Battery-operated garbage collection: ପଞ୍ଚାୟତ ପାଇଁ ବୋଝ ହୋଇଛି ବ୍ୟାଟେରି ଚାଳିତ ଅଳିଆବୁହା ଗାଡ଼ି: ଦିନେ ଗଡ଼ିନି, ଅଚଳ ହେଲାଣି

Nov 09, 2026 - 08:54
Battery-operated garbage collection: ପଞ୍ଚାୟତ ପାଇଁ ବୋଝ ହୋଇଛି ବ୍ୟାଟେରି ଚାଳିତ ଅଳିଆବୁହା ଗାଡ଼ି: ଦିନେ ଗଡ଼ିନି, ଅଚଳ ହେଲାଣି

ଓଡ଼ଗାଁ: ଓଡ଼ଗାଁ ବ୍ଲକ୍‌ରେ ଅଳିଆ ବୁହା ଗାଡ଼ି ଦୁର୍ନୀତିକୁ ନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ଭାର ଖବର ପ୍ରକାଶ ପାଉଥିଲେ ମଧ୍ୟ ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ କରାଯାଉଛି।

ଏବେ ସାକେରୀ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ବ୍ୟାଟେରି ଚାଳିତ ଅଳିଆ ବୁହା ଗାଡ଼ି ବନ୍ଧା ପଡ଼ିଛି।

ଏହିସବୁ ଗାଡ଼ି ଖତ ଖାଇବାକୁ ବସିଥିବା ବେଳେ ଦିନେ ଗାଡ଼ି ଗଡ଼ି ନଥିବା ଜଣାପଡ଼ିଛି।

ପ୍ରକାଶ ଥାଉକି, ବ୍ଲକ୍‌ର ୩୬ ପଞ୍ଚାୟତକୁ ଅଳିଆ ବୁହା ବ୍ୟାଟେରି ଚାଳିତ ଗାଡ଼ି ଯୋଗାଇ ଦିଆଯାଇଛି।

ଗୋଟିଏ ଗାଡ଼ି କିଣିବା ପାଇଁ ପଞ୍ଚାୟତ ତହବିଲରୁ ୯୦ ହଜାର ଓ ବ୍ଲକ୍ ପକ୍ଷରୁ ୧ଲକ୍ଷ ୬୦ ହଜାର ଟଙ୍କା ଖର୍ଚ୍ଚ କରି କିଣାଯାଇଥିଲା।

ଜିଲ୍ଲା ପ୍ରଶାସନ ପ୍ରତି ପଞ୍ଚାୟତକୁ ଗାଡ଼ି ଯୋଗାଣ କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି।

ଗାଡ଼ିର ପ୍ରକୃତ ଦାମ ୭୦ ହଜାର ଥିଲେ ମଧ୍ୟ ଗାଡ଼ି ଢେର ଅଧିକ ଟଙ୍କା ଦେଇ କିଣାଯାଇଥିବା କୁହାଯାଉଛି।

ଅଧିକାଂଶ ପଞ୍ଚାୟତରେ ଗାଡ଼ି ଚାଲୁ ନଥିବା ବେଳେ ଆଉ କିଛି ପଞ୍ଚାୟତରେ ଗାଡ଼ି ଖର୍ଚ୍ଚ ପାଇଁ ଅର୍ଥ ନ ଥିବା ନେଇ ବହୁ ସରପଞ୍ଚ କହିଛନ୍ତି।

Advertisment ଏବେ ସାକେରୀ ପଞ୍ଚାୟତ କାର୍ଯ୍ୟାଳୟରେ ଅଢ଼େଇ ଲକ୍ଷ ଟଙ୍କାର ଅଳିଆ ବୁହା ଗାଡ଼ି ରହି ଖତ ଖାଇବାକୁ ବସିଲାଣି।

ଆଗ ଚକାରୁ ପମ୍ପ ପଳାଇଥିବା ବେଳେ ଗାଡ଼ିରେ ଅଳନ୍ଦୁ ଲାଗି ପୁରୁଣିଆ ଦେଖାଗଲାଣି।

ଏଠି ୬ଟଙ୍କାର ଘୋଡ଼ାକୁ ୯ ଟଙ୍କାର ଦାନା ଭଳି ଅଳିଆ ବୁହା ଗାଡ଼ି ପ୍ରଦାନ କରାଯାଇଛି।

ବଡ଼କଥା ହେଉଛି ଗାଡ଼ିର ପ୍ରକୃତ ମୂଲ୍ୟ କେତେ, ଜିଲ୍ଲା ପ୍ରଶାସନ କେତେ ଟଙ୍କାରେ ଗାଡ଼ି କିଣି ପଞ୍ଚାୟତକୁ ଯୋଗାଣ କରିଛି ତାହାର ଭିଜିଲାନ୍ସ ତଦନ୍ତ ହେଉ ବୋଲି କିଛି ସରପଞ୍ଚ ଦାବି କରିଛନ୍ତି।

ଏପଟେ ପ୍ରତି ପଞ୍ଚାୟତକୁ ଦିଆଯାଇଥିବା ଅଳିଆ ବୁହା ଗାଡ଼ି ମରାମତି କରି ଚଲାଇବାକୁ ବିଡିଓ ପ୍ରୀତିବାଳା ରଣା ସମସ୍ତ ପିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଗାଡ଼ିକୁ ମରାମତି କରି କିଛି ସରପଞ୍ଚ ଓ ପିଇଓ ଥକି ଗଲେଣି ବୋଲି କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)