WEDNESDAY
08 JULY 2026

Welcome!

Unlock your personalized experience.
Sign Up

Accident News : ଜଗା ଦର୍ଶନ ସାରି ଫେରିବା ବେଳେ ବଡ଼ ଅଘଟଣ, ଟ୍ରକ୍‌କୁ ଧକ୍କା ଦେଲା ମିନି ବସ୍, ୧୦ ଯାତ୍ରୀ ଗୁରୁତର

Jul 08, 2026 - 08:39
Accident News : ଜଗା ଦର୍ଶନ ସାରି ଫେରିବା ବେଳେ ବଡ଼ ଅଘଟଣ, ଟ୍ରକ୍‌କୁ ଧକ୍କା ଦେଲା ମିନି ବସ୍, ୧୦ ଯାତ୍ରୀ ଗୁରୁତର

ଭୋଗରାଇ, ୮/୭ : ପୁରୀରୁ ଜଗା ଦର୍ଶନ ସାରି ଫେରିବା ବେଳେ ବଡ଼ ଅଘଟଣ। ଟ୍ରକକୁ ପଛପଟୁ ଧକ୍କା ଦେଲା ମିନି ବସ୍। ୧୦ରୁ ଅଧିକ ତୀର୍ଥଯାତ୍ରୀ ଗୁରୁତର। ମଙ୍ଗଳବାର ବିଳମ୍ଵିତ ରାତିରେ ବସ୍ତା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର କୁଣ୍ତୁପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। 

ସୂଚନାନୁଯାୟୀ, ମଙ୍ଗଳବାର ବିଳମ୍ଵିତ ରାତିରେ ପୁରୀରୁ ଫେରୁଥିବା ଏକ ମିନି ବସ୍ ବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥର କୁଣ୍ତୁପୁର ଛକ ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ପଛପଟୁ ଜୋରଦାର ଧକ୍କା ଦେଇଥିଲା। ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ ଟାଟା ଉଇଙ୍ଗରର ସାମ୍ନା ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା ଏବଂ ଯାତ୍ରୀମାନେ ଗାଡ଼ି ଭିତରେ ଫସି ରହିଥିଲେ। ଖବର ପାଇ ଜାତୀୟ ରାଜପଥ ପାଟ୍ରୋଲିଂ ପୁଲିସ, ଅଗ୍ନିଶମ ବାହିନୀ ଏବଂ ବସ୍ତା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ସମୟର ଉଦ୍ୟମ ପରେ ଗୁରୁତର ଆହତମାନଙ୍କୁ ଗାଡ଼ିରୁ ବାହାର କରାଯାଇ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ହସପିଟାଲକୁ ପଠାଯାଇଥିଲା। ଏହି ଦୁର୍ଘଟଣାରେ ୧୦ରୁ ଅଧିକ ତୀର୍ଥଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। କେତେକ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ପୁଲିସ କ୍ରେନ୍ ସହାୟତାରେ କ୍ଷତିଗ୍ରସ୍ତ ଗାଡ଼ିଗୁଡ଼ିକୁ ହଟାଇ ଯାତାୟାତ ସ୍ୱାଭାବିକ କରିଛି। ପୁଲିସ ଏନେଇ ଅଧିକ ତଦନ୍ତ କରୁଛି। 

ଆହୁରି ପଢନ୍ତୁ- ଜୟପୁର ଖଣି ଉପନିର୍ଦ୍ଦେଶକ ଗିରଫ, ବାଲିଘାଟ ଲିଜ୍ ଅବଧି ବଢାଇବାକୁ ନେଉଥିଲେ ୨ ଲକ୍ଷ ଲାଞ୍ଚ

ଅନଲାଇନ ସପିଂରେ ଡାର୍କ ପାଟର୍ଣ୍ଣ ଖେଳ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।