Baijal Sagar Village: ବର୍ଷାର ସୂଚନା ନେଇ ବୈଜଲ ସାଗର ଗାଁକୁ ଆସିଲେଣି ଗେଣ୍ଡାଳିଆ ପକ୍ଷୀ
"ଧଣ୍ଡାମୁଣ୍ଡା (ସରୋଜ ମିଶ୍ର): ମୌସୁମୀ ବର୍ଷା ଆଗମନର ସୂଚନା ନେଇ ଆସନ୍ତି ବିରଳ ଗେଣ୍ଡାଳିଆ ପକ୍ଷୀ ଏମାନଙ୍କ ଆଗମନ ପରେ ବର୍ଷା ହେବାର ସୂଚନା ପାଇ ଅଞ୍ଚଳରେ ଚାଷୀମାନେ ଚାଷକାମ ଆରମ୍ଭକରିଥାନ୍ତି।
ସେଥିପାଇଁ ପ୍ରତିବର୍ଷ ଏହି ପକ୍ଷୀମାନଙ୍କ ଆଗମନକୁ ଉତ୍କଣ୍ଠାର ସହ ଚାହିଁ ରହିଥାନ୍ତି ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ୍ ଗମ୍ଭାରୀ ପଞ୍ଚାୟତର ବୈଜଳ ସାଗର ଗ୍ରାମବାସୀ।
ଚଳିତ ବର୍ଷ ମଧ୍ୟ ଏହି ପକ୍ଷୀମାନେ ଗତ କିଛିଦିନ ହେଲା ଆସି ଯାଇଥିବାରୁ ଚାଷୀମାନଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି।
ସେମାନେ ଚାଷ କାମ ପାଇଁ ତତ୍ପର ହୋଇ ପଡ଼ିଥିବା ଲକ୍ଷ୍ୟ କରାଯାଉଛି।Advertisment ପକ୍ଷୀମାନେ ଗାଁ ଛାଡ଼ି ଅନ୍ୟତ୍ର ସୁରକ୍ଷିତ ସ୍ଥାନକୁ ଚାଲିଯାଇଥାନ୍ତି ସୂଚନା ଅନୁଯାୟୀ, ବୈଜଳ ସାଗର ଗ୍ରାମକୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବହୁ ସଂଖ୍ୟାରେ ଗେଣ୍ଡାଳିଆ ପକ୍ଷୀଙ୍କ ଆଗମନ ହୋଇଛି।
ଚଳିତ ମାସରେ ବୈଜଳ ସାଗର ରାସ୍ତା ପରିସରରେ ଥିବା ୩ଟି ତେନ୍ତୁଳି ଗଛରେ ସେମାନେ ବାସ କରୁଛନ୍ତି ।
ଏହି ପକ୍ଷୀ ସବୁ ହଂସରାଳି ଓ ଗେଣ୍ଡାଳିଆ ପ୍ରଜାତିର ଅଟନ୍ତି।
ତେବେ ଏମାନଙ୍କ ଆଗମନରେ ପକ୍ଷୀପ୍ରେମୀଙ୍କ ମନରେ ଅପୂର୍ବ ଆନନ୍ଦ ପରିଲକ୍ଷିତ ହୋଇଛି ।
ଏମାନଙ୍କୁ ଦେଖିଲେ ଗ୍ରାମବାସୀ ମୌସୁମୀ ବର୍ଷା ଆଗମନର ସଂକେତ ପାଇଥାନ୍ତି ।
ଏହା ସହିତ ସେମାନେ ଜମି ପ୍ରସ୍ତୁତ କରି ଚାଷକାମ ଆରମ୍ଭ କରିଥାନ୍ତି।
ଯେଉଁ ବର୍ଷ ଅଧିକ ସଂଖ୍ୟାରେ ପକ୍ଷୀଙ୍କ ଆଗମନ ରହିଥାଏ, ସେହିବର୍ଷ ସ୍ବାଭାବିକ ବର୍ଷା ହେବାର ଆକଳନ କରିଥାନ୍ତି ଗ୍ରାମବାସୀ ।
ଏହି ପକ୍ଷୀ ଜମିରେ ଥିବା କୀଟ ଖାଇଥାନ୍ତି ।
ଫଳରେ କି ଧାନ ଫସଲ ବିଶେଷ ଭାବେ ପୋକ ଦ୍ବାରା ନଷ୍ଟ ହେଉନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।
ପକ୍ଷୀମାନେ ୩ଟି ତେନ୍ତୁଳି ଗଛରେ ବସା ବାନ୍ଧନ୍ତି ।
ପରେ ପକ୍ଷୀମାନେ ଏଠାରେ ଅଣ୍ଡା ଦିଅନ୍ତି।
ଛୁଆଙ୍କୁ ଉଡ଼ିବା ଶିଖାଇବା ପରେ ନଭେମ୍ବରରୁ ଡିସେମ୍ବର ମାସ ବେଳକୁ ଏହି ପକ୍ଷୀମାନେ ଗାଁ ଛାଡ଼ି ଅନ୍ୟତ୍ର ସୁରକ୍ଷିତ ସ୍ଥାନକୁ ଚାଲିଯାଇଥାନ୍ତି।
ପକ୍ଷୀମାନଙ୍କୁ ବନ ବିଭାଗର କର୍ମଚାରୀଙ୍କ ସହିତ ଗ୍ରାମବାସୀମାନେ ସୁରକ୍ଷା ଦେଉଛନ୍ତି ।
Vigilance Raid: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିମସାର୍ର ସୁପରିଣ୍ଟେଣ୍ଡେଣ୍ଟ ଅଶ୍ୱିନୀ ମେହେରଙ୍କ ଘରେ ପଶିଲା ଭିଜିଲାନ୍ସ "