06 JUNE 2026

Welcome!

Unlock your personalized experience.
Sign Up

Attack: କ୍ରିମିଆ ଉପରେ ଆକ୍ରମଣ କଲା ୟୁକ୍ରେନ: ଅନେକ ଲୋକଙ୍କ ମୃତ୍ୟୁ

Jun 04, 2026 - 12:52
Attack: କ୍ରିମିଆ ଉପରେ ଆକ୍ରମଣ କଲା ୟୁକ୍ରେନ: ଅନେକ ଲୋକଙ୍କ ମୃତ୍ୟୁ

କିଭ୍/ମସ୍କୋ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଆହୁରି ଘାତକ ମୋଡ଼ରେ ପହଞ୍ଚିଛି। ଗୁରୁବାର ସକାଳେ ୟୁକ୍ରେନ ରୁଷ ଦ୍ୱାରା ଦଖଲ କରାଯାଇଥିବା କ୍ରିମିଆ ଉପଦ୍ୱୀପର ଦୁଇଟି ମୁଖ୍ୟ କେନ୍ଦ୍ର ଉପରେ ବଡ଼ ଆକ୍ରମଣ ଆରମ୍ଭ କରିଛି। କ୍ରିମିଆରେ ରୁଷ ଦ୍ୱାରା ନିଯୁକ୍ତ ମୁଖ୍ୟ ସେରଗେଇ ଆକ୍ସୟୋନୋଭଙ୍କ ଅନୁଯାୟୀ, ୟୁକ୍ରେନୀୟ ସେନା ସିମ୍ଫେରୋପୋଲର ମୁଖ୍ୟ ପ୍ରଶାସନିକ ସହର ଏକ ଅଣ-ଆବାସିକ ଅଞ୍ଚଳକୁ ଟାର୍ଗେଟ କରିଛି। ଏହି ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ସାତ ଜଣ ଆହତ ହୋଇଛନ୍ତି। ଏହି ସମୟରେ, କ୍ରିମିଆର ଏକ ପ୍ରମୁଖ ବନ୍ଦର ସହର ସେଭାସ୍ତୋପୋଲରେ ରୁଷୀୟ ବାୟୁ ପ୍ରତିରକ୍ଷା ୟୁନିଟ୍ ୨୦ ରୁ ଅଧିକ ୟୁକ୍ରେନୀୟ ଡ୍ରୋନ୍‌କୁ ଖସାଇ ଦେଇଥିବା ଦାବି କରିଛି। କୌଣସି ମୃତାହତର ରିପୋର୍ଟ ମିଳି ନଥିଲେ ମଧ୍ୟ, ଡ୍ରୋନ୍‌ର ଭଗ୍ନାବଶେଷ ପଡ଼ିବା ଯୋଗୁ ଅନେକ କୋଠା କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି।

ୟୁକ୍ରେନ ନିଜର ରଣନୀତି ପରିବର୍ତ୍ତନ କରି ରୁଷର ତୈଳ ଶିଳ୍ପକୁ ଟାର୍ଗେଟ କରିବା ଆରମ୍ଭ କରିଛି। ବୁଧବାର ଦିନ, ୟୁକ୍ରେନ ସେଣ୍ଟ ପିଟର୍ସବର୍ଗରେ ଏକ ତୈଳ ଟର୍ମିନାଲ ଉପରେ ଆକ୍ରମଣ କରିଥିଲା। ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କି କହିଛନ୍ତି, ଏହି ଆକ୍ରମଣଗୁଡ଼ିକ ୟୁକ୍ରେନକୁ ଯୁଦ୍ଧରେ ଆଗୁଆ ରଖିଛି। କ୍ରିମିଆରେ ତୈଳ ସ୍ଥାପନା ଉପରେ ବଢୁଥିବା ଆକ୍ରମଣ ଏହି ଅଞ୍ଚଳରେ ଇନ୍ଧନ ଅଭାବ ସୃଷ୍ଟି କରିଛି। ଏହାର ମୁକାବିଲା କରିବା ପାଇଁ ସ୍ଥାନୀୟ ପ୍ରଶାସନ ବିଶେଷ ପଦକ୍ଷେପ ନେଉଛି।

ଆହୁରି ପଢ଼ନ୍ତୁ; Russia: ୟୁକ୍ରେନ ଉପରେ ରୁଷ୍‌ର ଜୋରଦାର ଆକ୍ରମଣ: ୧୮ ମୃତ

ପୂର୍ବ ୟୁକ୍ରେନର ପରିସ୍ଥିତି ମଧ୍ୟ ସଙ୍କଟାପନ୍ନ ରହିଛି। ୟୁକ୍ରେନୀୟ ଦୁର୍ଗ ସହର କ୍ରାମଟୋର୍ସ୍କରେ ରୁଷ ବୋମାମାଡ଼ରେ ତିନି ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ରୁଷ ସେନାଙ୍କ ପଦକ୍ଷେପ ଯୋଗୁ ନିକଟବର୍ତ୍ତୀ ଡ୍ନିପ୍ରୋପେଟ୍ରୋଭସ୍କ ଅଞ୍ଚଳରେ ଆଠ ଜଣ ଆହତ ହୋଇଛନ୍ତି। ରୁଷ ସୀମାନ୍ତ ଅଞ୍ଚଳ ବ୍ରାୟନସ୍କରେ ୟୁକ୍ରେନୀୟ ଡ୍ରୋନ୍ ଆକ୍ରମଣରେ ଜଣେ କ୍ରେନ୍ ଅପରେଟର ମଧ୍ୟ ପ୍ରାଣ ହରାଇଛନ୍ତି। କିଭ୍ ଏବଂ ଅନ୍ୟାନ୍ୟ ସହର ଉପରେ ସାମ୍ପ୍ରତିକ ରୁଷିଆ ଆକ୍ରମଣରେ ମୋଟ ୨୩ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକା ମଧ୍ୟସ୍ଥତାରେ ହୋଇଥିବା ଶାନ୍ତି ଆଲୋଚନା ଉଭୟପକ୍ଷଙ୍କ ଆକ୍ରମଣ ଯୋଗୁ ଠପ୍ ପଡିଯାଇଛି। ଏହାର ମୁଖ୍ୟ କାରଣ ହେଉଛି ୱାସିଂଟନ୍ ଜାରି ରହିଥିବା ଇରାନ ସଙ୍କଟ ଉପରେ ଅଧି୍କ ଗୁରୁତ୍ବରୋପ କରୁଛି।

ଆହୁରି ଦେଖନ୍ତୁ...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।