Bank account: ପ୍ରତି ଚତୁର୍ଥ ଜନଧନ ଖାତା ଅଚଳ

Sep 06, 2026 - 21:21
Bank account: ପ୍ରତି ଚତୁର୍ଥ ଜନଧନ ଖାତା ଅଚଳ

"ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନଧନ ‌ଯୋଜନା ଅଧୀନରେ ଖୋଲାଯାଇଥିବା ବ୍ୟାଙ୍କ ଖାତାଗୁଡ଼ିକ ମଧ୍ୟରୁ ପ୍ରତି ଚତୁର୍ଥ ଖାତା ଅଚଳ ରହିଛି।

ଅର୍ଥାତ ସେହି ଖାତାରେ କୌଣସି କାରବାର ହେଉନାହିଁ।

ପ୍ରାୟ ୫.୭୨ ଜନଧନ ଖାତାରେ କୌଣସି ଜମାରାଶି ନାହିଁ ବୋଲି ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ଅଧୀନରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି।

Advertisment ୨୦୨୬ ଅଗଷ୍ଟ ୧୨ ସୁଦ୍ଧା ୫୯ କୋଟିରୁ ଅଧିକ ଜନଧନ ଖାତାରେ ୩.୧୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଜମାରାଶି ରହିଛି।ସୂଚନା ଅଧିକାର କର୍ମୀ ଚନ୍ଦ୍ରଶେଖର ଗୌରଙ୍କୁ ଅର୍ଥ ମନ୍ତ୍ରଣାଳୟର ଅର୍ଥ ସେବା ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଦେଶରେ ୫୯,୦୩,୭୪,୯୦୭ଟି ଜନଧନ ଖାତା ରହିଛି ଓ ସେଥିରେ ମୋଟ୍‌ ୩,୧୫,୧୭୯.୯୦ କୋଟି ଟଙ୍କାର ବାଲାନ୍ସ ରହିଛି।

ମୋଟ୍‌ ଖାତାରୁ ୩୨.୮୯ ଖାତା ମହିଳାମାନଙ୍କ ନାମରେ ଓ ୨୬.୧୪ ଖାତା ପୁରୁଷମାନଙ୍କ ନାମରେ ରହିଛି।

୫,୭୨,୩୫,୪୯୦ଟି ଜନଧନ ଖାତାରେ କୌଣସି ଜମରାଶି ନାହିଁ ଓ ୧୫,୩୬,୭୭,୦୦୯ଟି ଖାତା ଅଚଳ ରହିଛି।

ଆର୍ଥିକ ଅନ୍ତର୍ଭୁକ୍ତୀକରଣର ଜାତୀୟ ମିସନ ଭାବେ ଜନଧନ ଯୋଜନାକୁ ୨୦୧୪ରେ ଆରମ୍ଭ କରାଯାଇଥିଲା।

ଦେଶର ପ୍ରତିଟି ପରିବାରରେ ଅତିକମ୍‌ରେ ଗୋଟିଏ ବ୍ୟାଙ୍କ ଖାତା ରହିବା, ଆର୍ଥିକ ସାକ୍ଷରତାକୁ ବଢ଼ାଇବା ଓ ସାମାଜିକ ସୁରକ୍ଷା ବ୍ୟବସ୍ଥାରେ‌ ସେମାନଙ୍କୁ ସାମିଲ କରିବା ଏହି ଯୋଜନାର ଲକ୍ଷ୍ୟ ଥିଲା।

୧୫ ଦିନରେ ସମାଧାନ ହେବ ମୃତବ୍ୟକ୍ତିଙ୍କ ବ୍ୟାଙ୍କ ଖାତା ସଂପର୍କିତ ଦାବି, ରିଜର୍ଭ ବ୍ୟାଙ୍କର ନୂଆ ନିୟମ ସୂଚନା ଅନୁସାରେ ଉତ୍ତରପ୍ରଦେଶରେ ୯୫.୯୨ ଲକ୍ଷ ଖାତାରେ ଶୂନ ବାଲାନ୍ସ ରହିଛି।

ଏହା ପଛକୁ ବିହାରରେ ୬୨.୩୫ ଲକ୍ଷ ଖାତା, ପଶ୍ଚିମବଙ୍ଗରେ ୩୭.୨୦ ଲକ୍ଷ ଖାତା, ଆସାମରେ ୩୬.୩୦ ଲକ୍ଷ ଖାତା ଓ ମହାରାଷ୍ଟ୍ରରେ ୩୬.୦୪ ଲକ୍ଷ ଖାତା ରହିଛି ଯେଉଁଥିରେ ଟଙ୍କାଟିଏ ବି ନାହିଁ।

ସେହିପରି, ଉତ୍ତରପ୍ରଦେଶରେ ସର୍ବାଧିକ ୩.୨୩ କୋଟି ଅଚଳ ଖାତା ରହିଥିବା ବେଳେ ବିହାରରେ ୧.୫୯ କୋଟି ଖାତା, ମଧ୍ୟପ୍ରଦେଶରେ ୧.୩୫ କୋଟି ଖାତା, ପଶ୍ଚିମବଙ୍ଗରେ ୧.୦୨ କୋଟି ଖାତା ଓ ମହାରାଷ୍ଟ୍ରରେ ୯୭.୯୪ କୋଟି ଖାତା ଅଚଳ ରହିଛି।

ସୂଚନା ଅନୁସାରେ ଦେଶର ସର୍ବାଧିକ ୧୦.୫୧ କୋଟି ଜନଧନ ଖାତା ଉତ୍ତରପ୍ରଦେଶରେ ରହିଥିବା ବେଳେ ବିହାରରେ ୭.୦୧ କୋଟି, ପଶ୍ଚିମବଙ୍ଗରେ ୫.୭୩ କୋଟି, ରାଜସ୍ଥାନରେ ୩.୮୭ କୋଟି ଓ ମହାରାଷ୍ଟ୍ରରେ ୩.୮୫ କୋଟି ଜନଧନ ଖାତା ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)