Flood in Odisha: ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପୁଲିସ କମିସନର

Aug 06, 2026 - 01:36
Flood in Odisha: ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପୁଲିସ କମିସନର

"ବାଲିପାଟଣା (ବସନ୍ତ ଦାଶ): ପୁଲିସ କମିସନର ଏସ୍ ଦେବଦତ୍ତ ସିଂ ବୁଧବାର ଦିନ ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତ ଟିଙ୍କିପଡା ଗ୍ରାମ ପରିଦର୍ଶନରେ ଆସିଥିଲେ।

ଏହି ଅବସରରେ ବନ୍ୟା ପ୍ରଭାବିତ ଗ୍ରାମବାସୀଙ୍କ ସହ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ।

ମହିଳାମାନେ ବନ୍ୟା ସମୟରେ ଅଙ୍ଗେଲିଭା କଷ୍ଟ କମିସନରଙ୍କ ସାମ୍ନାରେ କୋହ ଭରା କଣ୍ଠରେ ବଖାଣି ଥିଲେ।Advertisment ଆଦର୍ଶ ବିଦ୍ୟାଳୟ ୧୦ମ ଶ୍ରେଣୀ ଛାତ୍ରୀ ଶୁଭଲକ୍ଷ୍ମୀ ବେହେରା ସ୍ୱାଗତ ସଙ୍ଗୀତ ଗାନ କରିଥିଲେ।

ଛାତ୍ରୀଙ୍କ ଗୀତରେ ମୁଗ୍ଧ ହୋଇ ଶ୍ରୀ ସିଂ ଆସନ୍ତା ୧୫ ତାରିଖ ସ୍ୱାଧୀନତା ଦିବସରେ କମିସନରେଟ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରିଛନ୍ତି।

ଟିଂକିପଡା ଗ୍ରାମର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଗୋଟି ପୁଅ ନୃତ୍ୟ କଳାକାରଙ୍କୁ କମିସନର ଶ୍ରୀ ସିଂ ପ୍ରଶଂସା କରିଥିଲେ।

ଏହି ଅବସରରେ ଆଡିସନାଲ ଡିସିପି ମାନସ ରଞ୍ଜନ ଗଡ଼ନାୟକ, ଆଡିସନାଲ ଡିସିପି ବିଧୁ ଭୂଷଣ ଉଦଗାତା, ଆଡିସନାଲ ଡିସିପି କୃଷ୍ଣ ଚନ୍ଦ୍ର ଭୋଇ, ଜୋନ ୪ ଏସିପି ଅଭିମନ୍ୟୁ ନାୟକ, ବାଲିପାଟଣା ଆଇ ଆଇ ସି ସୂର୍ଯ୍ୟାଂଶୁ ଶେଖର ପାଢ଼ୀ, ବନମାଳୀପୁର ଫାଣ୍ଡି ଅଧିକାରୀ ରୁପେଶ ପ୍ରଧାନ, ରେଡକ୍ରସ ମୁଖ୍ୟ ଡ଼ଃ ରୁଷି କେଶ ପଟ୍ଟନାୟକ, ଦିଲ୍ଲୀପ ଦାସ ଶର୍ମା, ସ୍ଥାନୀୟ ସରପଞ୍ଚ ବାହନ ଭୋଇ, ପ୍ରବୀଣ ନାୟକ, କୈଳାଶ ଚନ୍ଦ୍ର ସେଠି, ପ୍ରମୁଖ ଉପସ୍ଥିତ ଥିଲେ।ବିଜେପି ଜିଲ୍ଲା ଏସସି ମୋର୍ଚ୍ଚା ସଭାପତି ପବିତ୍ର କୁମାର ଭୋଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।