Welcome!

Unlock your personalized experience.
Sign Up

Assembly: ଅଚଳାବସ୍ଥା ହଟୁନି: ବିରୋଧୀ ଜିଦିରେ ଅଟଳ, ଶାସକ ଦଳ ନିରବ

Sep 25, 2026 - 05:53
Assembly: ଅଚଳାବସ୍ଥା ହଟୁନି: ବିରୋଧୀ ଜିଦିରେ ଅଟଳ, ଶାସକ ଦଳ ନିରବ

ଭୁବନେଶ୍ବର: ବିଧାନସଭା ଚାଲୁନି। ଲଗାତାର ତୃତୀୟ ଦିନ ପାଇଁ ଗୃହ ଅଚଳ ହୋଇଛି। ଦୁଇ ଓଳିରେ ନାମକୁ ମାତ୍ର ଗୃହ କାର୍ଯ୍ୟ ଆରମ୍ଭ ହେଉଛି ଏବଂ କିଛି ମିନିଟ୍ ଭିତରେ ବନ୍ଦ ହେଉଛି। ବିରୋଧୀ ଜିଦିରେ ଅଟଳ। ଆଉ ସରକାରୀ ଦଳ ବୁଝାଇବାକୁ ଚାହୁନି। ସର୍ବଦଳୀୟ ବୈଠକ ହେଉନି। ଏମିତି ଏମିତିରେ ଚାଲିଛି ମୌସୁମୀ ଅଧିବେଶନ। 
ଆଜି ପୂର୍ବାହ୍ଣରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିଜେଡି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ବିଜେଡି ଗତ ଦୁଇଦିନ ଧରି ପାଠ୍ୟପୁସ୍ତକ ତ୍ରୁଟିକୁ ପ୍ରସଙ୍ଗ କରିଥିଲା ବେଳେ ଆଜି ଏମଏମଡିଆର୍ ସଂଶୋଧନ ଆଇନକୁ ପ୍ରସଙ୍ଗ କରିଥିଲା। କଂଗ୍ରେସ ଲଗାତାର ତିନି ଦିନ ହେଲା ଏହି ପ୍ରସଙ୍ଗକୁ ଧରିଛି। ଉଭୟ ଦଳର ସଭ୍ୟମାନେ ସରକାରଙ୍କ ବିରୋଧରେ ନାରାବାଜି କଲେ।

DGP Case: ଡିଜିପି ମାମଲା: ମଙ୍ଗଳବାର ପୁଣି ଶୁଣାଣି, ଏଜିଙ୍କ ପାଇଁ ଦୁଃଖ ପ୍ରକାଶ କଲେ ସଲିସିଟର ଜେନେରାଲ

ବିରୋଧୀ ଜିଦିରେ ଅଟଳ, ଶାସକ ଦଳ ନିରବ
ସର୍ବଦଳୀୟ ବୈଠକ ହେଉନି 
ଓଏମ୍‌ସି କାର୍ଯ୍ୟାଳୟରେ ବିଜେଡି ବିଧାୟକଙ୍କ ବିକ୍ଷୋଭ

ଏମଏମଡିଆର୍ ଆଇନ ବିରୋଧରେ ପ୍ଲାକାର୍ଡ ପ୍ରଦର୍ଶନ କଲେ। ‘ଖଣିଜ ସମ୍ପଦ ଓଡ଼ିଶାର, ରାଜସ୍ବ ଅଧିକାର ଓଡ଼ିଶାର’, ‘ସୁପ୍ରିମକୋର୍ଟଙ୍କ ରାୟ ପରେ ନୂଆ ଆଇନ କାହା ପାଇଁ’, ‘ବିଜେପି ବାଲା ଉତ୍ତର ଦିଅ, ମାଟି ଆଗ ନା ପାର୍ଟି ଆଗ’ ଆଦି ଲେଖାଥିଲା। ତାରାପ୍ରସାଦ ବାହିନୀପତି, ଧ୍ରୁବ ସାହୁ, ଯୋଗେଶ ସିଂହ, ମଙ୍ଗୁ ଖିଲ ପ୍ରମୁଖ ରିପୋଟର୍ସ ଟେବୁଲ୍ ଉପରେ ଠିଆ ହୋଇ ପ୍ରତିବାଦ ଜଣାଇଥିଲେ। ଗୃହରେ ଅଧ୍ୟକ୍ଷତା କରୁଥିବା ଉପବାଚସ୍ପତି ହୋହଲ୍ଲା ଭିତରେ ପ୍ରଶ୍ନକାଳ ଆରମ୍ଭ କରିଥିଲେ। ପ୍ରଥମେ ପ୍ରତାପ ଚନ୍ଦ୍ର ନାୟକଙ୍କ ଏକ ପ୍ରଶ୍ନର ଉତ୍ତର ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଦେଇଥିଲେ। ପରେ ଟଙ୍କଧର ତ୍ରିପାଠୀଙ୍କ ମୂଳ ପ୍ରଶ୍ନ ଉପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଉତ୍ତର ରଖିଥିଲେ। ହୋହଲ୍ଲା ଭିତରେ ମନ୍ତ୍ରୀଙ୍କ ଉତ୍ତର ଶୁଣାଯାଉ ନଥିଲା। ସ୍ଥିତି ସ୍ବାଭାବିକ ହେଉ ନଥିବା ଦେଖି ଉପବାଚସ୍ପତି ୧୩ ମିନିଟ୍ ପରେ ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। 

Cyclone: ଟଳିଲା‌ ବିପଦ: ତୁହାକୁ ତୁହା ବର୍ଷା, ପ୍ରମୁଖ ନଦୀର ଜଳସ୍ତର ବଢ଼ୁଛି

ଗୃହ ମୁଲତବୀ ରହିଲା ପରେ କଂଗ୍ରେସ ବିଧାୟକମାନେ ଗାନ୍ଧୀ ମୂର୍ତ୍ତି  ତଳେ ଧାରଣା ଦେଇଥିଲେ। ବିଜେଡି ସଭ୍ୟମାନେ ବିଧାନସଭା ପଛପଟେ ଥିବା ଓଡ଼ିଶା ଖଣି ନିଗମ (ଓଏମ୍‌ସି) କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲେ। ସେଠାରେ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ବିଧାୟକ ଅରୁଣ ସାହୁଙ୍କ ନେତୃତ୍ବରେ ବିଧାୟକମାନେ କାର୍ଯ୍ୟାଳୟ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେଠାରେ ପୁଲିସ ସମସ୍ତଙ୍କୁ ଅଟକାଇଥିଲା। କିଛି ସମୟ ଠେଲାପେଲା ହେଲା, ବିଧାୟକମାନେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। 
ଅପରାହ୍ଣ ୪ଟାରେ ଗୃହକାର୍ଯ୍ୟ ଆରମ୍ଭ ହେଲା ପରେ ସମାନ ସ୍ଥିତି ଥିଲା। ବିରୋଧୀ ଦଳ ସଭ୍ୟମାନେ ଗୃହ ମଧ୍ୟ ଭାଗରେ ନାରାବାଜି କରିଥିଲେ। ଏହି ସମୟରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଜନବିଶ୍ବାସ ବିଲ୍ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ମାତ୍ର ଚାରି ମିନିଟ୍ ପରେ ଉପବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)