Basant Biswal: ‘ବସନ୍ତ ବିଶ୍ବାଳ ଥିଲେ ଆଧୁନିକ ଓଡ଼ିଶାର ଭିତ୍ତିଭୂମି ପ୍ରତିଷ୍ଠାତା’

Sep 08, 2026 - 04:43
Basant Biswal: ‘ବସନ୍ତ ବିଶ୍ବାଳ ଥିଲେ ଆଧୁନିକ ଓଡ଼ିଶାର ଭିତ୍ତିଭୂମି ପ୍ରତିଷ୍ଠାତା’

"ଭୁବନେଶ୍ବର: ଆଧୁନିକ ଓଡ଼ିଶାର ଭିତ୍ତିିଭୂମି ନିର୍ମାଣରେ ସ୍ବର୍ଗତ ବସନ୍ତ କୁମାର ବିଶ୍ବାଳଙ୍କ ଭୂମିକା ଥିଲା ଅତୁଳନୀୟ।

ବାସ୍ତବରେ ସେ ହିଁ ଥିଲେ ଆଧୁନିକ ଓଡ଼ିଶାର ଭିତ୍ତିଭୂମି ପ୍ରତିଷ୍ଠାତା।

କୌଣସି କାର୍ଯ୍ୟରେ ସଫଳତା ହାସଲ କରିବାକୁ ହେଲେ ଶୃଙ୍ଖଳା ଯେତିକି ଆବଶ୍ୟକ, ସଂଘର୍ଷ ବି ସେତିକି ଅପରିହାର୍ଯ୍ୟ।

ସ୍ବର୍ଗତ ବସନ୍ତ କୁମାର ବିଶ୍ବାଳ ଜଣେ ସେଭଳି ନେତା ଥିଲେ, ଯିଏ ଶୃଙ୍ଖଳିତ ଥିଲେ ଏବଂ ସଂଘର୍ଷକୁ ଆଦୌ ଡରୁ ନଥିଲେ।

ଆଜିର ଯୁବବର୍ଗ ତାଙ୍କର ଏହି ଗୁଣକୁ ଅନୁସରଣ କରିପାରିଲେ, ତାହା ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇପାରିବ।

ବିଶିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ବାଳଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ଅବସରରେ "ସମ୍ବାଦ" ଓ "କନକ ନ୍ୟୁଜ୍‌"ର ସମ୍ପାଦକ ତନୟା ପଟ୍ଟନାୟକ ଏଭଳି କହିଛନ୍ତି।Advertisment Cabinet: କ୍ୟାବିନେଟ୍‌ରେ ୧୮ ପ୍ରସ୍ତାବ ପାରିତ: ବିଜୁଳି ଭିତ୍ତିଭୂମି ପାଇଁ ୧୬ହଜାର କୋଟି ୨୩ତମ ଶ୍ରାଦ୍ଧ ସମାରୋହ ଜୟଦେବ ଭବନରେ ଆ‌ୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ପଟ୍ଟନାୟକ କହିଲେ, ଆଜିର ସମୟରେ ଆମ ରାଜ୍ୟ ଦୁସ୍ଥ ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା, ଦାଦନ ସମସ୍ୟା ଓ ପରିବେଶ ଅବକ୍ଷୟ ଆଦି ସମସ୍ୟାର ସମ୍ମୁଖୀନ ହେଉଛି।

ତେଣୁ ଏଭଳି କ୍ଷେତ୍ରରେ ବିକଶିତ ଓଡ଼ିଶା ନିର୍ମାଣ ପାଇଁ ଆମକୁ କ"ଣ କରିବାକୁ ହେବ, ସେହି ପ୍ରଶ୍ନ ଆମ ମନକୁ ଆନ୍ଦୋଳିତ କରିବା ଜରୁରି।

ସ୍ବର୍ଗତ ବିଶ୍ବାଳଙ୍କ ଭଳି ଦୂରଦୃଷ୍ଟିସମ୍ପନ୍ନ ରାଜନେତାଙ୍କ ନୀତି ଆଦର୍ଶରେ ଚାଲିଲେ ହିଁ ଆମ ରାଜ୍ୟ ବିକାଶ ଧାରାରେ ଆଗେଇ ପାରିବ।

ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ଐଶ୍ବର୍ଯ୍ୟା ବିଶ୍ବାଳ କହିଲେ ଯେ ସ୍ବର୍ଗତ ବିଶ୍ବାଳ ଜଳସେଚନ, ପୂର୍ତ୍ତ ଓ ନଗର ଉନ୍ନୟନ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିବା ସମୟରେ କେବଳ ବିକାଶ କଥା ଚିନ୍ତା କରୁଥି‌ଲେ।

ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାନେତ୍ରୀ ଇପ୍‌ସିତା ସାହୁ କହିଲେ, ବସନ୍ତ ବିଶ୍ବାଳଙ୍କ ଭଳି ନେତା ତୃଣମୂଳସ୍ତରରୁ ବିକାଶର କଥା କହୁଥିଲେ।

Crime: ପତ୍ନୀଙ୍କୁ ଗୁଳିକରି ହତ୍ୟା: ଅଭିଯୁକ୍ତ ସ୍ବାମୀ ଗିରଫ, ଦେଶୀ ବନ୍ଧୁକ ଜବତ ଏଆଇଏସ୍‌ଏଫ୍‌ର ଜାତୀୟ ଉପସଭାପତି ସଂଘମିତ୍ରା ଜେନା କହିଲେ ଯେ ସ୍ବର୍ଗତ ବିଶ୍ବାଳଙ୍କ ଭଳି ନେତାମାନଙ୍କ ନୀତି ଓ ଆଦର୍ଶକୁ ଆଗକୁ ନେବାର ଦାୟିତ୍ବ ଉତ୍ତରପିଢ଼ି ନେବା ଆବଶ୍ୟକ।

ଅବିଭକ୍ତ କୋରାପୁଟ ଜିଲ୍ଲାର ଉନ୍ନତିରେ ସ୍ବର୍ଗତ ବିଶ୍ବାଳଙ୍କ ଭୂମିକା ସମ୍ପର୍କରେ କଂଗ୍ରେସ ନେତ୍ରୀ ମନୀଷା ତ୍ରିପାଠୀ କହିଥିଲେ।

କମିଟିର ସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ।

ଏହି ଅବସରରେ କଣ୍ଠଶିଳ୍ପୀ ସିକନ୍ଦର ଆଲମ୍‌ଙ୍କୁ ବସନ୍ତ ବିଶ୍ବାଳ ସ୍ମାରକୀ ମ‌ରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା ଏବଂ ଝିଅ ସୋଫିଆ ଆଲାମ୍‌ ତାହା ଗ୍ରହଣ କରିଥିଲେ।

ସେହିପରି ୭ଜଣଙ୍କୁ ବସନ୍ତ ବିଶ୍ବାଳ ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇଥିଲା।

ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ବାଳ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଉପସଭାପତି ନାରାୟଣ ଜେନା ସ୍ବାଗତ ଭାଷଣ ଦେଇଥିଲେ।

ସମ୍ପାଦକ ମନୋଜ ରାଉତ ଧନ୍ୟବାଦ ଦେଇଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)