Samantha Confirms Pregnancy: ମା' ହେବେ ସାମନ୍ଥା, ଗର୍ଭବତୀ ଥିବାର କଲେ ନିଶ୍ଚିତ

Jun 25, 2026 - 15:31
Samantha Confirms Pregnancy: ମା' ହେବେ ସାମନ୍ଥା, ଗର୍ଭବତୀ ଥିବାର କଲେ ନିଶ୍ଚିତ

"ମୂମ୍ବାଇ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁ ଗର୍ଭବତୀ ଥିବାର ନିଶ୍ଚିତ କରିଛନ୍ତି।

ଅଭିନେତ୍ରୀ କହିଛନ୍ତି ଯେ, ସେ ଖୁବ୍‌ ଶୀଘ୍ର ମାଟର୍ନିଟି ବ୍ରେକ୍‌ ନେବେ ଏବଂ ସନ୍ତାନର ଜନ୍ମ ପରେ ପୁଣିଥରେ ଚଳଚ୍ଚିତ୍ର ଜଗତକୁ ଫେରିବେ।

ଦକ୍ଷିଣ ଭାରତୀୟ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁ ଶେଷରେ ନିଜ ଗର୍ଭବତୀ ଥିବା ଖବରକୁ ଅଧିକାରିକ ଭାବେ ନିଶ୍ଚିତ କରିଛନ୍ତି।

ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ତାଙ୍କ ଗର୍ଭାବସ୍ଥାକୁ ନେଇ ବିଭିନ୍ନ ଚର୍ଚ୍ଚା ଓ କଳ୍ପନାଜଳ୍ପନା ଚାଲିଥିଲା।

ଶେଷରେ ସେ ନିଜେ ଏହି ଖବର ଉପରେ ମୋହର ଲଗାଇଛନ୍ତି।

ସାମନ୍ଥା କହିଛନ୍ତି ଯେ, ବର୍ତ୍ତମାନର ସମସ୍ତ କାର୍ଯ୍ୟ ପୂରଣ କରିବା ପରେ ସେ ମାଟର୍ନିଟି ବ୍ରେକ୍‌ ନେବେ।

ସନ୍ତାନ ଜନ୍ମ ପରେ ପୁଣିଥରେ ଅଭିନୟ ଜଗତକୁ ଫେରିବେ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।

Advertisment ସାମନ୍ଥାଙ୍କ ଗର୍ଭାବସ୍ଥା ଖବର ହେଲା ପକ୍କା 'ମା ଇଣ୍ଟି ବାଙ୍ଗାରମ୍' ଚଳଚ୍ଚିତ୍ରର ସଫଳତା ଉତ୍ସବରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସାମନ୍ଥା କହିଥିଲେ, ""ମା ଇଣ୍ଟି ବାଙ୍ଗାରମ୍" ପରେ ମୋତେ କିଛି ସମୟ ପାଇଁ ବ୍ରେକ୍ ନେବାକୁ ପଡ଼ିବ।

ବର୍ତ୍ତମାନ ମୋର ପରିସ୍ଥିତି ଏଭଳି ରହିଛି ଯେ, ମୋତେ ମାଟର୍ନିଟି ଲିଭ୍‌ ନେବାକୁ ପଡ଼ିବ।

ଏହା ପରେ ମୁଁ ମୋ ପ୍ରଶଂସକଙ୍କ ପାଇଁ ଏକ ନୂଆ ଫିଲ୍ମ ସହ ପୁଣିଥରେ ପରଦାକୁ ଫେରିବି।"ସାମନ୍ଥାଙ୍କ ଏହି ବୟାନ ପରେ ତାଙ୍କ ଗର୍ଭାବସ୍ଥାକୁ ନେଇ ଚାଲିଥିବା ସମସ୍ତ ଚର୍ଚ୍ଚା ଓ କଳ୍ପନାଜଳ୍ପନାର ସମାପ୍ତି ଘଟିଛି।

ବାସ୍ତବରେ, ଫିଲ୍ମର ସଫଳତା ଉତ୍ସବ ବେଳେ ସାମ୍ନାକୁ ଆସିଥିବା କିଛି ଭିଡିଓ ଓ ଫଟୋରେ ପ୍ରଶଂସକମାନେ ତାଙ୍କର ବେବି ବମ୍ପ ଦେଖିଥିଲେ।

ଏହାପରେ ସୋସିଆଲ ମିଡିଆରେ ତାଙ୍କ ଗର୍ଭାବସ୍ଥାକୁ ନେଇ ବିଭିନ୍ନ ଚର୍ଚ୍ଚା ଓ ଅନୁମାନ ଆରମ୍ଭ ହୋଇଥିଲା।

ମା' ହେବାର ସ୍ୱପ୍ନ ହେବ ପୂରଣ ରିପୋର୍ଟ ଅନୁସାରେ, ସାମନ୍ଥା ବର୍ତ୍ତମାନ ଗର୍ଭାବସ୍ଥାର ପ୍ରାରମ୍ଭିକ ପର୍ଯ୍ୟାୟ ଅର୍ଥାତ୍ ପ୍ରଥମ ଟ୍ରାଇମେଷ୍ଟରରେ ଅଛନ୍ତି।

