Asian Games 2026: ଏସୀୟ କ୍ରୀଡ଼ାରେ ସେନା କ୍ରୀଡ଼ାବିତ୍‌ଙ୍କ ସଫଳତା: ଜିିତିଲେ ୬ ସ୍ବର୍ଣ୍ଣ ସହ ୨୦ ପଦକ

Oct 09, 2026 - 13:20
Asian Games 2026: ଏସୀୟ କ୍ରୀଡ଼ାରେ ସେନା କ୍ରୀଡ଼ାବିତ୍‌ଙ୍କ ସଫଳତା: ଜିିତିଲେ ୬ ସ୍ବର୍ଣ୍ଣ ସହ ୨୦ ପଦକ

"ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ଆଇଚି-ନାଗୋୟା ଏସୀୟ କ୍ରୀଡ଼ାରେ ଭାରତୀୟ ସେନାର କ୍ରୀଡ଼ାବିତ୍‌ମାନେ ୬ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୬ କାଂସ୍ୟ ସହ ୨୦ ପଦକ ଜିତି ଇତିହାସ ରଚିଛନ୍ତି।

ଏହା ମଧ୍ୟରେ ସେନାର ୯ ମହିଳା ଖେଳାଳି ୨ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ।

ଭାରତକୁ ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ ଓ ୩୭ କାଂସ୍ୟ ସହ ମୋଟ ୮୫ ପଦକ ମିଳିଥିଲା ବେଳେ ସେନା କ୍ରୀଡ଼ାବିତ୍‌ମାନେ ମୋଟ ପଦକର ୨୩.୫୨ ଏବଂ ସ୍ବର୍ଣ୍ଣର ୨୯ ପ୍ରତିଶତ ଜିତିଛନ୍ତି।Advertisment ୬୨ ଜଣ ୧୫ଟି କ୍ରୀଡ଼ାରେ ଭାଗ ନେଇଥିଲେ ଭାରତୀୟ ଦଳର ୫୦୧ ଜଣ ଖେଳାଳିଙ୍କ ମଧ୍ୟରେ ସେନାର ୬୨ ଜଣ ୧୫ଟି କ୍ରୀଡ଼ାରେ ଭାଗ ନେଇଥିଲେ।

ଗତ ହାଙ୍ଗ୍‌ଝୌ ସଂସ୍କରଣଠୁ ସେନା ଖେଳାଳି ଏଥର ଦୁଇ ଗୁଣ ସ୍ବର୍ଣ୍ଣ ଜିତିବାରେ ସକ୍ଷମ ହୋଇଛନ୍ତି।

ଟ୍ରାପ୍‌ ସୁଟିଂରେ ନାଏବ ସୁବେଦାର ନୀରୁ ଧଣ୍ଡା ୨ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ଜିତିଥିବା ବେଳେ ଦୌଡ଼କୁଦରେ ଗୁଲବୀର ସିଂହ ଦୁଇ ରୌପ୍ୟ ଓ ଗୋଟିଏ କାଂସ୍ୟ ଜିତି ୩ଟି ଲେଖାଏଁ ପଦକ ଜିତିବାର ଗୌରବ ପାଇଥିଲେ।

ଗୁଲବୀର ଗୋଟିଏ ସଂସ୍କରଣରେ ଟ୍ରାକ୍‌ ଆଣ୍ଡ ଫିଲ୍ଡରେ ତିନିଟି ବ୍ୟକ୍ତିଗତ ପଦକ ଜିତିବାରେ ପ୍ରଥମ ଭାରତୀୟ ପୁରୁଷ ଖେଳାଳି ହୋଇଥିଲେ।

ହାବିଲଦାର ସାୱନ ବରୱାଲ ମାରାଥନରେ ଏବଂ ସୁବେଦାର ଧୀରଜ ବୋମ୍ମାଦେବରା ରିକର୍ଭ ତୀରନ୍ଦାଜିରେ ଜାତୀୟ ରେକର୍ଡ କରିଥିଲେ।

U19 Asia Cup: ଯୁବ ଏସିଆ କପ୍‌ ନଭେମ୍ବର ୫ରୁ: ୮ରେ ଭାରତ-ପାକିସ୍ତାନ ମୁକାବିଲା ହାବିଲଦାର କମଲଜିତ ସିଂହ ଓ ନୀରୁ ନିଜ ନିଜ ବର୍ଗରେ ଏସୀୟ କ୍ରୀଡ଼ା ରେକର୍ଡ ମଧ୍ୟ ସ୍ଥାପନ କରିଥିଲେ।

ମୁଷ୍ଟିଯୁଦ୍ଧରୁ ସେନା ଖେଳାଳିମାନେ ଗୋଟିଏ ସ୍ୱର୍ଣ୍ଣ ଓ ୨ଟି କାଂସ୍ୟ ପାଇଥିଲେ।

ନାଏବ ସୁବେଦର ସଲମାନ ଖାନ ପ୍ରଥମ ଭାରତୀୟ ଭାବେ ଏସୀୟ କ୍ରୀଡ଼ା ପୁରୁଷ ଡବଲ୍‌ ସ୍କଲ୍‌ସରେ ପଦକ ଜିତିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)