Bengal BJP MLA Rekha Patra: ପଶ୍ଚିମବଙ୍ଗ ବିଜେପି ବିଧାୟକ ରେଖା ପାତ୍ର ହସ୍ପିଟାଲରେ ଭର୍ତ୍ତି
କୋଲକାତା: ପଶ୍ଚିମବଙ୍ଗ ର ଉତ୍ତର ୨୪ ପରଗଣାର ହିଙ୍ଗଲଗଞ୍ଜ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ରେଖା ପାତ୍ର ଗୁରୁତର ଅସୁସ୍ଥ ହୋଇ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ତାଙ୍କଠାରେ ବିଷକ୍ରିୟାର ଲକ୍ଷଣ ଦେଖାଦେଇଥିବା କୁହାଯାଉଛି।
ଶନିବାର ରାତିରେ ତାଙ୍କ ହିଙ୍ଗଲଗଞ୍ଜସ୍ଥିତ ବାସଭବନରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ।
ତାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା ଏବଂ ପରେ ତାଙ୍କ ଅବସ୍ଥା ଖରାପ ହେବାରୁ ତାଙ୍କୁ ସରକାରୀ ବସିରହାଟ ସୁପର ସ୍ପେଶାଲିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ସେ ହସ୍ପିଟାଲରେ କ୍ରିଟିକାଲ୍ କେୟାର ୟୁନିଟ୍ (ସିସିୟୁ)ରେ ଚିକିତ୍ସାଧୀନ ଥିଲେ।
କିନ୍ତୁ ବସିରହାଟ ହସ୍ପିଟାଲରେ ଚାରି ଘଣ୍ଟା ଚିକିତ୍ସା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା।
Advertisment ପରେ ତାଙ୍କୁ ସହରର ପୂର୍ବ ମେଟ୍ରୋପଲିଟାନ୍ ବାଇପାସ୍ ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତାଙ୍କୁ ଇଣ୍ଟେନସିଭ୍ କେୟାର ୟୁନିଟ୍ରେ ଚିକିତ୍ସା କରାଯାଇ ଜୀବନ ରକ୍ଷାକାରୀ ଭେଣ୍ଟିଲେଟର ସହାୟତାରେ ରଖାଯାଇଛି।ତାଙ୍କ ଶରୀରରେ ବିଷକ୍ରିୟାର ପ୍ରଭାବ ଚିହ୍ନଟ ହୋଇଥିବା ଜଣାପଡ଼ିଛି।
ରବିବାର ସକାଳେ ସ୍ୱାସ୍ଥ୍ୟମନ୍ତ୍ରୀ ଶାରଦ୍ୱତା ମୁଖାର୍ଜୀ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିବା ପାଇଁ ହସ୍ପିଟାଲକୁ ଯାଇଥିଲେ।
କେଉଁ ପରିସ୍ଥିତିରେ ବିଷକ୍ରିୟା ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ତାଙ୍କର ହଠାତ୍ ଅସୁସ୍ଥତାର ସଠିକ୍ କାରଣ କିମ୍ବା ବିଷାକ୍ତ ପଦାର୍ଥ ତାଙ୍କ ଶରୀରରେ କିପରି ପ୍ରବେଶ କଲା ତାହା ସ୍ପଷ୍ଟ ହୋଇନାହିଁ।
ସେ ସନ୍ଦେଶଖାଲିରେ ତୃଣମୂଳ କଂଗ୍ରେସର ଶକ୍ତିଶାଳୀ ନେତା ଶେଖ ଶାହଜାହାନ ଏବଂ ଅନ୍ୟାନ୍ୟ ଦଳୀୟ କର୍ମକର୍ତ୍ତାଙ୍କ ବିରୋଧରେ ବିଜେପି ପକ୍ଷରୁ ହୋଇଥିବା ପ୍ରତିବାଦର ଏକ ପ୍ରମୁଖ ଚେହେରା ପାଲଟିଥିଲେ।ପ୍ରାୟ ତିନି ବର୍ଷ ପୂର୍ବେ ସୁନ୍ଦରବନ ଅଞ୍ଚଳରେ ରାଜ୍ୟର ତତ୍କାଳୀନ ଶାସକ ଦଳ ତୃଣମୂଳ କଂଗ୍ରେସ ଦ୍ୱାରା ପ୍ରାୟୋଜିତ ଅତ୍ୟାଚାର ବିରୋଧରେ ସନ୍ଦେଶଖାଲି ଆନ୍ଦୋଳନର ନେତୃତ୍ୱ ନେଇଥିଲେ।
୨୦୨୪ ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ୱ ତାଙ୍କୁ ଜିଲ୍ଲାର ବସିରହାଟ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲେ, କିନ୍ତୁ ସେ ପ୍ରତିଯୋଗିତାରେ ପରାଜିତ ହୋଇଥିଲେ।
ଦଳ ତାଙ୍କୁ ପରେ ୨୦୨୬ ବିଧାନସଭା ନିର୍ବାଚନରେ ହିଙ୍ଗଲଗଞ୍ଜ ଆସନରୁ ପ୍ରାର୍ଥୀ କରିଥିଲା ଏବଂ ସେଠାରୁ ସେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ।ନିକଟରେ ସେ ବିଜେପି ନେତୃତ୍ୱର ଏକ ଗୋଷ୍ଠୀ ବିରୋଧରେ କ୍ଷୋଭ ପ୍ରକାଶ କରି ଅଭିଯୋଗ କରିଥିଲେ ଯେ, ତାଙ୍କୁ ତାଙ୍କ ଦଳ ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଉନାହିଁ।
ସୁନା-ରୁପା ଦରରେ ବଡ଼ ହ୍ରାସ!
ରେକର୍ଡ ସ୍ତରରୁ ୭୨ ହଜାର ଶସ୍ତା ହେଲା ସୁନା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
