Bashar al-Assad: ସିରିଆରେ ୨୪ ବର୍ଷ ଧରି ଏକଛତ୍ରବାଦୀ ଶାସନ ଚଳାଇଥିବା ପଳାତକ ବସର ଅଲ-ଆସାଦଙ୍କୁ ମୃତ୍ୟୁ ଦଣ୍ଡାଦେଶ

Aug 11, 2026 - 16:39
Bashar al-Assad: ସିରିଆରେ ୨୪ ବର୍ଷ ଧରି ଏକଛତ୍ରବାଦୀ ଶାସନ ଚଳାଇଥିବା ପଳାତକ ବସର ଅଲ-ଆସାଦଙ୍କୁ ମୃତ୍ୟୁ ଦଣ୍ଡାଦେଶ

"ଦାମାସକସ୍: ସିରିଆର ଏକ କୋର୍ଟ ପୂର୍ବତନ ଶାସକ ପଳାତକ ବଶର ଅଲ-ଆସାଦଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି।

ଗୃହଯୁଦ୍ଧ ସମୟରେ ଯୁଦ୍ଧ ଅପରାଧ ଏବଂ ମାନବତା ବିରୋଧୀ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବାରୁ କୋର୍ଟ ତାଙ୍କୁ ତାଙ୍କ ଅନୁପସ୍ଥିତିରେ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି।

ବଶର ଅଲ-ଆସାଦ ୨୪ ବର୍ଷ ଧରି ସିରିଆରେ ଶାସନ କରିଥିଲେ।

କିନ୍ତୁ, ଡିସେମ୍ବର ୨୦୨୪ ରେ ଇସଲାମିକ ଶକ୍ତି ଡାମାସକସ୍ ନିକଟରେ ପହଞ୍ଚିବା ପରେ, ସେ ତାଙ୍କ ପରିବାର ସହିତ ରୁଷକୁ ପଳାଇ ଯାଇଥିଲେ ଏବଂ ସେବେଠାରୁ ସେଠାରେ ଅଛନ୍ତି।ବଶର ଅଲ-ଆସାଦଙ୍କୁ କ୍ଷମତା ଚ୍ୟୁତ କରି ତାଙ୍କ ସ୍ଥାନରେ ଆମେରିକା ସମର୍ଥିତ ରାଷ୍ଟ୍ରପତି ଅହମଦ ଅଲ-ଶାରାଙ୍କ ନେତୃତ୍ୱରେ ଦେଶରେ ଶାସନ ଚାଲିଛି।

୧୩ ବର୍ଷର ଗୃହଯୁଦ୍ଧରେ ପ୍ରାୟ ପାଞ୍ଚ ଲକ୍ଷ ଲୋକ ପ୍ରାଣ ହରାଇଥିଲେ ଏବଂ ଲକ୍ଷ ଲକ୍ଷ ଲୋକ ଭିଟାମାଟି ଛାଡିଥିଲେ।।

ସିରିଆର ଭିତ୍ତିଭୂମି ଧ୍ୱଂସ ହୋଇଯାଇଥିଲା।Advertisment କୋର୍ଟ କହିଛନ୍ତି, ୨୦୧୧ ମସିହାରେ ଦାରା ପ୍ରଦେଶରେ ଅସାଦଙ୍କ ସରକାର ଦ୍ୱାରା କରାଯାଇଥିବା ଅପରାଧ ମାନବତା ବିରୋଧୀ ଅପରାଧ ଥିଲା।

ପୂର୍ବତନ ସିରିଆ ସେନା ନେତା ଏବଂ ବଶରଙ୍କ ସାନ ଭାଇ ମାହେର ଅଲ-ଅସାଦଙ୍କୁ ମଧ୍ୟ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି।

କୋର୍ଟ ବଶାର ଅଲ-ଅସାଦଙ୍କ ସମ୍ପର୍କୀୟ ଭାଇ, ସିରିଆ ସେନାର ପୂର୍ବତନ ବ୍ରିଗେଡିୟର ଜେନେରାଲ ଆତେଫ୍ ନଜିବଙ୍କୁ ମଧ୍ୟ ମୃତ୍ୟୁ ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି।

୨୦୧୧ ମସିହାରେ, ଅସାଦଙ୍କ ଶାସନ ସମୟରେ ନଜିବ ଦକ୍ଷିଣ ସିରିଆର ଦାରା ପ୍ରଦେଶରେ ରାଜନୈତିକ ସୁରକ୍ଷା ଶାଖାର ନେତୃତ୍ୱ ନେଇଥିଲେ।ଗତ ବର୍ଷ ଜାନୁଆରୀରେ ଆତେଫ୍ ନଜିବଙ୍କୁ ଗିରଫ କରାଯାଇଥିଲା।

ତାଙ୍କୁ ହତ୍ୟା, ୧୫ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଉଦ୍ଦେଶ୍ୟମୂଳକ ହତ୍ୟା ଏବଂ ନିର୍ଯାତନା ଦେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

କୋର୍ଟ ନଜିବଙ୍କ ବିରୋଧରେ ଅଭିଯୋଗକୁ ମାନବତା ବିରୋଧୀ ଅପରାଧ ବୋଲି ରାୟ ଦେଇଥିଲେ। "କଣ୍ଢେଇ" ଗୌରହରି ଦାସଙ୍କ ଜୀବନର ଜଳଛବିରେ ଏଥର...

ଅଲ-ଆସାଦ ପରିବାର ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ସିରିଆରେ ଶାସନ କରିଥିଲେ।

ହାଫେଜ୍ ଅଲ୍-ଆସାଦ ଏବଂ ତାଙ୍କ ପରେ ତାଙ୍କ ପୁଅ ବଶର ଅଲ୍-ଆସାଦ ଶାସନ କରିଥିଲେ। "ଆରବ ସ୍ପ୍ରିଙ୍ଗ୍" ସମୟରେ, ୨୦୧୧ ମସିହାରେ ୨୩ ନିୟୁତ ଲୋକ ବସବାସ କରୁଥିବା ଏହି ଦେଶରେ ଦମନକାରୀ ଏକଛତ୍ରବାଦୀ ଶାସନ ବିରୋଧରେ ଏକ ବିଦ୍ରୋହ ଆରମ୍ଭ ହୋଇଥିଲା।

ଏହା ଏକ ବିନାଶକାରୀ ୧୩ ବର୍ଷର ଗୃହଯୁଦ୍ଧର ଆରମ୍ଭ କରିଥିଲା ​​ଯେଉଁଥିରେ ସିରିଆନ୍ ଅବଜରଭେଟୋରୀ ଫର୍ ହ୍ୟୁମାନ୍ ରାଇଟ୍ସ ଅନୁଯାୟୀ, ପାଞ୍ଚ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

ଲକ୍ଷ ଲକ୍ଷ ଲୋକ ଦେଶ ଛାଡି ଲେବାନନ୍, ଜୋର୍ଡାନ, ତୁର୍କୀ ଏବଂ ୟୁରୋପକୁ ପଳାଇ ଯାଇଥିଲେ।

କ୍ଷମତାରେ ରହିବା ପାଇଁ ଆସାଦ ପରିବାର ଧାର୍ମିକ ଏବଂ ସାମ୍ପ୍ରଦାୟିକ ଉତ୍ତେଜନାର ଫାଇଦା ଉଠାଇଥିବା ଅଭିଯୋଗ ହୋଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media