Banke Bihari: ବାଙ୍କେ ବିହାରୀ ମନ୍ଦିରରେ ମଙ୍ଗଳ ଆଳତି ପାଇଁ ପାସ୍‌ ବ୍ୟବସ୍ଥା, କେବଳ ୬୦୦ ଭକ୍ତଙ୍କୁ ମିଳିବ ଦର୍ଶନ ସୁଯୋଗ

Sep 03, 2026 - 10:36
Banke Bihari: ବାଙ୍କେ ବିହାରୀ ମନ୍ଦିରରେ ମଙ୍ଗଳ ଆଳତି ପାଇଁ ପାସ୍‌ ବ୍ୟବସ୍ଥା, କେବଳ ୬୦୦ ଭକ୍ତଙ୍କୁ ମିଳିବ ଦର୍ଶନ ସୁଯୋଗ

"ବୃନ୍ଦାବନ: ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀକୁ ନେଇ ମଥୁରା-ବୃନ୍ଦାବନରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।

ଏହି ଅବସରରେ ବାଙ୍କେ ବିହାରୀ ମନ୍ଦିରରେ ହେବାକୁ ଥିବା ବିଶେଷ ମଙ୍ଗଳ ଆଳତି ପାଇଁ ପ୍ରଶାସନ ପକ୍ଷରୁ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି।

ଏଥର ମଙ୍ଗଳ ଆଳତି ଦର୍ଶନ ପାଇଁ ଭକ୍ତଙ୍କ ପ୍ରବେଶ ପାସ୍‌ ମାଧ୍ୟମରେ କରାଯିବ।

ମନ୍ଦିରରେ ମଙ୍ଗଳ ଆଳତି ସାଧାରଣ ଦିନରେ ହୁଏ ନାହିଁ।

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଦିନ ହିଁ ବର୍ଷକୁ ଥରେ ଏହି ବିଶେଷ ଆଳତି ଅନୁଷ୍ଠିତ ହୋଇଥାଏ।

ଚଳିତ ବର୍ଷ ମଧ୍ୟ ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଦେଇଛି।

ମଙ୍ଗଳ ଆଳତି ପ୍ରାୟ ଭୋର ୩ଟା ୩୦ ମିନିଟ୍‌ରେ ହେବ।Advertisment ପାସ୍‌ ଥିବା ଭକ୍ତଙ୍କୁ ମନ୍ଦିରରେ ପ୍ରବେଶ ଅନୁମତି ଭିଡ଼ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଥର ମାତ୍ର ୬୦୦ ଜଣ ଭକ୍ତଙ୍କୁ ମଙ୍ଗଳ ଆଳତିରେ ଯୋଗ ଦେବାର ସୁଯୋଗ ମିଳିବ।

ପାସ୍‌ ଥିବା ଭକ୍ତମାନଙ୍କୁ ହିଁ ମନ୍ଦିରରେ ପ୍ରବେଶ ଅନୁମତି ମିଳିବ।

ଏହା ଫଳରେ ମନ୍ଦିର ପରିସରରେ ଅତ୍ୟଧିକ ଭିଡ଼କୁ ରୋକାଯାଇପାରିବ ବୋଲି ଆଶା କରାଯାଉଛି।

ଜନ୍ମାଷ୍ଟମୀ ଅବସରରେ ବାଙ୍କେ ବିହାରୀ ମନ୍ଦିରକୁ ଦେଶର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟକ ଭକ୍ତ ଆସିଥାନ୍ତି।

ତେଣୁ ଦର୍ଶନ ବ୍ୟବସ୍ଥାକୁ ସୁଚାରୁ ରଖିବା ସହ ଭକ୍ତଙ୍କ ସୁରକ୍ଷା ପାଇଁ ପ୍ରଶାସନ ଓ ମନ୍ଦିର ପରିଚାଳନା ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଉଛି।

ଭକ୍ତମାନଙ୍କୁ ମଧ୍ୟ ଶୃଙ୍ଖଳା ଓ ସଂଯମ ରକ୍ଷା କରିବାକୁ ଅନୁରୋଧ କରାଯାଇଛି।

ମଙ୍ଗଳ ଆଳତିର ଲାଇଭ୍‌ ଷ୍ଟ୍ରିମିଂ ଏହାସହ ଚଳିତ ବର୍ଷ ବାଙ୍କେ ବିହାରୀ ମନ୍ଦିରର ମଙ୍ଗଳ ଆଳତିର ଲାଇଭ୍‌ ଷ୍ଟ୍ରିମିଂ ନେଇ ମଧ୍ୟ ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି।

ଫଳରେ ମନ୍ଦିରକୁ ଯାଇପାରୁନଥିବା ଭକ୍ତମାନେ ମଧ୍ୟ ଘରେ ବସି ଏହି ବିଶେଷ ଆଧ୍ୟାତ୍ମିକ ମୁହୂର୍ତ୍ତର ସାକ୍ଷୀ ହୋଇପାରିବେ।

ଚଳିତ ବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ସେପ୍ଟେମ୍ବର ୪ ତାରିଖରେ ପାଳନ କରାଯିବ।

ମଥୁରା ଓ ବୃନ୍ଦାବନରେ ଜନ୍ମାଷ୍ଟମୀକୁ ନେଇ ପ୍ରସ୍ତୁତି ଜୋରଦାର ହୋଇଥିବା ବେଳେ ବାଙ୍କେ ବିହାରୀଙ୍କ ଦୁର୍ଲଭ ମଙ୍ଗଳ ଆଳତି ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ବିଶେଷ ଆଗ୍ରହ ରହିଛି।

Modi-Pezeshkian Meeting: ଇରାନକୁ ସାହାଯ୍ୟ କରୁଥିବା ଯେକୌଣସି ଦେଶ ପ୍ରତିବନ୍ଧକର ସମ୍ମୁଖୀନ ହେବ: ମୋଦୀ-ପେଜେଶକିୟାନ ବୈଠକ ପରେ ରୁବିଓଙ୍କ ଚେତାବନୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)