Auto Industry: ଅଟୋ ଇଣ୍ଡଷ୍ଟ୍ରିରେ ସବୁଠାରୁ ବଡ଼ ଛଟେଇ: ୧ ଲକ୍ଷ କର୍ମଚାରୀଙ୍କୁ ବାହାର କରିବ ଭୋଲ୍କସୱାଗନ୍

Sep 10, 2026 - 14:22
Auto Industry: ଅଟୋ ଇଣ୍ଡଷ୍ଟ୍ରିରେ ସବୁଠାରୁ ବଡ଼ ଛଟେଇ: ୧ ଲକ୍ଷ କର୍ମଚାରୀଙ୍କୁ ବାହାର କରିବ ଭୋଲ୍କସୱାଗନ୍

"ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ଜର୍ମାନ କାର ନିର୍ମାତା କମ୍ପାନୀଭୋଲ୍କସୱାଗନ୍ (Volkswagen) ଏକ ବଡ଼ ନିଷ୍ପତ୍ତି ନେଇଛି।

ଏହି ଦଶକର ଶେଷ ସୁଦ୍ଧା କମ୍ପାନୀ ପ୍ରାୟ ୧ ଲକ୍ଷ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରିଛି।

ବିଶ୍ୱ ଅଟୋମୋବାଇଲ ଶିଳ୍ପ ଇତିହାସରେ ଏହାକୁ ସବୁଠାରୁ ବଡ଼ ଛଟେଇ ବୋଲି କୁହାଯାଉଛି।Advertisment ଆହୁରି ପଢନ୍ତୁ :Priyanka Gandhi: ପ୍ରିୟଙ୍କା ଗାନ୍ଧୀଙ୍କ ନାମ ବ୍ୟବହାର କରି ବଡ଼ ଠକେଇ: ଏଆଇ ଭିଡିଓରେ ନିବେଶର ପ୍ରଲୋଭନ କର୍ମଚାରୀଙ୍କ ସଂଖ୍ୟାରେ ୧୫ ପ୍ରତିଶତ ହ୍ରାସକମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଉ ୫୦,୦୦୦ କର୍ମଚାରୀଙ୍କୁ କାଢ଼ିବା ପାଇଁ ଯୋଜନା କରାଯାଉଛି, ଯେତେବେଳେ କି ପୂର୍ବରୁ ୫୦,୦୦୦ କର୍ମଚାରୀଙ୍କୁ କମାଇବା ପାଇଁ ନିଷ୍ପତ୍ତି ନିଆସରିଥିଲା।

ଏହିପରି ଭାବେ ମୋଟ ୧,୦୦,୦୦୦ କର୍ମଚାରୀଙ୍କ ଚାକିରି ପ୍ରଭାବିତ ହେବ, ଯାହା ଭୋଲ୍କସୱାଗନ୍‌ର ବିଶ୍ୱବ୍ୟାପୀ ମୋଟ କର୍ମଚାରୀଙ୍କ ପ୍ରାୟ ୧୫ ପ୍ରତିଶତ।

ଏହି ନିଷ୍ପତ୍ତିର ପ୍ରଭାବ କମ୍ପାନୀର ଅନ୍ୟ ବ୍ରାଣ୍ଡ୍‌ ଯେପରିକି ଅଡି (Audi) ଏବଂ ପୋର୍ସେ (Porsche) ଉପରେ ମଧ୍ୟ ପଡ଼ିପାରେ।

ଆହୁରି ପଢନ୍ତୁ :Odisha CM: ୟୁଏଇ ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଛଟେଇର ମୁଖ୍ୟ କାରଣଏତେ ସଂଖ୍ୟାରେ ଛଟେଇର ମୁଖ୍ୟ କାରଣ ବାବଦରେ କହିବାକୁ ଗଲେ ଚୀନ୍ ଏବଂ ଇଲେକ୍ଟ୍ରିକ୍ କାର୍ (EV) ବଜାରର ଆହ୍ୱାନ ପ୍ରମୁଖ ବୋଲି କୁହାଯାଉଛି | ବାସ୍ତବରେ ଚୀନ୍ ବଜାରରେ ସ୍ଥାନୀୟ ଇଲେକ୍ଟ୍ରିକ୍ କାର୍ କମ୍ପାନୀଗୁଡ଼ିକଠାରୁ କଠୋର ପ୍ରତିଯୋଗିତାର ସାମ୍ନା କରିବାକୁ ପଡୁଛି।

ସେହିପରି ଆମେରିକା ଦ୍ୱାରା ଲଗାଯାଇଥିବା ଶୁଳ୍କ ଏବଂ ବଦଳୁଥିବା ଆନ୍ତର୍ଜାତୀୟ ବଜାର ପରିସ୍ଥିତି ଅମଧ୍ୟ ଦାୟୀ ବୋଲି କୁହାଯାଉଛି।

ଏହି ଛଟେଇ ସହ ଜର୍ମାନୀରେ ଥିବା କମ୍ପାନୀର ଚାରୋଟି ପ୍ଲାଣ୍ଟ (ହାନୋଭର, ଏମଡେନ, ଜ୍ୱିକାଉ ଏବଂ ନେକାରସୁଲମ)ର ଭବିଷ୍ୟତକୁ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି।

ତେବେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ଲାଣ୍ଟ ସମ୍ପୂର୍ଣ୍ଣ ବନ୍ଦ କରିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ।

ଆହୁରି ପଢନ୍ତୁ :Bank Strike: ଆସନ୍ତାକାଲି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଏହି ଛଟେଇ ସମ୍ପୂର୍ଣ୍ଣ ହେଲେ ଅଟୋମୋବାଇଲ ଜଗତର ପୂର୍ବ ସମସ୍ତ ରେକର୍ଡ ଭାଙ୍ଗିଦେବ।

କାରଣ ୨୦୦୯ ମସିହାରେ 'ଜେନେରାଲ ମୋଟର୍ସ' ଦ୍ୱାରା କରାଯାଇଥିବା ୫୦,୦୦୦ କର୍ମଚାରୀଙ୍କ ଛଟେଇ ତୁଳନାରେ ଭୋଲ୍କସୱାଗନ୍‌ର ଏହି ସଂଖ୍ୟା ପ୍ରାୟ ଦୁଇଗୁଣା ଅଟେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)