Badminton: ଋତାପର୍ଣ୍ଣାଙ୍କୁ ଲାଗାତାର କାଂସ୍ୟ
ଭୁବନେଶ୍ବର: ଓଡ଼ିଶାର ତାରକା ବ୍ୟାଡ୍ମିଣ୍ଟନ୍ ଖେଳାଳି ଋତପର୍ଣ୍ଣା ପଣ୍ଡା ଚଳିତ ମାସରେ ଲଗାାତର ୨ଟି ପ୍ରତିଯୋଗିତାରେ ୨ଟି କାଂସ୍ୟ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଉଭୟ ପ୍ରତିଯୋଗିତାରେ ସେ ମିଶ୍ରିତ ଯୁଗଳ ବର୍ଗରେ ଏହି ପଦକ ଜିତିଥିଲେ। ରବିବାର ଉଦ୍ଯାପିତ ତେଲେଙ୍ଗାନା ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଚ୍ୟାଲେଞ୍ଜର ସେମିଫାଇନାଲ୍ରେ ୧୬-୨୧, ୧୬-୨୧ରେ ଏଲିନା ଡାଭଲେତୋଭା ଓ ରୋଡିଆନ୍ ଅଲିମୋଭଙ୍କଠୁ ହାରି କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ।
Diwali Celebration: ଭାରତୀୟ କ୍ରିକେଟର୍ଙ୍କ ଦୀପାବଳି ପାଳନ
ସେହିପରି ଏହା ପୂର୍ବ ସପ୍ତାହରେ କେବିଏ ଡାଇମଣ୍ଡ ଜୁବଲି ଇଣ୍ଡିଆ ଇଣ୍ଟରନ୍ୟାସ୍ନାଲ୍ ଋତାପର୍ଣ୍ଣା ଓ ବିରାଜ ମଧ୍ୟ ସେମିଫାଇନାଲ୍ରେ ୧୧-୨୧, ୯-୨୧ରେ ଆଞ୍ଜେଲ ପୁନେରା ଓ ସି ଲାଲରାମସାଙ୍ଗାଙ୍କଠୁ ଫାଇନାଲ୍ରୁ ବଞ୍ଚିତ ହୋଇଥିଲେ ମଧ୍ୟ କାଂସ୍ୟ ପଦକ କରାୟତ୍ତ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
