Bangladesh Deportation: ସଜା ପରେ ସ୍ବଦେଶ ଫେରିଲା ମହମ୍ମଦ ବାବୁ ଖାନ୍; ବାଂଲାଦେଶରେ ଡିପୋର୍ଟ କଲା ବାଲେଶ୍ବର ପୁଲିସ
ବାଲେଶ୍ବର, ୦୮/୦୭: ବାଂଲାଦେଶର ନାଗରିକ ମହମ୍ମଦ ବାବୁ ଖାନ ଦେଶାନ୍ତର। ୧୪ ବର୍ଷ ବାଲେଶ୍ଵର ଜିଲ୍ଲା କାରାଗାରରେ ସଜା କଟାଇବା ପରେ ବାବୁ ଖାନକୁ ବାଂଲାଦେଶ ପଠାଯାଇଛି । ସେ ଅବୈଧ ଭାବରେ ଭାରତରେ ପ୍ରବେଶ କରି ବାଲେଶ୍ଵରରେ ରହୁଥିଲା । ପରବର୍ତ୍ତୀ ସମୟରେ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ରହିଥିଲା । ବାବୁ ନାଁରେ ବାଲେଶ୍ଵର ଟାଉନ୍, ବସ୍ତା , ସଦର, ଇଣ୍ଡଷ୍ଟ୍ରିଆଲ, ରେମୁଣା ଥାନାରେ ୯ଟି ମାମଲା ରହିଥିଲା । ବାଲେଶ୍ବର ପୁଲିସ ପକ୍ଷରୁ ସମସ୍ତ ଡକ୍ୟୁମେଣ୍ଟ ପ୍ରସ୍ତୁତି ଶେଷ ହେବା ପରେ ଆଜି ପ୍ରତ୍ୟାବର୍ତ୍ତନ କରାଯାଇଛି। ବୁଧବାର ବାଲେଶ୍ଵର ପୁଲିସ କଡ଼ା ସୁରକ୍ଷା ବଳୟ ମଧ୍ୟରେ ନେଇ ବାଂଲାଦେଶକୁ ଡିପୋର୍ଟ କରିଛି ।
ବାବୁ ଖାନ କୌଣସି ବୈଧ ପାସପୋର୍ଟ କିମ୍ବା ଭିସା ନଥାଇ ୨୦୦୨ ମସିହାରେ ଶ୍ରମିକ ଭାବେ କାମ କରିବା ପାଇଁ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲେ। ପରବର୍ତ୍ତୀ ସମୟରେ ବିଭିନ୍ନ ଅପରାଧୀ କାର୍ଯ୍ୟ ଲିପ୍ତ ହେବା ସହିତ ଗିରଫ ହୋଇ ବାଲେଶ୍ଵର ଜିଲ୍ଲା କାରାଗାର ରେ ସଜା କାଟୁଥିଲେ। ଗତ ଏପ୍ରିଲ ୮ ତାରିଖରେ ତାଙ୍କର ସଜା ଶେଷ ହେବା ପରେ କଡା ସୁରକ୍ଷା ବଳୟ ମଧ୍ୟରେ ପୁଲିସ ହେପାଜତରେ ରହି ଆସୁଥିଲେ। ଏନେଇ ବାବୁ କହିଛନ୍ତି ଯେ ତାଙ୍କୁ କାମ ଦେବା ବାହାନାରେ ଅଣା ଯାଇ ଫସାଇ ଦିଆଯାଇଛି । ସେ ନିଜ ଦେଶକୁ ଫେରୁଥିବାରୁ ଖୁସି ଅଛନ୍ତି।
ଅଧିକ ପଢ଼ନ୍ତୁ- Revenue Bhawan : କଳ୍ପନା ଛକରେ ତିଆରି ହେବ ନୂଆ ରାଜସ୍ୱ ଭବନ, ଗୋଟିଏ କୋଠାରେ ରହିବ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ସବୁ ବିଭାଗର ଅଫିସ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।