Balianta brutality incident: ବାଲିଅନ୍ତା ବର୍ବରତା ଘଟଣା: ଫସିଲା କମିସନରେଟ୍ ପୁଲିସ
"କଟକ: ବାଲିଅନ୍ତାରେ ଜିଆର୍ପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚର ତଥ୍ୟ କମିସନରେଟ୍ ପୁଲିସକୁ ଅକଳରେ ପକାଇଛି।
ଯେଉଁ ୯ ଜଣଙ୍କୁ ବାଲିଅନ୍ତା ଥାନା ପୁଲିସ ହତ୍ୟାକାରୀ ଦର୍ଶାଇ ଗିରଫ କରିଥିଲା, ସେମାନେ ସେଦିନ ଘଟଣାସ୍ଥଳରେ ହିଁ ନଥିଲେ।
ସ୍ଥାନୀୟ ଅଞ୍ଚଳର ୫ ଜଣଙ୍କ ବୟାନ ଆଧାରରେ ପୁଲିସ ସେମାନଙ୍କୁ ଦୋଷୀ ଦର୍ଶାଇ ଗିରଫ କରିଥିଲା।
ସମ୍ପୃକ୍ତ ସାକ୍ଷୀମାନଙ୍କୁ କ୍ରାଇମବ୍ରାଞ୍ଚ ପୁଣି ଥରେ ପଚରାଉଚରା କରିବାରୁ ସେମାନେ ଅଭିଯୁକ୍ତମାନଙ୍କୁ ଜାଣିନଥିବା ଏବଂ ପୁଲିସ ସେମାନଙ୍କ ବୟାନ ରେକର୍ଡ କରିନଥିବା ଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି।
ଏହି ୯ ଜଣଙ୍କ ମୋବାଇଲ୍ ଲୋକେସନ୍ ହତ୍ୟାକାଣ୍ଡ ଦିନ ଘଟଣାସ୍ଥଳରୁ ଅନେକ ଦୂରରେ ଥିଲା।
ସେମାନଙ୍କ ମଧ୍ୟରୁ ଜଣେ ଗିରଫ ଅଭିଯୁକ୍ତ ବାଲିଅନ୍ତାର ସଂଗ୍ରାମ ଭୋଇ କଟକ ସଦର ଥାନା ଅନ୍ତର୍ଗତ ଧାକୁଲେଇ ପାଖରେ ଏକ ୱେଲ୍ଡିଂ କାମ କରୁଥିଲେ।
ଘଟଣା ସମୟରେ ୧୮ କିଲୋମିଟର ଦୂରରେ ଥାଇ ସୁଦ୍ଧା ସଂଗ୍ରାମଙ୍କୁ ବାଲିଅନ୍ତା ଥାନା ପୁଲିସ ହତ୍ୟାକାରୀ ଦର୍ଶାଇଥିଲା।
ଆଉ ଜଣେ ଅଭିଯୁକ୍ତ ସପିଂମଲ୍ରେ ଥିବା କହିବାରୁ କ୍ରାଇମବ୍ରାଞ୍ଚ ସମ୍ପୃକ୍ତ ମଲ୍ରୁ ସିସିଟିଭି ଫୁଟେଜ୍ ଜବତ କରିବା ପରେ ତା" କଥାର ସତ୍ୟତା ଥିବା ଜଣାପଡ଼ିଛି।
Advertisment Horoscope 2026 August 06: ଜାଣନ୍ତୁ ଆଜିର ରାଶିଫଳ...
