Sankirtan Mahakumbh ନଭେମ୍ବରରେ ଭୁବନେଶ୍ୱରରେ ସଂକୀର୍ତ୍ତନ ମହାକୁମ୍ଭ, ୫୦ ହଜାର କଳାକାରଙ୍କ ସମାଗମ ଲକ୍ଷ୍ୟ
"ଭୁବନେଶ୍ୱର: ଚଳିତ ବର୍ଷ ନଭେମ୍ବର ମାସରେ ରାଜ୍ୟରେ ସଙ୍କୀର୍ତ୍ତନ ମହାକୁମ୍ଭ ଅନୁଷ୍ଠିତ ହେବ ବୋଲି ରାଜ୍ୟ ସଙ୍କୀର୍ତ୍ତନ ମହାସଂଘର ସାଙ୍ଗଠନିକ ବୈଠକରେ ନିଷ୍ପତ୍ତି ନିଆଯାଇଛି।
Advertisment ସଭାପତି ବାସୁଦେବ ଭଟ୍ଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାଙ୍ଗଠନିକ ବୈଠକରେ ସଂଗଠନର ବରିଷ୍ଠ ଉପଦେଷ୍ଟା ଡ଼ଃ କରୁଣାକର ପ୍ରଧାନଙ୍କୁ ସଭାପତି ଦାୟିତ୍ୱ ପ୍ରଦାନ କରାଯାଇଛି।
ବାସୁଦେବ ଭଟ୍ଟ ବରିଷ୍ଠ ଉପଦେଷ୍ଟା ଭାବେ କାର୍ଯ୍ୟ କରିବେ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି।
ଏହା ସହ ଆସନ୍ତା ସାତ ଦିନ ଭିତରେ ଭୁବନେଶ୍ୱରରେ ଓ ନୀଳାଦ୍ରି ବିଜେ ଉପଲକ୍ଷେ ପୁରୀରେ ସଂକୀର୍ତ୍ତନ ସମାରୋହ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି l Sankirtan and Lokkala ଜିଲ୍ଲାସ୍ତରୀୟ ସଂକୀର୍ତ୍ତନ ଓ ଲୋକକଳା ମହାସମାବେଶ ଆଜିର ବୈଠକରେ ନିଆଯାଇଥିବା ନିଷ୍ପତ୍ତିରେ, ସଙ୍କୀର୍ତ୍ତନ ମହାସଙ୍ଘର ସଂଗଠନକୁ ସୁଦୃଢ଼ କରିବାକୁ ବରିଷ୍ଠ କର୍ମକର୍ତ୍ତାମାନଙ୍କୁ ବିଭିନ୍ନ ଜିଲ୍ଲାର ସାଂଗଠନିକ ଦାୟିତ୍ୱ ପ୍ରଦାନ କରାଯାଇଛି।
ସବୁ ଜିଲ୍ଲାରେ ଓ ବ୍ଲକରେ ମହାସଂଘର ଏକ କମିଟି କରାଯିବ।
ସଙ୍କୀର୍ତ୍ତନ କଳାକାରମାନଙ୍କୁ କଳାକାର ମାନ୍ୟତା ପ୍ରଦାନ ସହ କଳାକାର ସହାୟତା ଯୋଜନାରେ ଆନ୍ତର୍ଭୁକ୍ତ ପାଇଁ ସରକାରଙ୍କ ଉପରେ ଚାପ ସ୍ତୃଷ୍ଟି କରାଯିବ l ଆସନ୍ତା ନଭେମ୍ବର ମାସରେ ୫୦ ହଜାର ସଙ୍କୀର୍ତ୍ତନ କଳାକାରଙ୍କୁ ନେଇ ଏକ ସଙ୍କୀର୍ତ୍ତନ ମହାକୁମ୍ଭ ଆୟୋଜନ କରି ଏହାକୁ ଏକ ଆନ୍ଦୋଳନରେ ପରିବର୍ତ୍ତନ କରାଯିବ l ସଙ୍କୀର୍ତ୍ତନ ମାଧ୍ୟମରେ ଜଗନ୍ନାଥ ସଂସ୍କୃତି ର ପ୍ରସାର ଓ ପ୍ରଚାର ପାଇଁ ଜିଲ୍ଲା ଅନୁଯାଇ ୩୪ଜଣ ରାଜ୍ୟ କମିଟି ନେତୃତ୍ୱଙ୍କୁ ଜିଲ୍ଲା ଦାୟିତ୍ୱ ଦିଆଯାଇଥିଲା l Rama Navami: ନଗର ସଂକୀର୍ତ୍ତନରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଉପଦେଷ୍ଟା ସଂଜୀବ ମହାନ୍ତି, କାଯ୍ୟକାରୀ ସଭାପତି ବିଜୟ ରାଉତ, ବିଜନ ମହାନ୍ତି, ଲାବଣ୍ୟ ଜୟସିଂହ, ଭାଗିରଥୀ ଜେନା, ସମ୍ପାଦକ ସୁଦର୍ଶନ ଚମ୍ପତି, ମୁଖ୍ୟ ସଂଯୋଜକ ପ୍ରସନ୍ନ ବିଷୋୟୀ, କୋଷାଧକ୍ଷ୍ୟ ପ୍ରସନ୍ନ ବଡ଼ଜେନା, ସଂଗଠନ ସମ୍ପାଦକ ଳକ୍ଷ୍ମୀଧର ବେହେରା, ଉପସଭାପତି ଦୁଃଖିଶ୍ୟାମ ମହାପାତ୍ର, ରଞ୍ଜୁଲତା ପଣ୍ଡା, ଅକ୍ଷୟ ବରାଳ, ନାରାୟଣ ସାହୁ, ଭଗବାନ ଦାଶ, ଶେଷଦେବ ସାହୁ, ସରୋଜିନୀ ପଟେଲ, ଗୋପୀନାଥ ରାୟ, ପ୍ରହ୍ଲାଦ ସାହୁ, ଶ୍ରୀନିବାସ ସାମନ୍ତରାୟ, ବସନ୍ତ ବେହେରା, ଧନେଶ୍ୱର ଲେଙ୍କା, ଧନେଶ୍ୱର ନାଥ, ନନ୍ଦନୀ ଦଳେଇ, ଲାବଣ୍ୟ ଜୟସିଂ, ସନ୍ତୋଷ ସାହୁ, ଭାଗିରଥୀ ଜେନା, ସ୍ଵର୍ଣ୍ଣଲତା ଦଳେଇ, କାରଣ ସାହୁ, ସୁଶାନ୍ତ ଦାଶ, ପାଣ୍ଡଵ ତ୍ରିପାଠୀ, ହେମନ୍ତ ବେହେରା, ରା଼ଞ୍ଜୁଲତା ପଣ୍ଡା, ଲକ୍ଷ୍ମୀଧର ବେହେରା, ଧନେଶ୍ୱର ଲେଙ୍କା ଆଲୋଚନାରେ ସକ୍ରିୟ ଭାଗ ନେଇଥିଲେ।
ସଙ୍କୀର୍ତ୍ତନ ପ୍ରଚାରପ୍ରସାର କ୍ଷେତ୍ରରେ ବିଶେଷ ଯୋଗଦାନ ପାଇଁ ପ୍ରସନ୍ନ ସ୍ୱାଇଁ ଙ୍କୁ ସମ୍ମାନିତ କରାଯlଇଥିଲା l ମୁଖ୍ୟ ସଂଯୋଜକ ପ୍ରସନ୍ନ ବିଷୋୟୀ ଧନ୍ୟବାଦ ଦେଇଥିଲେ l"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।