ସୂତ୍ରରୁ ଜଣାପଡିଛି ଯେ, ସେ ଏବଂ ତାଙ୍କ ସ୍ୱାମୀ ରାଜ ନିଦିମୋରୁ ଏହି ଖୁସି ଖବରକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି।

କୁହାଯାଉଛି, ସାମନ୍ଥା ସବୁବେଳେ ମା' ହେବାକୁ ଇଚ୍ଛା କରୁଥିଲେ ଏବଂ ଏହି ମୁହୂର୍ତ୍ତ ତାଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର।

ରିପୋର୍ଟ ଅନୁସାରେ, ୨୦୨୬ ଡିସେମ୍ବରରେ ତାଙ୍କ ସନ୍ତାନ ଜନ୍ମ ହୋଇପାରେ।ଫିଲ୍ମର ନିର୍ଦ୍ଦେଶିକା ନନ୍ଦିନୀ ରେଡ୍ଡୀ ମଧ୍ୟ ସାମନ୍ଥାଙ୍କ ଗର୍ଭାବସ୍ଥାକୁ ନେଇ ଖୁସି ପ୍ରକାଶ କରିଛନ୍ତି।

ସେ କହିଛନ୍ତି, "'ମା ଇଣ୍ଟି ବାଙ୍ଗାରମ୍' ବଡ଼ ସଫଳତା ପାଉଥିବା ବେଳେ ସାମନ୍ଥାଙ୍କ ଜୀବନରେ ମଧ୍ୟ ଏହି ଖୁସି ଖବର ଆସିଛି।" ବିଶେଷ କଥା ହେଉଛି, ଫିଲ୍ମର ସଫଳତା ଉତ୍ସବରେ ସାମନ୍ଥାଙ୍କ ବେବି ବମ୍ପକୁ ଲୁଚାଯାଇ ନଥିଲା, ବରଂ ତାହା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା।

ନନ୍ଦିନୀ ରେଡ୍ଡୀ କହିଛନ୍ତି, ଏହା ଏକ ସୁଚିନ୍ତିତ ନିଷ୍ପତ୍ତି ଥିଲା।ସାମନ୍ଥା ୨୦୨୫ ଡିସେମ୍ବରରେ ଫିଲ୍ମ ନିର୍ମାତା ରାଜ ନିଦିମୋରୁଙ୍କୁ କୋଏମ୍ବାଟୁରସ୍ଥ ଇଶା ଯୋଗ କେନ୍ଦ୍ରର ଲିଙ୍ଗ ଭୈରବୀ ମନ୍ଦିରରେ ଏକ ନିଜସ୍ୱ ସମାରୋହରେ ବିବାହ କରିଥିଲେ। 'ଦ ଫ୍ୟାମିଲି ମ୍ୟାନ୍ ୨' ୱେବ୍ ସିରିଜ୍‌ର ସୁଟିଂ ସମୟରେ ଉଭୟଙ୍କ ପରିଚୟ ହୋଇଥିଲା।

ଏହି ସିରିଜ୍‌ରେ ସାମନ୍ଥା 'ରାଜୀ' ଚରିତ୍ରରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟିଥିଲେ।

ବକ୍ସ ଅଫିସରେ ଚମକୁଛି 'ମା ଇଣ୍ଟି ବାଙ୍ଗାରମ୍' କାର୍ଯ୍ୟଜୀବନ କଥା କହିଲେ, ସାମନ୍ଥାଙ୍କ ନିକଟରେ ମୁକ୍ତିଲାଭ କରିଥିବା 'ମା ଇଣ୍ଟି ବାଙ୍ଗାରମ୍' ବକ୍ସ ଅଫିସରେ ଉତ୍କୃଷ୍ଟ ପ୍ରଦର୍ଶନ କରୁଛି।

ମୁକ୍ତିଲାଭ ପରେ ଫିଲ୍ମଟି ବିଶ୍ୱବ୍ୟାପୀ ୫୦ କୋଟି ଟଙ୍କାରୁ ଅଧିକ ଆୟ କରିସାରିଛି।

ତେଣୁ ବୃତ୍ତିଗତ ସଫଳତା ସହ ବ୍ୟକ୍ତିଗତ ଜୀବନର ଏହି ବଡ଼ ଖୁସି ୨୦୨୬ ବର୍ଷକୁ ସାମନ୍ଥାଙ୍କ ପାଇଁ ଅଧିକ ସ୍ମରଣୀୟ କରିଦେଇଛି।ଏବେ ପ୍ରଶଂସକମାନେ ସାମନ୍ଥାଙ୍କ ପ୍ରଥମ ସନ୍ତାନର ଆଗମନକୁ ନେଇ ଉତ୍ସାହର ସହ ଅପେକ୍ଷା କରୁଛନ୍ତି।

ସେପଟେ ଅଭିନେତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ମାଟର୍ନିଟି ବ୍ରେକ୍‌ ପରେ ସେ ପୁଣିଥରେ ଚଳଚ୍ଚିତ୍ର ଜଗତକୁ ଜୋରଦାର ପ୍ରତ୍ୟାବର୍ତ୍ତନ କରିବେ।

"