Azam Khan Arrested: ଜେଲ୍‌ରୁ ମୁକୁଳିବା ମାତ୍ରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ଙ୍କୁ ପୁଣି ବାନ୍ଧିଲା ଇଡି

Nov 01, 2026 - 11:03
Azam Khan Arrested: ଜେଲ୍‌ରୁ ମୁକୁଳିବା ମାତ୍ରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ଙ୍କୁ ପୁଣି ବାନ୍ଧିଲା ଇଡି

ରାମପୁର: ରାମପୁର ଜେଲ୍‌ରୁ ବାହାରିବା ମାତ୍ରେ ସମାଜବାଦୀ ପାର୍ଟି (ସପା) ନେତା ଆଜମ ଖାନ୍‌ଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)।

ଅନ୍ୟପକ୍ଷରେ ତାଙ୍କ ପୁଅ ଅବଦୁଲ୍ଲା ଆଜମ ଜେଲ୍‌ରୁ ମୁକ୍ତ ହୋଇଛନ୍ତି।

ଉଭୟ ୧୧ ମାସ ୧୪ ଦିନ ପରେ ଜେଲ୍‌ରୁ ବାହାରିଥିଲେ।

Advertisment ରାମପୁର ଜେଲ୍‌ ଫାଟକରୁ ବାହାରକୁ ଆସିବା ପରେ ଆଜମ ଖାନ୍ ସେଠାରେ ଉପସ୍ଥିତ ସମର୍ଥକ ଓ ସପା କର୍ମୀଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ।

ଏପରିକି ଆକାଶ ଆଡ଼କୁ ହାତ ଉଠାଇ ବୋଧହୁଏ ବିନା କିଛି କହି ସମର୍ଥକମାନଙ୍କୁ ଈଶ୍ୱରଙ୍କ ଉପରେ ଭରସା ରଖିବାକୁ ସନ୍ଦେଶ ଦେଇଥିଲେ।

ଦୁଇଟି ପାନ୍‌ କାର୍ଡ ମାମଲାରେ ଜାମିନ୍ ମିଳିବା ପରେ ଶନିବାର ସନ୍ଧ୍ୟାରେ ସପା ନେତା ଆଜମ ଖାନ୍ ରାମପୁର ଜେଲ୍‌ରୁ ବାହାରିଥିଲେ।

ତେବେ ଜେଲ୍‌ ଫାଟକରୁ ବାହାରିବା ମାତ୍ରେ ଇଡି ଟିମ୍ ତାଙ୍କୁ ଗିରଫ କରିଥିଲା।

ଜେଲ୍‌ରୁ ପଦାକୁ ପାଦ ଦେବା ମାତ୍ରେ ଇଡି ଅଧିକାରୀମାନେ ତାଙ୍କୁ ନିଜ ଗାଡ଼ିରେ ବସାଇ ସାଙ୍ଗରେ ନେଇଯାଇଥିଲେ।

ଅନ୍ୟପକ୍ଷରେ ତାଙ୍କ ପୁଅ ଅବଦୁଲ୍ଲା ଆଜମ ଜେଲ୍‌ରୁ ମୁକ୍ତ ହୋଇଛନ୍ତି।

ରାମପୁର ଏସ୍‌ପି ଅନିଲ ସିଂହ ସିସୋଦିଆ କହିଛନ୍ତି ଯେ, ଇଡି ଟିମ୍ ଆଜମ ଖାନ୍‌ଙ୍କୁ ପଚରାଉଚରା ପାଇଁ ଗାଜିଆବାଦ ନେଇଛି।

ସେଠାରେ ତାଙ୍କୁ କୋର୍ଟରେ ହାଜର କରାଯିବ।

୧୧ ମାସ ୧୪ ଦିନ ପରେ ଜେଲ୍‌ରୁ ମୁକ୍ତି ସୂଚନା ଅନୁଯାୟୀ, ଦୁଇଟି ପାନ୍‌ କାର୍ଡ ମାମଲାରେ ଜିଲ୍ଲାସ୍ତରୀୟ ଅଦାଲତ ଆଜମ ଖାନ୍ ଓ ଅବଦୁଲ୍ଲା ଆଜମଙ୍କୁ ୭ ବର୍ଷ ଲେଖାଏଁ ଜେଲ୍‌ଦଣ୍ଡ ଶୁଣାଇଥିଲେ।

