Ashok Leyland: ସିଙ୍ଗୁରରେ ହେବ ଅଶୋକ ଲେଲ୍ୟାଣ୍ଡର ଟ୍ରକ୍ କାରଖାନା!
କୋଲକାତା: ଦୁଇ ଦଶନ୍ଧି ତଳେ ପଶ୍ଚିମବଙ୍ଗ ର ତତ୍କାଳୀନ ବାମଦଳ ସରକାର ସିଙ୍ଗୁରରେ ଟାଟା ମୋଟର୍ସର ନାନୋ କାର୍ ପ୍ରକଳ୍ପ ପାଇଁ ଯୋଜନା କରିଥିଲେ।
କିନ୍ତୁ ମମତା ବାନାର୍ଜୀଙ୍କ ନେତୃତ୍ବରେ ତୃଣମୂଳ କଂଗ୍ରେସ ଏହାକୁ ତୀବ୍ର ବିରୋଧ କରିଥିଲା।
କୃଷକ ଓ ବିଭିନ୍ନ ରାଜନୈତିକ ଦଳର ଆନ୍ଦୋଳନ ଯୋଗୁଁ ନାନୋ ପ୍ରକଳ୍ପ ଗୁଜରାଟକୁ ଚାଲିଯାଇଥିଲା।
ଏବେ ସେହି ସିଙ୍ଗୁରରେ ଅଶୋକ ଲେଲ୍ୟାଣ୍ଡର ଟ୍ରକ୍ ଉତ୍ପାଦନ କାରଖାନା ସ୍ଥାପନ ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି।
Advertisment ଗତ ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ସୁକାନ୍ତ ମଜୁମଦାର ସିଙ୍ଗୁରରେ ଅଶୋକ ଲେଲ୍ୟାଣ୍ଡର ଟ୍ରକ୍ କାରଖାନା ହେବ ବୋଲି ଘୋଷଣା କରିଥିଲେ।
ଏହାର କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ସେ କହିଥିଲେ।
ଏହାର ଦିନକ ପରେ, ରବିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଥିଲେ ଯେ ତାଙ୍କ ସରକାର ସିଙ୍ଗୁରର ଚାଷୀଙ୍କଠାରୁ ୯୯୭ ଏକର ଜମି କିଣିବା ପାଇଁ ଆଲୋଚନା ଚଳାଇଛି।
ଏହା ପରେ ସିଙ୍ଗୁରରେ ଟ୍ରକ୍ କାରଖାନା ସ୍ଥାପନ ନେଇ ଚର୍ଚ୍ଚା ଜୋର୍ ଧରିଛି।
ଟାଟା ମୋଟର୍ସର ପ୍ରକଳ୍ପ ସିଙ୍ଗୁରରୁ ଉଠିଯିବା ପରେ ପଶ୍ଚିମବଙ୍ଗ ଶିଳ୍ପ କାରଖାନାକୁ ବିରୋଧ କରୁଛି ବୋଲି ଏକ ବାର୍ତ୍ତା ଯାଇଥିଲା।
ଯଦି ରାଜ୍ୟର ବିଜେପି ସରକାର ଅଶୋକ ଲେଲ୍ୟାଣ୍ଡର କାରଖାନା ସେଠାରେ ସ୍ଥାପନ କରିବାରେ ସଫଳ ହୁଅନ୍ତି, ତେବେ ନିବେଶକଙ୍କ ପାଖକୁ ଏକ ଭିନ୍ନ ବାର୍ତ୍ତା ଯିବ।
ଆହୁରି ପଢନ୍ତୁ: Water Testing: ଦେଶବ୍ୟାପୀ ପାଣି ବୋତଲର ପରୀକ୍ଷା ହେବ ସିଙ୍ଗୁରରେ ଟାଟାର ନାନୋ କାର୍ ପ୍ରକଳ୍ପ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ନେତୃତ୍ବାଧୀନ ବାମଦଳ ସରକାର ୯୯୭ ଏକର ଜମି ଅଧିଗ୍ରହଣ କରିଥିଲେ।
ଚାଷ ଜମି ହୋଇଥିବାରୁ ସେଠାକାର ଅନେକ କୃଷକ ଜମି ଅଧିଗ୍ରହଣ ଓ ପ୍ରକଳ୍ପକୁ ବିରୋଧ କରିଥିଲେ।
ସିଙ୍ଗୁର କୃଷି ଜମି ରକ୍ଷା କମିଟି ଏହି ଆନ୍ଦୋଳନର ନେତୃତ୍ବ ନେଇଥିଲା।
ସେତେବେଳେ ବିରୋଧୀ ଦଳର ନେତ୍ରୀ ମମତା ବାନାର୍ଜୀ କମିଟିକୁ ସମର୍ଥନ କରି ଆନ୍ଦୋଳନରେ ସାମିଲ ହୋଇଥିଲେ।
ଆନ୍ଦୋଳନ ତୀବ୍ର ହେବା ପରେ ଟାଟା ମୋଟର୍ସ ୨୦୦୮ ଅଗଷ୍ଟରେ ନାନୋ ପ୍ରକଳ୍ପକୁ ଗୁଜରାଟର ସାନନ୍ଦକୁ ସ୍ଥାନାନ୍ତର କରିଥିଲା।
ଏହି ଆନ୍ଦୋଳନ ମମତାଙ୍କ ରାଜନୈତିକ ଜୀବନରେ ନୂଆ ମୋଡ଼ ଆଣିଥିଲା।
ପଶ୍ଚିମବଙ୍ଗରେ ୩୪ ବର୍ଷ ଧରି ଶାସନ କରିଥିବା ବାମଦଳର ପତନ ୨୦୧୧ରେ ହୋଇଥିଲା ଏବଂ ମମତା ବାନାର୍ଜୀ କ୍ଷମତାକୁ ଆସିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
