Asian Games: ଏସୀୟ କ୍ରୀଡ଼ା ପୂର୍ବରୁ ଟିସୁକୁବାରେ ଭାରତୀୟ ଆଥ୍‌ଲେଟ୍‌ଙ୍କ ଅଭ୍ୟାସ

Aug 16, 2026 - 14:40
Asian Games: ଏସୀୟ କ୍ରୀଡ଼ା ପୂର୍ବରୁ ଟିସୁକୁବାରେ ଭାରତୀୟ ଆଥ୍‌ଲେଟ୍‌ଙ୍କ ଅଭ୍ୟାସ

"ନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବରରେ ଜାପାନର ଆଇଚି-ନାଗୋୟାରେ ହେବାକୁ ଥିବା ଏସୀୟ କ୍ରୀଡ଼ା ପୂର୍ବରୁ ଭାରତୀୟ ଆଥ୍‌ଲେଟ୍‌ମାନେ ଟୋକିଓ ନିକଟସ୍ଥ ୟୁନିଭରସିଟି ଅଫ୍‌ ଟିସୁକୁବାଠାରେ ଆୟୋଜିତ ଅଭ୍ୟାସ ଶିବିରରେ ଯୋଗଦେବେ।

ଭାରତୀୟ ଆଥଲେଟ୍, ପ୍ରଶିକ୍ଷକ ଓ କ୍ରୀଡ଼ା ବିଜ୍ଞାନୀମାନେ ଜାପାନରେ ପ୍ରଶିକ୍ଷଣ ଓ ବିନିମୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ସୁବିଧା ଯୋଗାଇବା ପାଇଁ ଚଳିତ ବର୍ଷ ଜୁନ୍‌ରେ ଭାରତୀୟ କ୍ରୀଡ଼ା ପ୍ରାଧିକାରଣ (ସାଇ) ଓ ୟୁନିଭରସିଟି ଅଫ୍‌ ଟିସୁକୁବା ମଧ୍ୟ ଏକ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା।

Advertisment ୭୨ ଜଣିଆ ଦଳ ଘୋଷଣା ଟୋକିଓଠ ୮୦ କିଲୋମିଟର ଏବଂ ସେପ୍ଟେମ୍ବର ୨୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଇଭେଣ୍ଟ ହେବାକୁ ଥିବା ନାଗୋୟାଠୁ ୪୨୯ କିଲୋମିଟର ଦୂର ହେଉଛି ଟିସୁକୁବା।

ଭାରତୀୟ ଖେଳାଳି ନୂଆଦିଲ୍ଲୀରେ ସେପ୍ଟେମ୍ବର ୧୦ ତାରିଖରେ ହେବାକୁ ଥିବା ଇଣ୍ଡିଆନ୍‌ ଆଥ୍‌ଲେଟିକ୍‌ ଫାଇନାଲ୍‌ ସିରିଜ୍‌ ପରେ ଜାପାନ ଗସ୍ତ କରିବ।

ଭାରତୀୟ ଦଳ ସେପ୍ଟେମ୍ବର ୧୨ ଓ ୧୩ରେ ଜାପାନରେ ପହଞ୍ଚିବ ଏବଂ ୟୁନିଭରସିଟି ଅଫ୍‌ ଟିସୁକୁବାଠାରେ ପରିବେଶ ସହ ଖାପଖୁଆଇବା ଲାଗି ଅଭ୍ୟାସ କରିବ ବୋଲି ସର୍ବଭାରତୀୟ ଦୌଡ଼କୁଦ ମହାସଂଘର ଜଣେ ଅଧିକାରୀ କହିଛନ୍ତି।

ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଅଗଷ୍ଟ ୨୨ରେ ହେବାକୁ ଥିବା ଇଣ୍ଡିଆନ୍‌ ଓପନ୍‌ ବିଶ୍ବ ଦୌଡ଼କୁଦ ସିଲ୍‌ଭର ଲେବଲ କଣ୍ଟିନେଣ୍ଟାଲ ଟୁର୍‌ ଇଭେଣ୍ଟ୍‌ ଲାଗି ସଂପ୍ରତି ଚେକ୍‌ଗଣରାଜ୍ୟର ଜାବ୍‌ଲୋନେକ୍‌ରେ ପ୍ରଶିକ୍ଷଣ ନେଉଥିବା ଏସୀୟ କ୍ରୀଡ଼ା ଲାଗି ମନୋନୀତ ଭାରତୀୟ ଖେଳାଳି ଦିନେ ଦୁଇଦିନ ମଧ୍ୟରେ ସ୍ବଦେଶ ଫେରିବେ।

ଏସୀୟ କ୍ରୀଡ଼ା ଲାଗି ଏଏଫଆଇ୍‌ ୭୨ ଜଣିଆ ଦଳ ଘୋଷଣା କରିଛି।

India 600th Test: ୬୦୦ ଟେଷ୍ଟ୍‌ ଖେଳିବାରେ ଭାରତ ତୃତୀୟ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media