Asian Games: ଅନିମେଷଙ୍କୁ ଏସୀୟ କ୍ରୀଡ଼ା ଯୋଗ୍ୟତା: ଜୟରାମଙ୍କୁ ରୌପ୍ୟ, ସଫଳ ହେଲେନି ଶ୍ରାବଣୀ
"ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ୬୫ତମ ଅନ୍ତଃରାଜ୍ୟ ଆଥଲେଟିକ୍ସ ପ୍ରତିଯୋଗିତାର ଦ୍ବିତୀୟ ଦିନରେ ଓଡ଼ିଶାକୁ ମିଳିଛି ବଡ଼ ଖୁସି ଖବର।
ପୁରୁଷ ୨୦୦ ମିଟରରେ ଓଡ଼ିଶାର ଅନିମେଷ କୁଜୁର ସ୍ବର୍ଣ୍ଣ ପଦକ ଜିତିବା ସହ ଜାପାନର ଆଇଚି-ନାଗୋୟାଠାରେ ଖେଳାଯିବାକୁ ଥିବା ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି।
ଅନିମେଷ ୨୦.୭୪ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନରେ ରହିଥିଲା ବେଳେ ଅନ୍ୟତମ ଓଡ଼ିଶା ତାରକା ମୃତ୍ୟୁମ ଜୟରାମ ଦଣ୍ଡପତି (୨୦.୯୭) ଦ୍ବିତୀୟ ସ୍ଥାନରେ ରହି ଘରୋଇ ଦଳକୁ ୱାନ୍-ଟୁ ଫିନିସ୍ର ଖୁସି ଉପହାର ଦେଇଥିଲେ।
ମହେନ୍ଦ୍ର ସାନ୍ତା ଫାଇନାଲ୍କୁ ଯାଇ ପାରି ନଥିଲେ।
ପୁରୁଷ ଡେକାଥଲନାରେ ଓଡ଼ିଆ ତାରକା ଯଶବୀର ନାୟକ ୭୧୩୧ ପଏଣ୍ଟ୍ ସହ ତୃତୀୟ ସ୍ଥାନରେ ରହିଛନ୍ତି।
Advertisment Horoscope 2026 June 26: ଜାଣନ୍ତୁ ଆଜିର ରାଶିଫଳ...
ପ୍ରତିଯୋଗିତାର ପ୍ରଥମ ଦିନରେ ମହିଳା ୧୦୦ ମିଟର ହର୍ଡଲ୍ସରେ ପ୍ରଜ୍ଞା ପ୍ରଶାନ୍ତି ସାହୁ କାଂସ୍ୟ ପଦକ ଜିତିଥିଲେ।
ଯାହା ରାଜ୍ୟ ପାଇଁ ଥିଲା ପ୍ରଥମ ପଦକ।
ପ୍ରଥମ ଦିନରେ ମହିଳା ହର୍ଡଲ୍ସରେ ଏସୀୟ କ୍ରୀଡ଼ା ଯୋଗ୍ୟତା ହାସଲ କରିଥିବା ଆନ୍ଧ୍ରପ୍ରଦେଶର ଜ୍ୟୋତି ୟାରାଜୀ ୨୦୦ ମିଟରରେ ଏସୀୟ କ୍ରୀଡ଼ା ଯୋଗ୍ୟତାରୁ ବଞ୍ଚିତ ହୋଇଛନ୍ତି।
ଏହି ଇଭେଣ୍ଟରେ ଖେଳିଥିବା ଦୁଇ ଓଡ଼ିଆ ତାରକା ଶ୍ରାବଣୀ ନନ୍ଦ ଓ ମୌସୁମୀ ରାଓ ଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରି ନଥିଲେ।
ସେହିଭଳି ପୁରୁଷ ୮୦୦ ମିଟରରେ କେରଳର ମହମ୍ମଦ ଅଫଜଲ ପି , ମହିଳା ସଟ୍ପୁଟର୍ କୃଷ୍ଣା ଜୟଶଙ୍କର, ମନପ୍ରୀତ୍ କୌର ମଧ୍ୟ ଏସୀୟ କ୍ରୀଡ଼ା ଯୋଗ୍ୟତା ମାନଦଣ୍ଡ ଛୁଇଁଛନ୍ତି।
ଜି ସିନ୍ଧୁଶ୍ରୀଙ୍କ ସହ ବରାନିକା ଏଲନଗୋଭନ ମହିଳା ପୋଲ୍ଭଲ୍ଟରେ ଏହି ସମ୍ମାନଜନକ ପ୍ରତିଯୋଗିତା ଲାଗି ଯୋଗ୍ୟତା ହାସଲ କରିଛନ୍ତି।
ସିନ୍ଧୁଶ୍ରୀ ଏହି ଇଭେଣ୍ଟ୍ରେ ଜାତୀୟ କୀର୍ତ୍ତିମାନ ହାସଲ କରିବା ବ୍ୟକ୍ତିଗତ ଭାବେ ତାଙ୍କ ପାଇଁ ଯୁଗଳ ମାଇଲ୍ଖୁଣ୍ଟ ହୋଇଛି।
Good News: ଗାଁର ଭଙ୍ଗା ଆଡ଼ିବନ୍ଧ ସଜାଡ଼ିଲେ ଆଦିବାସୀ"