ସଂପୃକ୍ତ ନଥିବା ୯ ଜଣଙ୍କୁ ଗିରଫ କରିଛି ବାଲିଅନ୍ତା ଥାନା ପୁଲିସ୧୧ ଜଣଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ଦାଖଲ କଲା ୭୬୭ ପୃଷ୍ଠାର ଚାର୍ଜସିଟ୍ ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର-କାଜ ଅଞ୍ଚଳରେ ସୌମ୍ୟରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଭୁବନେଶ୍ୱର ଏସ୍ଡିଜେଏମ୍ଙ୍କ ଅଦାଲତରେ ମୋଟ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ବୁଧବାର ୭୬୭ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି।
ଅଭିଯୁକ୍ତ ତାଲିକାରେ ଅଛନ୍ତି ଯୁଧିଷ୍ଠିର ଜେନା, ରଞ୍ଜିତ ପାତ୍ର, ରଞ୍ଜିତ ରଣା, ପଞ୍ଚାନନ ବଡ଼ଜେନା, ବିନୋଦ କୁମାର ବେହେରା, ପ୍ରଦୀପ ଚନ୍ଦ୍ର ମଙ୍ଗରାଜ, ଅଶୋକ କୁମାର ଜେନା, ବିଭୂତି ଭୂଷଣ ପରିଡ଼ା, ସୁବାସ ଭୋଇ, ସ୍କାଏଲାବ୍ ପତି ଓ ବିସ୍ମୟ ମହାନ୍ତି।
ଏ ସମସ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।
Delimitation Bill: ସୀମା ପୁନଃନିର୍ଦ୍ଧାରଣ ବିଲ୍ ଉପରେ କେନ୍ଦ୍ରକୁ ସହଯୋଗ କରିବାକୁ ସ୍ପଷ୍ଟ ମନା କରିଦେଲେ ରାହୁଲ ଗାନ୍ଧୀ ମେ ୭ ତାରିଖରେ ପ୍ରଥମେ ବାଲିଅନ୍ତା ଥାନା ପୁଲିସ ରୁଜୁ କରିଥିବା ମାମଲା ଆଧାରରେ ଯେଉଁ ୯ ଜଣଙ୍କୁ ଗିରଫ କରିଥିଲା, ସେମାନେ ହେଲେ ସନ୍ତୋଷ ପତି ଓରଫ ମଣ୍ଟୁ, ସୂରଜ ଓଝା, ସଂଗ୍ରାମ ଭୋଇ, ପ୍ରମୋଦ ଜେନା, ବଣ୍ଟି ଜେନା, ସୁରଜିତ ରଣା, ଅଭିଷେକ କର, ସଦାନନ୍ଦ ଖୁଣ୍ଟିଆ ଓ ବିକ୍ରମ କେଶରୀ ଦାସ।
ପ୍ରାଥମିକ ତଦନ୍ତରୁ ଏହି ୯ ଜଣଙ୍କର ମାମଲାରେ ସଂପୃକ୍ତି ନେଇ ପର୍ଯ୍ୟାପ୍ତ ପ୍ରମାଣ ନ ମିଳିବାରୁ ସେମାନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିନଥିବା ଦର୍ଶାଇଛି।
ଏ ପ୍ରକାର ଘଟଣାରେ ଏବେ କମିସନରେଟ୍ ପୁଲିସ ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବା ଆଶଙ୍କା ସୃଷ୍ଟି ହୋଇଛି।
କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତକାରୀ ଅଧିକାରୀ(ଆଇଓ) ଡିଏସ୍ପି ରତ୍ନପ୍ରଭା ଶତପଥୀ ୧୫୦ ଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷ୍ୟ, ହତ୍ୟାକାଣ୍ଡ ପରେ ଭାଇରାଲ୍ ହୋଇଥିବା ୪୦ ମୋବାଇଲ୍ ଭିଡିଓ, ଅଭିଯୁକ୍ତଙ୍କ ମୋବାଇଲ୍ ଲୋକେସନ୍, ପାରିପାର୍ଶ୍ୱିକ ପ୍ରମାଣ ସଂଗ୍ରହ କରିବା ପରେ ୯୦ ଦିନ ମଧ୍ୟରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛନ୍ତି।
ଅନ୍ୟପଟେ ବିଏନ୍ଏସ୍ର ଧାରା ୧୯୩(୯) ଅନୁଯାୟୀ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି।
ରସୁଲଗଡ଼ ଫରେନ୍ସିକ ସାଇନ୍ସ ଲାବୋରେଟୋରି (ଏସ୍ଏଫ୍ଏସ୍ଏଲ୍) ରିପୋର୍ଟ ଏବଂ ଅନ୍ୟାନ୍ୟ ସୂତ୍ରରୁ ଅଧିକ ସାକ୍ଷ୍ୟ ପ୍ରମାଣ ମିଳିବା ପରେ ଅଦାଲତରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରାଯିବ।
ଘଟଣାରେ ସଂପୃକ୍ତ ଅନ୍ୟ ଫେରାର ୭ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।