Award: ଓଡ଼ିଆ ଯାଦୁଗର ଉଦ୍ଧବ ପଧାନଙ୍କୁ ‘ଯାଦୁରତ୍ନ’ ସମ୍ମାନ

Aug 13, 2026 - 19:32
Award: ଓଡ଼ିଆ ଯାଦୁଗର ଉଦ୍ଧବ ପଧାନଙ୍କୁ ‘ଯାଦୁରତ୍ନ’ ସମ୍ମାନ

"ସୋନପୁର: ଯାଦୁ କଳା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଗଣ୍ଡପାଲି ଗ୍ରାମର ଯୁବ ଯାଦୁଗର ତଥା ଅଧ୍ୟାପକ ଉଦ୍ଧବ ପଧାନ ଓଡ଼ିଶା ପାଇଁ ପାଇଁ ଗୌରବ ଆଣିଛନ୍ତି।

ଯାଦୁକଳାରେ ତାଙ୍କର ଅବଦାନ ଓ ନୂତନ ପିଢ଼ି ମଧ୍ୟରେ ଏହି କଳାର ପ୍ରଚାର-ପ୍ରସାର ପାଇଁ ତାଙ୍କୁ ସମ୍ମାନଜନକ "ତାଜ ଯାଦୁରତ୍ନ" ପୁରସ୍କାର ପ୍ରଦାନ କରାଯାଇଛି।

ଏହି ପୁରସ୍କାର ମୁଖ୍ୟ ଅତିଥି "ମାୟାବି ଦୁନିୟା ପତ୍ରିକା"ର ପ୍ରତିଷ୍ଠାତା ତଥା ମୁଖ୍ୟ ସଂପାଦକ ପ୍ରହଲ୍ଲାଦ ରାୟ ପ୍ରଦାନ କରିଥିଲେ।

ପ୍ରଥମ ଥର ପାଇଁ ଶ୍ରୀ ପଧାନ ଭାରତ ଭୂଷଣ ପହି ଏବଂ ପି ଭାସ୍କର ଜୁନିଅର ଭଳି ବରିଷ୍ଠ ଯାଦୁକର ମଧ୍ୟ ଏହି ଉତ୍ସବରେ ନିଜର କଳାତ୍ମକ ଜୀବନର ଉପଲବ୍ଧି ଯୋଗୁଁ ସମ୍ମାନିତ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

Advertisment ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ମଥୁରାରେ ଚଳିତ ଅଗଷ୍ଟ ୮ରୁ ୧୦ ତାରିଖ ମଧ୍ୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଯାଦୁ ଉତ୍ସବରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରାୟ ୧୧୦ ଜଣ ଯାଦୁକରଙ୍କ ଉପସ୍ଥିତିରେ ଉଦ୍ଧବଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ ଉଦ୍ଧବ ପଧାନ ଦୀର୍ଘଦିନ ଧରି ମଞ୍ଚ ଯାଦୁ, ମାନସିକ ଯାଦୁ ଓ ଡିଜିଟାଲ୍ ଯାଦୁ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବା ସହ ଯାଦୁ କଳା ପ୍ରତି ନୂତନ ପିଢ଼ିର ଆଗ୍ରହ ବଢ଼ାଇବା ପାଇଁ ପ୍ରୟାସ କରିଆସୁଛନ୍ତି।

ଅନ୍ଧବିଶ୍ୱାସ ଦୂରୀକରଣ ଓ ଯାଦୁ ପଛରେ ଥିବା ବୈଜ୍ଞାନିକ ଚିନ୍ତାଧାରାକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ମଧ୍ୟ ସେ ସଚେତନତା ସୃଷ୍ଟି କରୁଛନ୍ତି।

ଏହି ସମ୍ମାନ ପାଇଁ ଉଦ୍ଧବ ପଧାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି।

ଏହି ସଫଳତା ସୋନପୁର ଜିଲ୍ଲାର ଯାଦୁ କଳା କ୍ଷେତ୍ର ପାଇଁ ଏକ ଗୌରବର ବିଷୟ ବୋଲି ମତ ପ୍ରକାଶ ପାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media