Bhadrak: ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କଲେ, ନିଜେ ଝୁଲିପଡ଼ିଲେ

Aug 28, 2026 - 16:17
Bhadrak: ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କଲେ, ନିଜେ ଝୁଲିପଡ଼ିଲେ

"ଭଦ୍ରକ: ପାରିବାରିକ କଳହର କରୁଣ ସ୍ଥିତି ।

ନିଜ ସ୍ତ୍ରୀକୁ ହାଣି ନିଜେ ଝୁଲିପଡିଲେ ।

ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ପୁରୁଣା ଵଜାର ଥାନା ଅଧିନ ନଙ୍ଗଆମହଲା ଗାଁରେ।

ଦୀର୍ଘଦିନ ଧରି ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ ଵିଵାଦ ଲାଗି ରହିଥିଲା।

ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦର ସମାଧାନ ପାଇଁ ପରିବାର ଲୋକେ ଅନେକ ଚେଷ୍ଟା କରିଥିଲେ।

କିନ୍ତୁ ସେମାନଙ୍କ ବିବାଦର ସମାଧାନ କିଛି ହୋଇପାରି ନଥିଲା।

ଗତକାଲି  ଘରେ କେହିନଥିଲାବେଳେ ସ୍ବାମୀ ସେକ ମୁସ୍ତଫା ରାଜା ତାଙ୍କ ସ୍ତ୍ରୀ ସୋନୁ ଵିଵିକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।

ସ୍ତ୍ରୀକୁ ହତ୍ୟା କରିବା ପରେ ସେହି ଘରେ ନିଜେ ବେକରେ ଝୁଲି ପଡିଥିଲେ।Advertisment ଆହୁରି ପଢନ୍ତୁ: Box Office Collection: ବକ୍ସ ଅଫିସରେ "ଟକ୍ସିକ୍"କୁ ବଡ଼ ଝଟକା: ଦ୍ୱିତୀୟ ଦିନରେ ଆୟ ୬୪% ହ୍ରାସ ଉଭୟ ସ୍ୱାମୀ ଆଉ ସ୍ତ୍ରୀଙ୍କର  ମୃତ ଶରୀର ଘରେ ପଡି ରହିଥିବାବେଳେ ଗ୍ରାମବାସୀମାନେ ଭଦ୍ରକର ପୁରୁଣା ବଜାର ପୋଲିସକୁ ଖବର ଦେଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଏକ ଷ୍ଟେସନ ଡାଏରୀ କରି ପୁଲିସ ତଦନ୍ତ କରୁଥିବାବେଳେ ମୃତ ସ୍ତ୍ରୀଙ୍କ ଘର ବାହାର ରାଜ୍ୟରେ ହୋଇଥିବାବେଳେ ପରିବାର ଲୋକଙ୍କୁ ଖବର ଦିଆଯାଇଛି।

ସେମାନେ ଆସିବା ପରେ ଏହି ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

ପ୍ରକାଶ ଥାଉକି , ଉଭୟଙ୍କ ମଧ୍ୟରେ ପ୍ରେମ ବିଵାହ ହୋଇଥିଲା ।

ବିବାହର କିଛି ଦିନ ଭଲରେ ସଂସାର ଚାଲୁଥିଲା।

ସେମାନଙ୍କର ଦୁଇଟି ଝିଅ ଜଣେ   ବର୍ଷକର ଓ ଅନ୍ୟ ଜଣେ ୬ ବର୍ଷର ଝିଅ ଅଛି ଥିବାବେଳେ ମୃତ ସ୍ଵାମୀ ସେକ ମୁସ୍ତଫା ରାଜାଙ୍କ ଘର ଭଦ୍ରକ ଜିଲ୍ଲାରେ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ସୋନୁ ବିବିଙ୍କ ଘର ଲକ୍ଷ୍ନୌରେ ବୋଲି ଜଣାପଡିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)