Balasore Drug Racket: ଖାଦ୍ୟରେ ଅପମିଶ୍ରଣ ପରେ ବିଷ ବି ଭେଜାଲ୍; ବ୍ରାଉନସୁଗାରରେ ମିଶୁଛି ବିଷାକ୍ତ କେମିକାଲ୍

Nov 18, 2026 - 21:25
Balasore Drug Racket: ଖାଦ୍ୟରେ ଅପମିଶ୍ରଣ ପରେ ବିଷ ବି ଭେଜାଲ୍; ବ୍ରାଉନସୁଗାରରେ ମିଶୁଛି ବିଷାକ୍ତ କେମିକାଲ୍

ଖାଦ୍ୟରେ ଅପମିଶ୍ରଣ କଥା ଶୁଣିଥିବେ, ହେଲେ ନିଶାରେ, ବ୍ରାଉନସୁଗାରରେ।

ଯାହା ଖାଇଲେ ମୃତ୍ୟୁ ସୁନିଶ୍ଚିତ ତା ବି କଳାବଜାରରେ ଭେଜାଲ ଆସୁଛି।

ହେଲେ ୟେ ଏମିତି ସେମିତି ନୁହେଁ ସିଧା ଆପଣଙ୍କ ଜୀବନ ନେଇଯିବ।

ବାଲେଶ୍ବରରେ ୧୩ କୋଟିର ବ୍ରାଉନସୁଗାର ଜବତ ପରେ ଖୋଲିଛି ଗୁମର, କେମିତି ଦମ୍ପତ୍ତି ବେଙ୍ଗଲରୁ ଧଳା ଜହର ଆଣି ଏଥିରେ ମିଶାଉଥିଲେ ଆସନ୍ତୁ ଜାଣିବା।

Advertisment ଛେନାରେ ଅପମିଶ୍ରଣ, ସସରେ ପଚା କଖାରୁ, ମସଲାଠୁ ସର୍ଫ ସବୁ କିଛି ଭେଜାଲ୍।

ହେଲେ ବିଷ ବି ଭେଜାଲରେ ମିଳୁଛି।

ଠିକ୍ ଶୁଣିଲେ, ବିଷ ଯାହା ଆପଣଙ୍କୁ ଧିରେ ଧିରେ ମାରିବ, ଯାହା ଆପଣଙ୍କ ଯୌବନକୁ ଜାଳିବ, ଆପଣଙ୍କ କ୍ୟାରିୟରକୁ ମୋଡ଼ି ମକଚି ଦେବ।

ୟେ ହେଉଛି ସେଇ ଧଳା ଜହର ଯାହା ମାୟାରେ ବାୟା ଏବେ ଯୁବ ପୀଢ଼ି।

ଆଉ ସେଥିରେ ବି ମିଶୁଛି ଆଉ ଏକ ବିଷ।

ବାଲେଶ୍ୱରରୁ ୧୩ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ ପରେ ସାମ୍ନାକୁ ଆସିଛି ନିଶା କାରବାରର ଏହି ସାଂଘାତିକ ଚେହେରା।

କିପରି ଚାଲିଛି ଏହି ଭେଜାଲ୍ ଖେଳ, ଅଧିକ ଲାଭ ପାଇଁ ଗୋଟିଏ କିଲୋ ବ୍ରାଉନସୁଗାର ପ୍ରସ୍ତୁତିରେ ମାତ୍ର ୩୦୦ ଗ୍ରାମ ମୂଳ ଉପାଦାନ ସହ ବାକି ଅଂଶରେ ମିଶୁଛି ଯାହା ତା କଥା ଭାବିଲା ବେଳେ ମୁଣ୍ଡ ଘୁରେଇ ଯାଉଛି।

Advertisment ଖାଲି ମୁଣ୍ଡ ଘୁରେଇବନି ଜୀବନକୁ ବି ଛଡ଼ାଇ ନେବ।

କିଲେ ବ୍ରାଉନସୁଗାରରେ ୭୦ ପ୍ରତିଶତ ଅର୍ଥାତ ୭ଶହ ଗ୍ରାମ୍ ମିଶୁଛି ଭେଜାଲ, ମାନେ ଅନ୍ୟାନ୍ୟ ପାଉଡର୍।

ନିଶା ତ ଲାଗିବନି, ତେଣୁ ଏଥିରେ ମିଶାଯାଉଛି ବୃସିନ୍ ଆନହାଇଡ୍ରସ୍।

ଯାହା ଧଳା ଜହରଠୁ ଅଧିକ ବିଷାକ୍ତ ଓ ଚୁଟିକରେ ଆଣି ଦେବ ଗଭୀର ନିଶା।

ହେଲେ ଏଇ ନିଶା ବାଟେ ଯେ ଜୀବନ ବି ଯାଉଛି ତା କଥା ଯୁବ ପୀଢ଼ି ଜାଣି ପାରୁନାହାନ୍ତି।

ହେଲେ ବୃସିନ୍ ଆନହାଇଡ୍ରସ୍, ଏତେ ମାରାତ୍ମକ କେମିତି?

କାହିଁକି ଏହାକୁ ନେଇ ଏତେ ଚିନ୍ତା?

ୟେ ଏମିତି ସେମିତିକା ରାସାୟନ ନୁହେଁ ୟେ ଶରୀର ଭିତରକୁ ଗଲେ ମାଂସପେଶୀକୁ ଉତ୍ତେଜିତ କରେ ଓ ନଷ୍ଟ କରିବାକୁ ଲାଗେ।

ବିଷକ୍ରିୟା ଘଟାଇ ଶ୍ୱାସ ନେବାରେ ସମସ୍ୟା ସୃଷ୍ଟି କରେ, ହୃଦ୍ ସ୍ପନ୍ଦନ ବଢ଼ାଏ ଓ ରକ୍ତଚାପକୁ ଅସନ୍ତୁଳିତ କରେ।

ଡୋଜ୍ ଟିକିଏ ଏପଟ ସେପଟେ ହେଲେ ମୃତ୍ୟୁ ସୁନିଶ୍ଚିତ।

ବାଲେଶ୍ବର ଗୋପାଳ ଗାଁରୁ ଧଳାଜହରର କୁଟୀର ଶିଳ୍ପକୁ ଧରିବା ପରେ ଏଇ ବିଷ ସାମ୍ରାଜ୍ୟ ଉପରୁ ପରଦା ହଟୁଛି।

ଏଥିରେ ସାମିଲ ଥିବା ଅଭିଯୁକ୍ତ ମାଷ୍ଟରମାଇଣ୍ଡ ଦମ୍ପତ୍ତିଙ୍କୁ ଗିରଫ କରିବା ପରେ ଏମାନଙ୍କ ରାକେଟ୍ ପଶ୍ଚିମବଙ୍ଗ ଲମ୍ବିଥିବା ଜଣାପଡ଼ିଛି।

ଖାଲି ସେତିକି ନୁହେଁ କାହାକୁ ଯେମିତି ସନ୍ଦେହ ହେବନି ସେଥିପାଇଁ ବାଲେଶ୍ବରର ସବୁଠୁ ମହଙ୍ଗା ଓ ସମ୍ଭାନ୍ତ ଅଞ୍ଚଳରେ ଘର ଭଡ଼ା ନେଇଥିଲେ।

ବେଙ୍ଗଲରୁ ଆଣି, ବିଷ ମିଶାଇ ସାରା ରାଜ୍ୟକୁ ପୁଡ଼ିଆ କରି ବିକୁଥିଲେ, ଆଉ ବାଣ୍ଟି ଚାଲିଥିଲେ ବିଷ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)