Assam: ମଣିପୁରରେ ଆସାମ ରାଇଫଲ୍ସ ଶିବିର ଉପରେ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣ

Jul 15, 2026 - 20:25
Assam: ମଣିପୁରରେ ଆସାମ ରାଇଫଲ୍ସ ଶିବିର ଉପରେ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣ

"ଇମ୍ଫାଲ: ମଣିପୁରର କାଙ୍ଗପୋକପି ଜିଲ୍ଲାରେ ଏକ ତଲାସି ଅଭିଯାନକୁ କେନ୍ଦ୍ର କରି ବୁଧବାର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା।

ଉତ୍ତ୍ୟକ୍ତ ଜନତା ଆସାମ ରାଇଫଲ୍ସର ଏକ ଶିବିର ଉପରେ ଆକ୍ରମଣ କରିବା ସହ ସେଠାରେ ଥିବା କିଛି ଯାନବାହନରେ ନିଆଁ ଲଗାଇ ଦେଇଥିଲେ।

ଘଟଣା ପରେ ସୁରକ୍ଷା ବଳ ପକ୍ଷରୁ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଥିବାବେଳେ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।Advertisment ଆହୁରି ପଢନ୍ତୁ:Election Commission: ଏସ୍‌ଆଇଆର ଡ୍ୟୁଟିରେ ନି‌ୟୋଜିତ ବିଏଲ୍‌ଓ ପାଇବେ ୬ ହଜାର ଟଙ୍କାର ଅତିରିକ୍ତ ପାରିଶ୍ରମିକ ସରକାରୀ ସୂତ୍ର ଅନୁସାରେ, କାଙ୍ଗପୋକପି ଜିଲ୍ଲାର ଏକ ସମ୍ବେଦନଶୀଳ ଅଞ୍ଚଳରେ ଆସାମ ରାଇଫଲ୍ସ ଓ ଅନ୍ୟ ସୁରକ୍ଷା ବଳ ମିଳିତ ଭାବେ ତଲାସି ଅଭିଯାନ ଚଳାଇଥିଲେ।

ଏହି ଅଭିଯାନ ସମୟରେ କିଛି ଲୋକଙ୍କୁ ପଚରାଉଚରା କରାଯାଇଥିଲା।

ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ଏବଂ ପରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇ ସୁରକ୍ଷା ବଳର ଶିବିର ଆଡ଼କୁ ମୁହାଁଇଥିଲେ।

ଉତ୍ତ୍ୟକ୍ତ ଜନତା ଶିବିର ଉପରେ ପଥରମାଡ଼ କରିବା ସହ ପରିସରରେ ଥିବା କିଛି ଯାନବାହନରେ ନିଆଁ ଲଗାଇ ଦେଇଥିଲେ।

ଘଟଣାରେ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।

ଅଧିକାରୀମାନଙ୍କ କହିବା ଅନୁସାରେ, ତଲାସି ଅଭିଯାନ ନିୟମିତ ସୁରକ୍ଷା କାର୍ଯ୍ୟକ୍ରମର ଏକ ଅଂଶ ଥିଲା।

ଏହାର ଉଦ୍ଦେଶ୍ୟ ଥିଲା ଅସ୍ତ୍ରଶସ୍ତ୍ର ଉଦ୍ଧାର କରିବା ଆହୁରି ପଢନ୍ତୁ:Health: ଯୁବକଙ୍କୁ ନୂଆ ଜୀବନ ଦେଲେ ମଣିପାଲ ଡାକ୍ତର ଟିମ୍‌  ଏବଂ ଅଞ୍ଚଳରେ ସକ୍ରିୟ ଥିବା ସଶସ୍ତ୍ରଗୋଷ୍ଠୀଙ୍କ ଗତିବିଧି ଉପରେ ନଜର ରଖିବା।

କିନ୍ତୁ ଅଭିଯାନକୁ ନେଇ ଗୁଜବ ବ୍ୟାପିବା ପରେ ପରିସ୍ଥିତି ହଠାତ୍ ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା।

ମଣିପୁରରେ ଗତ କିଛି ମାସ ଧରି ସୁରକ୍ଷା ବଳ ପକ୍ଷରୁ ବିଭିନ୍ନ ସ୍ଥାନରେ ତଲାସି ଅଭିଯାନ ଜାରି ରହିଛି।

ଅବୈଧ ଅସ୍ତ୍ର ଜବତ, ହିଂସା ରୋକିବା ଏବଂ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ଅଭିଯାନ କରାଯାଉଛି।

ବୁଧବାରର ଘଟଣା ପରେ ପ୍ରଶାସନ ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ ଓ ଆଇନକୁ ହାତକୁ ନ ନେବାକୁ ଅନୁରୋଧ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।