ଏହାପରେ ୧୭ ନଭେମ୍ବର ୨୦୨୫ରେ ଉଭୟଙ୍କୁ ଜେଲ୍‌ ପଠାଯାଇଥିଲା।

ସେବେଠାରୁ ଉଭୟ ଜେଲ୍‌ରେ ଥିଲେ।

ଗତ ୨୯ ଅକ୍ଟୋବରରେ ହାଇକୋର୍ଟଙ୍କ ପକ୍ଷରୁ ଉଭୟଙ୍କୁ ଜାମିନ୍ ମିଳିଥିଲା।

ଶୁକ୍ରବାର ଦିନ କୋର୍ଟଙ୍କ ପକ୍ଷରୁ ଜାରି ରିଲିଜ୍ ଆଦେଶ ଜେଲ୍‌ରେ ପହଞ୍ଚିଥିଲା।

ଶନିବାର ସନ୍ଧ୍ୟାରେ ୧୧ ମାସ ୧୪ ଦିନ ପରେ ଆଜମ ଖାନ୍ ଓ ତାଙ୍କ ପୁଅ ଅବଦୁଲ୍ଲା ଆଜମ ଜେଲ୍‌ରୁ ବାହାରିଥିଲେ।

କିନ୍ତୁ ଆଜମ ଖାନ୍ ଜେଲ୍‌ରୁ ବାହାରକୁ ପାଦ ଦେବା ମାତ୍ରେ ଫାଟକ ନିକଟରେ ପୂର୍ବରୁ ଅପେକ୍ଷା କରିଥିବା ଇଡି ଟିମ୍ ତାଙ୍କୁ ଗିରଫ କରିନେଇଥିଲା।

ଏହି ସମୟରେ ଇଡି ଅଧିକାରୀ ଓ ଆଜମ ଖାନ୍‌ଙ୍କ ମଧ୍ୟରେ କିଛି ସେକେଣ୍ଡ ଧରି ଯୁକ୍ତିତର୍କ ହୋଇଥିଲା।

ସେଠାରେ ବହୁ ସଂଖ୍ୟାରେ ଉପସ୍ଥିତ ସମର୍ଥକମାନେ ମଧ୍ୟ ଇଡି ବିରୋଧରେ ନାରାବାଜି ଆରମ୍ଭ କରିଥିଲେ।

ଏପରିକି ସେମାନେ ଇଡିର ଗାଡ଼ିକୁ ଘେରି ଯାଇଥିଲେ।

ପରେ ପୁଲିସ ସହାୟତାରେ ଗାଡ଼ି ଯିବା ପାଇଁ ରାସ୍ତା ଖାଲି କରାଯାଇଥିଲା।

ଦୀର୍ଘ ସମୟ ଧରି ସେଠାରେ ନାରାବାଜି ଚାଲିଥିଲା।

UP STF: ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ ଦ୍ବାରା ୭ଟି ବିରଳ ବାଜପକ୍ଷୀ ଜବତ ରାମପୁର ଜେଲ୍‌ର କଠୋର କଟକଣା ମଧ୍ୟରେ ୧୧ ମାସ ୧୪ ଦିନ ବିତାଇବା ପରେ ଶନିବାର ସନ୍ଧ୍ୟାରେ ଜେଲ୍‌ରୁ ବାହାରିବା ମାତ୍ରେ ଇଡି ଦ୍ୱାରା ଗିରଫ ହେବା ଘଟଣାରେ ଆଜମ ଖାନ୍ ଭାବପ୍ରବଣ ହୋଇପଡ଼ିଥିଲେ।

ଜେଲ୍‌ ଫାଟକ ନିକଟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଇଡି ଟିମ୍ ତାଙ୍କୁ ତୁରନ୍ତ ଘେରି ନେଇଥିବାରୁ ସେଠାରେ ଉପସ୍ଥିତ ସମର୍ଥକ ଓ ସାମ୍ବାଦିକଙ୍କୁ ଆଜମ ଖାନ୍ କିଛି କହିପାରି ନଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)