Attack: ଜାମା ମସଜିଦ୍‌ ଥାନାରେ ୫ ପୁଲିସ କର୍ମଚାରୀଙ୍କୁ ଛୁରାମାଡ଼, ଖସି ପଳାଉଥିବା ଅଭିଯୁକ୍ତକୁ ଏନ୍‌କାଉଣ୍ଟର

Nov 23, 2026 - 18:44
Attack: ଜାମା ମସଜିଦ୍‌ ଥାନାରେ ୫ ପୁଲିସ କର୍ମଚାରୀଙ୍କୁ ଛୁରାମାଡ଼, ଖସି ପଳାଉଥିବା ଅଭିଯୁକ୍ତକୁ ଏନ୍‌କାଉଣ୍ଟର

ନୂଆଦିଲ୍ଲୀ: ଥାନା ଭିତରେ ପୁଲିସ କର୍ମଚାରୀଙ୍କ ଉପରେ ଛୁରାମାଡ଼ ।

ଜଣେ ଦୁଇଜଣ ନୁହେଁ, ଏକାଥରକେ ପାଞ୍ଚ ଜଣ ପୁଲିସ କର୍ମଚାରୀ ହେଲେ ଆହତ ।

ଏହାପରେ ଥାନାରୁ ଖସି ପଳାଇବା, ରାସ୍ତାରେ ଜଣଙ୍କ ଦୁଇଚକିଆ ଗାଡ଼ି ଛଡ଼ାଇ ନେବା ଓ ଶେଷରେ ପୁଲିସ ଗୁଳିରେ ଆହତ ହେବା।

ଏଭଳି ଘଟଣା ଦିଲ୍ଲୀର ଜାମା ମସଜିଦ୍‌ ଥାନା ଅଞ୍ଚଳରେ ସୋମବାର ଘଟିଛି।

ଏହି ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି।

Advertisment ସୂଚନା ଅନୁଯାୟୀ, ନବୀଲ ନାମକ ଜଣେ ବ୍ୟକ୍ତିଙ୍କୁ ପାରିବାରିକ ବିବାଦ ସମ୍ପର୍କିତ ଏକ ଅଭିଯୋଗରେ ପଚରାଉଚରା ପାଇଁ ପୁଲିସ ଥାନାକୁ ଡକାଇଥିଲା।

ତାଙ୍କ ମାଆ ଓ ଭଉଣୀଙ୍କ ସହ ଜଡ଼ିତ ଅଭିଯୋଗକୁ ନେଇ ପୁଲିସ ତଦନ୍ତ କରୁଥିଲା।

ସୋମବାର ଅପରାହ୍ଣ ପ୍ରାୟ ୨ଟା ୩୦ ମିନିଟ୍‌ରେ ପଚରାଉଚରା ଚାଲିଥିବା ସମୟରେ ହଠାତ୍‌ ନବୀଲ ଏକ ଛୁରି ବାହାର କରି ପୁଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ।

ମୁହଁ ଓ ବେକରେ ଗଭୀର ଆଘାତ ଏହି ଆକ୍ରମଣରେ ପାଞ୍ଚ ଜଣ ପୁଲିସ କର୍ମଚାରୀଙ୍କ ମୁହଁ ଓ ବେକରେ ଗଭୀର ଆଘାତ ଲାଗିଛି।

ଆହତମାନଙ୍କୁ ପ୍ରଥମେ ସଞ୍ଜୀବନ ହସ୍ପିଟାଲ ନିଆଯାଇଥିଲା।

ପରେ ଉନ୍ନତ ଚିକିତ୍ସା ପାଇଁ ସମସ୍ତଙ୍କୁ ସାର୍‌ ଗଙ୍ଗାରାମ ହସ୍ପିଟାଲକୁ ପଠାଯାଇଛି।

ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି।

ଏହି ଆକ୍ରମଣ ପରେ ସୁଯୋଗ ଦେଖି ଅଭିଯୁକ୍ତ ଥାନାରୁ ଖସି ପଳାଇଥିଲା।

ଫେରାର ହେବା ସମୟରେ ରାସ୍ତାରେ ଜଣେ ଯାତ୍ରୀଙ୍କୁ ଛୁରି ଦେଖାଇ ତାଙ୍କ ଦୁଇଚକିଆ ଗାଡ଼ି ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି।

Bomb Threat: ଜର୍ମାନୀର ୪୦୫ ସ୍କୁଲକୁ ଇମେଲରେ ବୋମା ଧମକ ଖବର ପାଇ ଦିଲ୍ଲୀ ପୁଲିସର କେନ୍ଦ୍ରୀୟ ଜିଲ୍ଲା ଅପରେସନ୍‌ ୟୁନିଟ୍‌ ତାକୁ ଧରିବା ପାଇଁ ଖୋଜାଖୋଜି ଆରମ୍ଭ କରିଥିଲା।

ଶେଷରେ ଚିତଲି କବର ଅଞ୍ଚଳରେ ତାକୁ ଠାବ କରାଯାଇଥିଲା।

ପୁଲିସ ଅଭିଯୁକ୍ତକୁ କାବୁ କରିବାକୁ ଉଦ୍ୟମ କରିବା ବେଳେ ସେ ପୁଣି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା।

ଏହି ସମୟରେ ଆତ୍ମରକ୍ଷା ପାଇଁ ପୁଲିସ ଗୁଳି ଚଳାଇଥିଲା।

ଗୁଳିମାଡ଼ରେ ନବୀଲ ଆହତ ହୋଇଥିବା ବେଳେ ପୁଲିସ ତାକୁ କାବୁ କରିଛି।

ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)