Attack: ଦକ୍ଷିଣ ବେରୁତ ଉପରେ ଇସ୍ରାଏଲ ଆକ୍ରମଣରେ ୩ ମୃତ
"ବେରୁତ୍: ଆମେରିକା-ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ପାଇଁ ଜୋରଦାର ପ୍ରୟାସ ଚାଲିଥିବାବେଳେ ଇସ୍ରାଏଲ ପୁଣିଥରେ ଲେବାନନ୍ ଉପରେ ବଡ଼ଧରଣର ଆକ୍ରମଣ କରିଛି।
ରବିବାର ଇସ୍ରାଏଲର ଆକ୍ରମଣରେ ଦକ୍ଷିଣ ବେରୁତ୍ରେ ୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଲେବାନନ୍ କର୍ତ୍ତୃପକ୍ଷ କହିଛନ୍ତି।
ଇସ୍ରାଏଲ ଆକ୍ରମଣ ଯୋଗୁ ଆମେରିକା-ଇସ୍ରାଏଲ ଶାନ୍ତି ଆଲୋଚନା ବାଧାପ୍ରାପ୍ତ ହେବା ଆଶଙ୍କା ପ୍ରକାଶ ପାଇଛି।
Advertisment ଲେବାନନ୍ ନାଗରିକ ପ୍ରତିରକ୍ଷା ସଂସ୍ଥା ରବିବାର କହିଛି ଯେ, ଲେବାନନ୍ ରାଜଧାନୀର ଦାହିୟେହ ଅଞ୍ଚଳରେ ଇସ୍ରାଏଲର ଆକ୍ରମଣରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଓ ଛଅ ଜଣ ଆହତ ହୋଇଛନ୍ତି।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଏକ ବିବୃତିରେ କହିଛି ଯେ ଇସ୍ରାଏଲୀ ସେନା ଦାହିୟେହରେ ହିଜବୁଲ୍ଲାର ଟାର୍ଗେଟ ଉପରେ ଆକ୍ରମଣ କରିଛି।
ଇସ୍ରାଏଲୀ ସେନା କହିଛି ଯେ, ଅସ୍ତ୍ରବିରତି ଉଲ୍ଲଂଘନ କରି ହିଜବୁଲ୍ଲା ଉତ୍ତର ଇସ୍ରାଏଲ ଆଡ଼କୁ ତିନୋଟି ପ୍ରୋଜେକ୍ଟେଲ ନିକ୍ଷେପ କରିଥିଲା, ଯାହାର ଜବାବରେ ଇସ୍ରାଏଲ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।
ଆହୁରି ପଢ଼ନ୍ତୁ: War: ଯୁଦ୍ଧବିରତି ୬୦ ଦିନ ବଢ଼ାଇବାକୁ ପ୍ରସ୍ତାବ; ଯୁଦ୍ଧ ଟାଳିବାକୁ ଆମେରିକାର ପ୍ରୟାସ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।