Attack: ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ଏକ ସୁଚିନ୍ତିତ ରାଜନୈତିକ ଷଡଯନ୍ତ୍ର: ହରସିମରତ କୌର ବାଦଲଙ୍କ ଅଭିଯୋଗ

Aug 16, 2026 - 14:24
Attack: ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ଏକ ସୁଚିନ୍ତିତ ରାଜନୈତିକ ଷଡଯନ୍ତ୍ର: ହରସିମରତ କୌର ବାଦଲଙ୍କ ଅଭିଯୋଗ

"ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଶିରୋମଣି ଅକାଳୀ ଦଳ ସଭାପତି ସୁଖବୀର ସିଂହ ବାଦଲଙ୍କ ପତ୍ନୀ ଏବଂ ଭଟିଣ୍ଡାର ଲୋକସଭା ସାଂସଦ ହରସିମରତ କୌର ବାଦଲ, ମହାରାଷ୍ଟ୍ରର ନାନ୍ଦେଡରେ ତାଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଏକ ବିବୃତି ଜାରି କରିଛନ୍ତି।

ଏହି ଆକ୍ରମଣକୁ ସୁଚିନ୍ତିତ ରାଜନୈତିକ ଷଡଯନ୍ତ୍ର ବୋଲି ଅଭିହିତ କରି ସେ କହିଛନ୍ତି ଯେ ଏହା ପଛରେ ଯିଏ ବି ଅଛି ତାଙ୍କୁ ଶିଖ୍ କୁହାଯାଇପାରିବ ନାହିଁ।

ଏହି ଘଟଣାର ମୂଳକୁ ଯିବା ପାଇଁ, ମୁଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ କରିବାକୁ ଅନୁରୋଧ କରିଛି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ଚିଠି ଲେଖିଛି।

Advertisment ଗୋଟିଏ ବର୍ଷ ମଧ୍ୟରେ ଦ୍ୱିତୀୟ ଆକ୍ରମଣ ଷଡଯନ୍ତ୍ରର ପର୍ଦ୍ଦାଫାସ କରିବା ପାଇଁ ଏହି ମାମଲାର ତଦନ୍ତ ଜାତୀୟ ତଦନ୍ତ ସଂସ୍ଥା ଦ୍ୱାରା କରାଯିବା ଉଚିତ୍ ବୋଲି ସେ କହିଛନ୍ତି।

ଏହା ଗୋଟିଏ ବର୍ଷ ମଧ୍ୟରେ ସୁଖବୀର ସିଂହ ବାଦଲଙ୍କ ଉପରେ ଦ୍ୱିତୀୟ ଆକ୍ରମଣ।

୨୦୧୫ ପରଠାରୁ ପଞ୍ଜାବର ଶାନ୍ତି ବିପର୍ଯ୍ୟସ୍ତ କରିବା ପାଇଁ ଏହି ଷଡଯନ୍ତ୍ର ରଚା ଯାଇଥିବା ସେ ଅଭିଯୋଗ କରିଛନ୍ତି।

ସୁଖବୀର ସିଂହ ବାଦଲ ପୂର୍ବରୁ କହିସାରିଛନ୍ତି ଯେ ସେ କୌଣସି ଦେଶ ବିରୋଧୀ ଶକ୍ତି ଦ୍ୱାରା ଭୟଭୀତ ହେବେ ନାହିଁ।

ହରସିମରତ କହିଛନ୍ତି, ସୁଖବୀର ସିଂହ ସୁସ୍ଥ ହୋଇ ଖୁବ୍ ଶୀଘ୍ର ପଞ୍ଜାବରେ ରାଜନୈତିକ ରାଲିରେ ଅଂଶଗ୍ରହଣ କରିବେ।

Ayodhya Ram Mandir: ରାମ ମନ୍ଦିର ପୂଜକଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍; ବୈଷ୍ଣବ ପରମ୍ପରାର ହଳଦିଆ ଉତ୍ତରୀୟ ପିନ୍ଧିବେ ୧୩ ଅଗଷ୍ଟରେ ମହାରାଷ୍ଟ୍ରର ନାନ୍ଦେଡ଼ର ଏକ ଗୁରୁଦ୍ୱାର ବାହାରେ ସୁଖବୀର ସିଂହ ବାଦଲ ତାଙ୍କ ପରିବାର ସହିତ ଦର୍ଶନ କରି ଫେରୁଥିବା ସମୟରେ ଆକ୍ରମଣର ଶିକାର ହୋଇ ଆହତ ହୋଇଥିଲେ।

ହରସିମରତ କହିଛନ୍ତି, ସୁଖବୀର ବାଦଲଙ୍କୁ ୧୫୦ଟି ଷ୍ଟିଚ୍ ଲାଗିଛି ଏବଂ ତାଙ୍କ ଡାହାଣ ହାତର ହାଡ଼ରେ ଆଘାତ ଲାଗିଛି।

ଉଲ୍ଲେଖନୀୟ ଯେ ଦୁଇ ବର୍ଷ ପୂର୍ବରୁ, ଡିସେମ୍ବର ୨୦୨୪ରେ, ସୁଖବୀର ସିଂହ ବାଦଲଙ୍କୁ ସ୍ୱର୍ଣ୍ଣ ମନ୍ଦିର ବାହାରେ ଆକ୍ରମଣ କରାଯାଇଥିଲା, କିନ୍ତୁ ସେ ଅଳ୍ପକେ ବଞ୍ଚି ଯାଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media