Attack: କ୍ରିକେଟ ଖେଳକୁ ନେଇ ଆକ୍ରମଣ, ରେଳବାଇ କର୍ମଚାରୀ ଗୁରୁତର

Aug 12, 2026 - 09:36
Attack: କ୍ରିକେଟ ଖେଳକୁ ନେଇ ଆକ୍ରମଣ, ରେଳବାଇ କର୍ମଚାରୀ ଗୁରୁତର

"ରାୟଗଡ଼ା: କ୍ରିକେଟ ଖେଳକୁ ନେଇ ଦୁଇ ଗୋଷ୍ଠୀବାକ ବିତଣ୍ଡା ହୋଇ ଜଣଙ୍କୁ ଆକ୍ରମଣ ହୋଇଥିବା ଜଣାପଡିଛିI ଆକ୍ରମଣରେ ଜଣେ ରେଳବାଇ କର୍ମଚାରୀ ଗୁରୁତରହୋଇଥିବା ଜଣାପଡିଛି I ଗୁରୁତର ଆହତ ହୋଇଥିବା ଜଣଙ୍କ ହେଲେ ଏସ ଉଦୟ କୁମାର I ଏନେଇ ଉଦୟ କୁମାରଙ୍କ ପତ୍ନୀ ଏସ ସୁଧା ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି IAdvertisment ଖେଳକୁ ନେଇ ଯୁକ୍ତିତର୍କ ହୋଇଥିଲା ଶ୍ରୀମତୀ ସୁଧା ନିଜ ଅଭିଯୋଗରେ ଉଲ୍ଲେଖ କରି କହିଛନ୍ତି ଯେ ରେଳବାଇ ପଡ଼ିଆରେ କ୍ରିକେଟ ଖେଳିବା ପାଇଁ ଯାଇଥିଲେ, ଖେଳିବା ସମୟରେ ଖେଳକୁ ନେଇ ଯୁକ୍ତିତର୍କ ହୋଇଥିଲା I ସିଗନାଲ ବିଭାଗର ଦିଲୀପ ଖରା କିଛି ବାହାର ଅଜଣା ଲୋକଙ୍କୁ ଡାକି ଝଗଡ଼ା କରିବା ସହ ମାରପିଟ କରିଥିଲେ I ଫଳରେ ଉଦୟ କୁମାରଙ୍କୁ ଗୁରୁତର ଆଘାତ ଲାଗିଥିଲା ଏବଂ ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି I ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଶ୍ରୀମତୀ ସୁଧା I ଘଟଣା ପରେ ରେଳବାଇର ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ I ପୁଲିସ ଘଟଣାରେ ତଦନ୍ତ କରୁଥିବା ଜଣାପଡିଛି I Woman: କାର୍‌ରେ ଆସିଲେ ମହିଳା, କ୍ୟାସ ଡ୍ରରୁ ଲୁଟି ନେଲେ ୨ ହଜାର ଟଙ୍କା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media