Asian Para Games: ଏସୀୟ ପାରା କ୍ରୀଡ଼ା: ଚୟନକୁ ନେଇ ପାରା-ସାଇକ୍ଲିଷ୍ଟ କରିବେ ବିକ୍ଷୋଭ

Oct 08, 2026 - 11:33
Asian Para Games: ଏସୀୟ ପାରା କ୍ରୀଡ଼ା: ଚୟନକୁ ନେଇ ପାରା-ସାଇକ୍ଲିଷ୍ଟ କରିବେ ବିକ୍ଷୋଭ

"ନୂଆଦିଲ୍ଲୀ: ଆଗାମୀ ଏସୀୟ ପାରା କ୍ରୀଡ଼ା ପାଇଁ ଜାତୀୟ ସଂଘ ସୁପାରିସ କରିଥିବା ୭ ଜଣ ପାରା-ସାଇକ୍ଲିଷ୍ଟଙ୍କ ମଧ୍ୟରୁ କେବଳ ଜଣଙ୍କୁ କ୍ରୀଡ଼ା ମନ୍ତ୍ରଣାଳୟ ଅନୁମୋଦନ କରିବାରୁ ଅସନ୍ତୋଷ ଦେଖାଦେଇଛି।

ବାଦ୍ ପଡ଼ିଥିବା ସାଇକ୍ଲିଷ୍ଟମାନେ ଚୟନରେ ପାତରଅନ୍ତର ହୋଇଥିବା ଅଭିଯୋଗ କରିବା ସହ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ମୁଖ୍ୟାଳୟରେ ବିକ୍ଷୋଭ କରିବାକୁ ଯୋଜନା କରିଛନ୍ତି।

Advertisment ତେବେ ପ୍ରଦର୍ଶନକୁ ଆଧାରରେ ଚୟନ ହୋଇଥିବା ନେଇ ସାଇ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

ଚଳିତ ମାସ ୧୮ରୁ ଆଇଚି-ନାଗୋୟାରେ ହେବାକୁଥିବା ଏସୀୟ ପାରା କ୍ରୀଡ଼ା ଲାଗି ମନ୍ତ୍ରାଳୟ କେବଳ ପାରାଲିମ୍ପିଆନ୍ ଅର୍ଶଦ ଶେଖ୍‌ଙ୍କୁ ଅନୁମୋଦନ ଦେଇଛି।

ସଂଘ ଅର୍ଶଦଙ୍କ ସହ ପ୍ରଶାନ୍ତ ଅର୍କଲ, ପବନ କୁମାର କୋମୋଜି, ସମୀର, ବାସାନୀ ବାବୁଭାଇ, ଶାଶ୍ରୁତି ବିନାୟକ ନାକାଡେ ଓ ଲିଶା ଦାସଙ୍କ ନାଁ ଚୟନ କରି ମନ୍ତ୍ରାଳୟକୁ ପଠାଇଥିଲା।

Asian Games: ଏସୀୟ କ୍ରୀଡ଼ା ଉଦ୍‌ଘାଟିତ: ଭାରତୀୟ ଦଳର ନେତୃତ୍ୱ ନେଲେ ମନୁ, ପବନ ମନ୍ତ୍ରାଳୟ କେବଳ ଅର୍ଶଦ ନାଁକୁ ଛାଡ଼ି ଅନ୍ୟମାନଙ୍କୁ ବାଦ୍‌ ଦେଇଛି।

ଏସୀୟ କ୍ରୀଡ଼ା ଲାଗି କ୍ରୀଡ଼ା ମନ୍ତ୍ରାଳୟ ଚୂଡ଼ାନ୍ତ ଦଳ ଘୋଷଣା କରିନି।

ଏପର୍ଯ୍ୟନ୍ତ କେବଳ ୮ଟି ଖେଳ ଲାଗି ୧୨୮ ଜଣଙ୍କ ନାମକୁ ଅନୁମୋଦନ କରିଛି।

ଏସୀୟ କ୍ରୀଡ଼ା ଇତିହାସରେ ପାରା-ସାଇକ୍ଲିଂରୁ ଭାରତକୁ କେବଳ ଗୋଟିଏ କାଂସ୍ୟ ମିଳିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)