Baloch liberation Army: ବଲୁଚିସ୍ତାନରେ ରକ୍ତାକ୍ତ ସଂଘର୍ଷ! ୭ ଦିନରେ ୨୭ ସୈନିକ ମୃତ୍ୟୁ ନେଇ BLAର ଦାବି

Oct 27, 2026 - 15:12
Baloch liberation Army: ବଲୁଚିସ୍ତାନରେ ରକ୍ତାକ୍ତ ସଂଘର୍ଷ! ୭ ଦିନରେ ୨୭ ସୈନିକ ମୃତ୍ୟୁ ନେଇ BLAର ଦାବି

ନୂଆଦିଲ୍ଲୀ: ପାକିସ୍ତାନ ସେନାକୁ ବଡ଼ ଝଟ୍‌କା!

ବଲୁଚିସ୍ତାନରେ ପୁଣି ତେଜିଲା ସାମରିକ ସଂଘର୍ଷ।

ମାତ୍ର ୭ ଦିନ ମଧ୍ୟରେ ୨୭ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିଥିବା ଦାବି କରିଛି ବଲୁଚ୍ ଲିବରେସନ୍ ଆର୍ମି (BLA)।

ଏଥିସହ ପାକିସ୍ତାନ କୋଷ୍ଟ ଗାର୍ଡ୍ସର ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କ ଗାଡ଼ିକୁ ରିମୋଟ୍‌ କଣ୍ଟ୍ରୋଲ୍‌ ବିସ୍ଫୋରଣରେ ଉଡ଼ାଇ ଦେଇଥିବା ମଧ୍ୟ ସଂଗଠନ ଦାବି କରିଛି।

ତେବେ ଏହି ଦାବିଗୁଡ଼ିକର ସ୍ୱାଧୀନ ପୁଷ୍ଟି ହୋଇନାହିଁ।

Advertisment BLAର ଦାବି ଅନୁସାରେ, ଅକ୍ଟୋବର ୨୦ରୁ ୨୬ ତାରିଖ ମଧ୍ୟରେ ବଲୁଚିସ୍ତାନର ବିଭିନ୍ନ ଅଞ୍ଚଳରେ ୧୫ଟି ସଂଗଠିତ ଆକ୍ରମଣ କରାଯାଇଛି।

ଏହି ଅଭିଯାନରେ ପାକିସ୍ତାନୀ ସେନାର ଅନେକ ଯବାନ ନିହତ ହୋଇଥିବା ବେଳେ ବହୁ ସୈନିକ ଆହତ ହୋଇଥିବା ଦାବି କରିଛି ସଂଗଠନ।

ମସ୍ତୁଙ୍ଗ, କଲାତ, ନୁସ୍କି ଓ କେଚ୍‌ ଭଳି ଅଞ୍ଚଳରେ ସେନାକୁ ଟାର୍ଗେଟ୍‌ କରି ଆକ୍ରମଣ କରାଯାଇଥିବା BLA କହିଛି।

କେତେକ ସ୍ଥାନରେ ସେନାର ଗାଡ଼ି ଉପରେ ଆକ୍ରମଣ ହୋଇଥିବା ବେଳେ ଅନ୍ୟ କିଛି ସ୍ଥାନରେ ଆଇଇଡି ବିସ୍ଫୋରଣ ଓ ସ୍ନାଇପର୍‌ ଆକ୍ରମଣ କରାଯାଇଥିବା ଦାବି ହୋଇଛି।

ସୁରାବର ଗୀଦର ଅଞ୍ଚଳରେ ଦୀର୍ଘ ଚାରି ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିବା ମଧ୍ୟ ସଂଗଠନ ଦାବି କରିଛି।

Brazil': ଲୁଲାଙ୍କ ବିଜୟ ପରେ ଫ୍ଲାଭିଓଙ୍କୁ ଦେଶ ଛାଡିବାକୁ ମନା: ପାସପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଅନ୍ୟପଟେ, ଗ୍ୱାଦର ଜିଲ୍ଲାର ପସନି ନିକଟରେ ପାକିସ୍ତାନ କୋଷ୍ଟ ଗାର୍ଡ୍ସର ଲେଫ୍ଟନାଣ୍ଟ କର୍ଣ୍ଣେଲ ବିଲାଲ ଜାଲିବଙ୍କ ଗାଡ଼ିକୁ ଟାର୍ଗେଟ୍‌ କରାଯାଇଥିବା BLA କହିଛି।

ଏହି ବିସ୍ଫୋରଣରେ ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଥିବା ଓ ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଥିବା ଦାବି କରାଯାଇଛି।

ବଲୁଚିସ୍ତାନରେ ଦୀର୍ଘଦିନ ଧରି ବିଚ୍ଛିନ୍ନତାବାଦୀ ହିଂସା ଜାରି ରହିଛି।

BLAର ଏହି ଦାବି ଯଦି ସତ୍ୟ ପ୍ରମାଣିତ ହୁଏ, ତେବେ ପାକିସ୍ତାନୀ ସୁରକ୍ଷା ବାହିନୀ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ହେବ।

ତେବେ ଏହି ଘଟଣାଗୁଡ଼ିକ ନେଇ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତଥ୍ୟ ମିଳିବା ପରେ ସ୍ଥିତି ଅଧିକ ସ୍ପଷ୍ଟ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)