Barabati: ବାରବାଟୀର ଦର୍ଶକ କ୍ଷମତା ୬୦,୦୦୦କୁ ବଢ଼ିବ

Nov 26, 2026 - 05:24
Barabati: ବାରବାଟୀର ଦର୍ଶକ କ୍ଷମତା ୬୦,୦୦୦କୁ ବଢ଼ିବ

କଟକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବାରବାଟୀ ଷ୍ଟାଡିୟମର ବିକାଶ ସଂକ୍ରାନ୍ତରେ ବଡ଼ ଘୋଷଣା କରିଛନ୍ତି।

ମଙ୍ଗଳବାର ସଂଧ୍ୟାରେ ଐତିହାସିକ କଟକ ବାଲିଯାତ୍ରାର ଉଦ୍‌ଘାଟନୀ ସମାରୋହରେ ବାରବାଟୀ ଷ୍ଟାଡିୟମ ଭିତ୍ତିଭୂମିର ବିକାଶ, ନବୀକରଣ ସମେତ ଏଥିରେ ଦର୍ଶକ ବସିବା କ୍ଷମତାକୁ ୬୦ ହଜାର ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଘୋଷଣା କରିଥିଲେ।

ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜପାଳ ବ୍ରଜମୋହନ ରାମଙ୍କ ଉପସ୍ଥିତିରେ ଏହି ଐତିହାସିକ ଘୋଷଣା କରିଥିବାରୁ ଓଡ଼ିଶା କ୍ରିକେଟ୍‌ ସଂଘ(ଓସିଏ) ପକ୍ଷରୁ ସଂପାଦକ ସଞ୍ଜୟ ବେହେରା ଓ ସମସ୍ତ କର୍ମକର୍ତ୍ତା ଓଡ଼ିଶା ର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝିଙ୍କୁ କୃତଜ୍ଞତା ଅର୍ପଣ କରାଯାଇଛି।

Advertisment Brain Stroke: 'ଷ୍ଟ୍ରୋକ୍‌କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ' ଅଭିଯାନରେ ସାମିଲ ହେଲେ ପ୍ରାୟ ୩୦୦ ଛାତ୍ରଛାତ୍ରୀ ବାଲିଯାତ୍ରା ଉଦ୍‌ଘାଟନୀ ଉତ୍ସବ‌ରେ ଘୋଷଣା କଲେ ମୁଖ୍ୟମନ୍ତୀ ଓସିଏ, ଫାଓ ଜଣାଇଲେ କୃତଜ୍ଞତା ଏହି ନିଷ୍ପତ୍ତି ପାଇଁ ଓଡ଼ିଶା ଅଲିମ୍ପିକ ସଂଘ ସଭାପତି ସମୀର ମହାନ୍ତି, ସଂପାଦକ ଅଭିଜିତ ପାଲ, ଓଡ଼ିଶା ଆଥଲେଟିକ ସଂଘ ସଭାପତି ଡକ୍ଟର ଜି.

ଶ୍ରୀନିବାସ ପଟ୍ଟନାୟକ, ଓଡ଼ିଶା ଫୁଟବଲ୍‌ ସଂଘ(ଫାଓ) ସଭାପତି ଟଙ୍କଧର ତ୍ରିପାଠୀ, ସଂପାଦକ ଡକ୍ଟର ଆଶୀର୍ବାଦ ବେହେରା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହିତ ଏହି ନିଷ୍ପତ୍ତି ଓଡ଼ିଶାରେ କ୍ରୀଡ଼ା ବିକାଶର ନୂଆ ସମ୍ଭାବନା ସୃଷ୍ଟି କରିଛି ବୋଲି କହିଛନ୍ତି।

Protest: ଅନ୍ବେଷାରେ ୧୧ବର୍ଷ କାମ ପରେ ଅଚାନକ ଚାକିରିରୁ ବିଦା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)