AUDI: ଆମେରିକାରେ କାରଖାନା କରିବ ଅଡି, ବର୍ଷକୁ ୨ ଲକ୍ଷ ଗାଡ଼ି ଉତ୍ପାଦନ ହେବ

Oct 25, 2026 - 18:29
AUDI: ଆମେରିକାରେ କାରଖାନା କରିବ ଅଡି, ବର୍ଷକୁ ୨ ଲକ୍ଷ ଗାଡ଼ି ଉତ୍ପାଦନ ହେବ

ୱାସିଂଟନ୍‌: ଜର୍ମାନୀ ର ପ୍ରମୁଖ ବିଳାସପୂର୍ଣ୍ଣ ଗାଡ଼ି ନିର୍ମାତା ଅଡି ଆମେରିକା ରେ ନିଜର ପ୍ରଥମ କାରଖାନା ସ୍ଥାପନ ପାଇଁ ୪.୨ ବିଲିୟନ ଡଲାର ନିବେଶ କରିବାକୁ ଯୋଜନା କରିଛି।

ଜର୍ଜିଆ ରାଜ୍ୟର ମାକନ୍‌ ନିକଟରେ ଏହି କାରଖାନା ନିର୍ମାଣ ହେବ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅକ୍ଟୋବର ୨୪ରେ ଏକ ନିର୍ବାଚନୀ ସଭାରେ ଏହି ଘୋଷଣା କରିଛନ୍ତି।

ଅଡି ମଧ୍ୟ ଏହି ନିବେଶ ଯୋଜନାକୁ ସ୍ୱୀକାର କରିଛି।

Advertisment ନୂଆ କାରଖାନାରେ ବର୍ଷକୁ ପ୍ରାୟ ୨ ଲକ୍ଷ ଗାଡ଼ି ଉତ୍ପାଦନ କରିବାର କ୍ଷମତା ରହିବ।

କାରଖାନା ନିର୍ମାଣ କାର୍ଯ୍ୟ ୨୦୨୭ରେ ଆରମ୍ଭ ହେବାକୁ ଥିବାବେଳେ ଆସନ୍ତା ଦଶକର ପ୍ରାରମ୍ଭରେ ଉତ୍ପାଦନ ଆରମ୍ଭ କରିବା ଲକ୍ଷ୍ୟ ରଖାଯାଇଛି।

ଏହି ପ୍ରକଳ୍ପ ଦ୍ୱାରା ପ୍ରାୟ ୪,୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ବିଦେଶରୁ ଆମଦାନି ହେଉଥିବା ଗାଡ଼ି ଓ ଯନ୍ତ୍ରାଂଶ ଉପରେ ଟ୍ରମ୍ପଙ୍କ ଶୁଳ୍କ ନୀତି ଯୋଗୁଁ ଆମେରିକାରେ କାରଖାନା ସ୍ଥାପନ କରିବା ବିଦେଶୀ କମ୍ପାନିଙ୍କ ପାଇଁ ଅଧିକ ଆକର୍ଷଣୀୟ ହୋଇଛି।

ଟ୍ରମ୍ପ ଏହି ନିବେଶକୁ ନିଜ ଶୁଳ୍କ ନୀତିର ସଫଳତା ଭାବେ ଉପସ୍ଥାପନ କରିଛନ୍ତି।

ଆହୁରି ପଢନ୍ତୁ: Varnasi: 'ଆର୍‌ଆର୍‌ଆର୍‌'ଠାରୁ ୫ରୁ ୬ ଗୁଣା ବଡ଼ ହେବ ଏସ୍‌.ଏସ୍‌.

ରାଜମୌଲିଙ୍କ ନୂଆ ଫିଲ୍ମ 'ବାରାଣସୀ' ତେବେ ଶୁଳ୍କ ନୀତି ହିଁ ଏହି ନିବେଶର ଏକମାତ୍ର କାରଣ ନୁହେଁ।

ଆମେରିକାର ବଡ଼ ବଜାରରେ ଅଡିର ବ୍ୟବସାୟ ବୃଦ୍ଧି, ଗ୍ରାହକଙ୍କ ନିକଟରେ ଉତ୍ପାଦନ ଏବଂ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ମଧ୍ୟ ଏହି ଯୋଜନାର ଗୁରୁତ୍ୱପୂର୍ଣ୍ଣ କାରଣ।

ଅଡି ହେଉଛି ଜର୍ମାନୀର ଫକ୍ସୱାଗନ୍‌ ଗୋଷ୍ଠୀର ଏକ ପ୍ରମୁଖ ବ୍ରାଣ୍ଡ।

ଚୀନ୍‌ରେ ତୀବ୍ର ପ୍ରତିଯୋଗିତା, ୟୁରୋପରେ ଦୁର୍ବଳ ଚାହିଦା ଏବଂ ଆମେରିକାର ଶୁଳ୍କ ଯୋଗୁଁ ଏହି ଗୋଷ୍ଠୀ ଚାପରେ ରହିଛି।

ତେଣୁ ଆମେରିକାରେ ଉତ୍ପାଦନ ବଢ଼ାଇବା ଏହାର ଦୀର୍ଘମିଆଦୀ ବ୍ୟବସାୟ ରଣନୀତିର ଏକ ଅଂଶ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)