍ଟ ହୁଏ ଯେ ଭଲ ମଣିଷ ହେଲେ ଜୀବନରେ କେବେ କଷ୍ଟ ଆସିବ ନାହିଁ, ଏପରି ନୁହେଁ।

ଜୀବନରେ ସୁଖ ଓ ଦୁଃଖ ଉଭୟ ଆସିବ।

ପାଣିପାଗ ଯେପରି ସବୁବେଳେ ଏକାଭଳି ରହେ ନାହିଁ, ସେହିପରି ମଣିଷର ଜୀବନ ମଧ୍ୟ ସବୁବେଳେ ସମାନ ରହେ ନାହିଁ।

ଆଜି ଯେଉଁ କଷ୍ଟ ରହିଛି, ସମୟ ବଦଳିଲେ ତାହା ମଧ୍ୟ ଦୂର ହୋଇପାରେ।

ଏହି ଶ୍ଳୋକ ଆମକୁ ଧୈର୍ଯ୍ୟର ସହିତ କଷ୍ଟକୁ ସହିବାର ଶିକ୍ଷା ଦିଏ।

ଜୀବନରେ ବିପଦ ଆସିଲେ ହାର ମାନିବା ନୁହେଁ, ବରଂ ସେହି ପରିସ୍ଥିତିରୁ ଶିକ୍ଷା ନେଇ ଆଗକୁ ବଢ଼ିବା ହିଁ ମଣିଷର ପ୍ରକୃତ ଶକ୍ତି।

ଯେପରି ନିଆଁରେ ପଡ଼ି ସୁନା ଅଧିକ ପରିଷ୍କାର ହୁଏ, ସେହିପରି ଜୀବନର କଠିନ ପରିସ୍ଥିତି ମଣିଷକୁ ଅଧିକ ଦୃଢ଼ ଓ ପରିପକ୍ୱ କରିପାରେ।

Career: କ୍ୟାରିୟର୍‌: ଇକ୍ୱିଟି ରିସର୍ଚ ଆନାଲିଷ୍ଟ୍‌ ଜୀବନର ପ୍ରକୃତ ପରୀକ୍ଷା କେବଳ ଆମେ କେତେ ସୁଖରେ ଅଛୁ, ତାହା ନୁହେଁ।

ବରଂ ଦୁଃଖ ଓ ପ୍ରତିକୂଳ ପରିସ୍ଥିତିରେ ଆମେ କେତେ ଶାନ୍ତ ରହିପାରୁଛୁ, ତାହା ହିଁ ବଡ଼ କଥା।

ସୁଖ ଆସିଲେ ଅହଂକାରୀ ନହେବା ଏବଂ ଦୁଃଖ ଆସିଲେ ଭାଙ୍ଗି ନପଡ଼ିବା ହେଉଛି ଗୀତାର ମୁଖ୍ୟ ଜୀବନ ଦର୍ଶନ।

ତେଣୁ, ଭଲ ଲୋକଙ୍କ ଜୀବନରେ କଷ୍ଟ ଆସିବା ଅର୍ଥ ଏହା ନୁହେଁ ଯେ ଭଗବାନ ତାଙ୍କୁ ଛାଡ଼ି ଦେଇଛନ୍ତି।

ବରଂ କଷ୍ଟର ସମୟରେ ଧୈର୍ଯ୍ୟ, ବିଶ୍ୱାସ ଓ ସତ୍ୟର ପଥରେ ରହିବା ହିଁ ଗୀତା ଆମକୁ ଶିଖାଏ।

ଆଜିର ଦୁଃଖ ସବୁଦିନ ରହିବ ନାହିଁ, ସମୟ ବଦଳିବ, ପରିସ୍ଥିତି ମଧ୍ୟ ବଦଳିବ।

ଏହି ବିଶ୍ୱାସ ହିଁ ମଣିଷକୁ କଷ୍ଟ ସମୟରେ ଆଗକୁ ବଢ଼ିବାର ଶକ୍ତି ଦିଏ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)