Bagru's huge market: ବାଗ୍ରୁର ବିଶାଳ ବଜାର
"ଭାରତର ପର୍ଯ୍ୟଟନ ମାନଚିତ୍ରରେ ରାଜସ୍ଥାନର ସ୍ଥାନ ବେଶ୍ ସ୍ବତନ୍ତ୍ର। "ଲାଣ୍ଡ୍ ଅଫ୍ କିଙ୍ଗ୍ସ"ରେ ପହଞ୍ଚିଲେ ସୁନ୍ଦର ହ୍ରଦ, ବିଶାଳ ଦୁର୍ଗ, ଦିଗନ୍ତବିସ୍ତାରୀ ମରୁଭୂମି ଓ ମନ୍ଦିର ସମସ୍ତଙ୍କୁ ମୁଗ୍ଧ କରେ।
ତେବେ ସୂର୍ଯ୍ୟଙ୍କ ପ୍ରଖର କିରଣ ପ୍ରତିହତ କରିବା ପାଇଁ ବିଭିନ୍ନ ଉଜ୍ଜ୍ବଳ ରଙ୍ଗର େପାଷାକ ଏଠାରେ ସଭିଏଁ ବ୍ୟବହାର କରିଥାନ୍ତି।
ପୁଣି କିଛି ପାରଂପରିକ, ବୟନ କଳା ମଧ୍ୟ ରାଜସ୍ଥାନର ବୈଶିଷ୍ଟ୍ୟ।
ଜୟପୁରରୁ ଆଜେମର ଯିବା ରାସ୍ତାରେ ପଡ଼େ ଗୋଟିଏ ଗାଁ ବାଗ୍ରୁ।
ଆଜି ଏହି ଗାଁଟି ତା"ର ସ୍ବତନ୍ତ୍ର ବୟନ କୌଶଳ ଯୋଗୁଁ ବିଶ୍ବବିଖ୍ୟାତ।
ଦୀର୍ଘ ୪୦୦ ବର୍ଷ ହେଲାଣି ଏହି ଗାଁର ଚିପା ସଂପ୍ରଦାୟ ଦ୍ବାରା ପ୍ରସ୍ତୁତ ବାଗ୍ରୁ ପ୍ରିଣ୍ଟ୍ର ଚାହିଦା ଆକାଶଛୁଆଁ।
ସେମାନେ ପାରଂପରିକ ଭାବରେ ପରିବେଶ ଅନୁକୂଳ ଇଣ୍ଡିଗୋ ରୁ ନୀଳ, ମାଡ଼ର ଚେରରୁ ଲାଲ୍, ଲୁହାରୁ କଳା ଓ ଡାଳିମ୍ବ ଚୋପାରୁ ରଙ୍ଗ ସଂଗ୍ରହ କରନ୍ତି।
ପୁଣି ଲୁଗାକୁ କାଦୁଅ, ଅଠା, ଶସ୍ୟର ତୁଷ ଓ ଚୋକଡ଼ ଇତ୍ୟାଦି ଦ୍ବାରା ଡାଏ କରାଯାଏ ଏବଂ ବାଗ୍ରୁ ପ୍ରିଣ୍ଟ୍ ପାଇଁ ବେସ୍ ବା କ୍ଷେତ୍ର ପ୍ରସ୍ତୁତ ହୁଏ।
ସାଧାରଣତଃ ସୂତା, ଲିନେନ୍, ସିଲ୍କ, ଟସର, ଚନ୍ଦେରୀ, କୋଟା ଡୋରିଆ ଇତ୍ୟାଦି ଉପରେ ଏହା ଅଧିକ ସୁନ୍ଦର ଦିଶେ।
ପ୍ରିଣ୍ଟ୍ କରିବା ପାଇଁ ଶିଶୁ, ଶାଗୁଆନ, ରୋହିଡ଼ା (ମରୁଭୂମିର ଶାଗୁଆନ) ଇତ୍ୟାଦି ଗଛ କାଠରୁ ବ୍ଲକ୍ ତିଆରି ହୁଏ।Advertisment From engineer: ଇଞ୍ଜିନିୟରରୁ କ୍ରାଫ୍ଟ ଚକୋଲେଟ୍ର ନିର୍ମାତା Environment Panchayat: ତଳସରା ନିର୍ବାଚନମଣ୍ଡଳୀରେ ପରିବେଶ ପଞ୍ଚାୟତ,ପରିବେଶ ସୁରକ୍ଷା ଘରୁ ଆରମ୍ଭ ହେଉ: ଉପବାଚସ୍ପତି ଏହି ବ୍ଲକ୍ ତିଆରି କରୁଥିବା ଶିଳ୍ପୀମାନଙ୍କର ମାନ୍ୟତା ମଧ୍ୟ ଅଧିକ।
କେଉଁ କାଠରୁ କେମିତି ବ୍ଲକ୍ ତିଆରି ହେବ ଏବଂ ରଙ୍ଗ ଧରି ରଖିପାରିବାର କ୍ଷମତା େକତେ ଏହା ସେମାନଙ୍କୁ ବେଶ୍ ଜଣା।
ଏଣୁ ପାରଂପରିକ ଭାବରେ ପ୍ରକୃତି, ପରିବେଶ, ଫୁଲ, ବନସ୍ପତି, ଜ୍ୟାମିତିକ ରେଖାକୁ ନେଇ ବିଭିନ୍ନ ଡିଜାଇନ୍ର ବ୍ଲକ୍ ପ୍ରସ୍ତୁତ ହୁଏ ଏବଂ ଅଳ୍ପ କିଛି ପାରଂପରିକ ରଙ୍ଗରେ ଏହି ପ୍ରିଣ୍ଟ୍ ପ୍ରସ୍ତୁତ ହୁଏ।
ଆଗରୁ ଶାଢ଼ି ସାଲୁଆର କମିଜରେ ବାଗ୍ରୁ ପ୍ରିଣ୍ଟ୍କୁ ସଭିଏ ଆଦର କରୁଥିଲେ, କିନ୍ତୁ ୨୦୨୪ରେ ଏହାକୁ ଜି.ଆଇ.
ମାନ୍ୟତା ମିଳିବା ପରେ ବିଶ୍ବବ୍ୟାପୀ ଏହାର ଚାହିଦା ବଢ଼ିବାରେ ଲାଗିଛି।
ଅର୍ଗାନିକ୍ ଲିନେନ୍ ଓ କଟନ୍ରୁ ପ୍ରସ୍ତୁତ ବିଛଣା ଚଦର, ଦୋହର୍, ସୋଫା ଓ କୁସନ୍ କଭର୍, ପର୍ଦ୍ଦା, ଟେବୁଲ୍ ମ୍ୟାଟ୍ଠୁ ନେଇ ଟୋପି, ଜୋତା, ମନିପର୍ସ, ଦୁପଟ୍ଟା, ଘର ସଜେଇବା ପାଇଁ ବିଭିନ୍ନ ଉପକରଣରେ ମ୍ୟାଚିଂ ବାଗ୍ରୁ ପ୍ରିଣ୍ଟ୍ ବଜାରରେ ଉପଲବ୍ଧ ହେଉଛି।
ବର୍ତ୍ତମାନର ବଢୁଥିବା ତାପମାତ୍ରାକୁ ଦେଖି ଏହି ପରିବେଶ ଅନୁକୂଳ ବୟନ ଶୈଳୀଟି ଆଗକୁ ଆହୁରି ଲୋଡ଼ାପଡ଼ିବ ବୋଲି ଫ୍ୟାସନ୍ ବିଶେଷଜ୍ଞମାନେ ମତ ଦେଉଛନ୍ତି।"