India Records Worst-Ever T20I Loss: ଅନ୍ତର୍ଜାତୀୟ ଟି-୨୦ରେ ସବୁଠାରୁ ବଡ ପରାଜୟ, ଇଂଲଣ୍ଡଠାରୁ ୧୨୫ ରନରେ ହାରିଲା ଟିମ୍ ଇଣ୍ଡିଆ

Jul 08, 2026 - 13:05
India Records Worst-Ever T20I Loss: ଅନ୍ତର୍ଜାତୀୟ ଟି-୨୦ରେ ସବୁଠାରୁ ବଡ ପରାଜୟ, ଇଂଲଣ୍ଡଠାରୁ ୧୨୫ ରନରେ ହାରିଲା ଟିମ୍ ଇଣ୍ଡିଆ

ଲଜ୍ଜାଜନକ, ଶୋଚନୀୟ । କିଛି ମାସ ପୂର୍ବରୁ ଟି-ଟ୍ବେଣ୍ଟି ବିଶ୍ବକପ୍ ଚାମ୍ପିୟନ ହୋଇଥିବା ଭାରତର ଦୟନୀୟ ପ୍ରଦର୍ଶନ । ପ୍ରଥମେ ଆୟର୍ଲାଣ୍ଡଠାରୁ ୦-୨ରେ ସିରିଜ୍ ହାରିବା ପରେ ଏବେ ଇଂଲଣ୍ଡ ବିପକ୍ଷରେ ସବୁଠାରୁ ବଡ଼ ପରାଜୟ । ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟିରେ ସବୁଠାରୁ ବଡ ରନ ବ୍ୟବଧାନରେ ହାରିଯାଇଛି ମେନ୍ ଇନ୍ ବ୍ଲୁ।  

ଗତକାଲି ନଟିଂହାମରେ ଖେଳାଯାଇଥିବା ତୃତୀୟ ଟିଟ୍ବେଣ୍ଟିରେ ଇଂଲଣ୍ଡଠାରୁ ୧୨୫ ରନରେ ପରାସ୍ତ ହୋଇଛି ଆୟାରଙ୍କ ଟିମ୍ । ଆଉ  ଟିମ୍ ଇଣ୍ଡିଆର ଏହି ପ୍ରଦର୍ଶନ ପରେ ଆୟରଙ୍କ ନେତୃତ୍ବକୁ ନେଇ ଉଠିଛି ପ୍ରଶ୍ନ । କାରଣ ନୂଆ ଅଧିନାୟକ ଶ୍ରେୟସ୍  ଆୟରଙ୍କ ଅଧୀନରେ ଭାରତ ଲଗାତାର ଚାରିଟି ମ୍ୟାଚ୍ ହାରିସାରିଛି। ଗତକାଲି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଇଂଲିଶ୍ ଟିମ୍ ୭ ୱିକେଟ ହରାଇ ୨୦୧ ରନ୍ କରିଥିଲା । ୨୦୨ ରନ୍ ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ଆରମ୍ଭରୁ ପ୍ରଭାବହୀନ ବ୍ୟାଟିଂ କରିଥିଲା।

ଦୁଇ ଓପନର୍ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ସହ ପାୱାର ପ୍ଲେ’ ଭିତରେ ଅଧା ଦଳ ହରାଇ ଘୋର ସଙ୍କଟରେ ପଡ଼ିଥିଲା ଭାରତ। ଦଳର ୬ଜଣ ବ୍ୟାଟର୍ ଏକ ଅଙ୍କ ଆଗକୁ ବଢ଼ି ପାରି ନଥିଲେ। ଶେଷରେ ଭାରତର ପାଳି ୧୧.୪ ଓଭରରେ ମାତ୍ର ୭୬ ରନ୍ ରେ ଅଟକି ଯାଇଥିଲା। ୭ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁବାରେ ବିଫଳ ହୋଇଥିଲେ ।

ଏହି ଏକତରଫା ମୁକାବିଲାରେ ଭାରତ ମଧ୍ୟ ନିଜ ସର୍ବନିମ୍ନ ଟ୍ବେଣ୍ଟି-୨୦ ସ୍କୋର୍ କରିବାରୁ ଅଳ୍ପକେ ବର୍ତ୍ତି ଯାଇଛି। ପୂର୍ବରୁ ୨୦୦୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୭୪ ରନ୍ କରି ଅଲ୍ ଆଉଟ ହୋଇଥିଲା । 

୨୦୨ ରନ୍ ଟାର୍ଗେଟର ପିଛା କରି ୭୬ ରନରେ ଅଲଆଉଟ୍
ୟୁରୋପରେ ଲଗାତର ୪ଟି ମ୍ୟାଚରେ ହାରିଲା ଭାରତ
ଇଂଲଣ୍ଡଠାରୁ ଲଗାତର ୨ଟି ମ୍ୟାଚରେ ହାରିଲାଣି ଟିମ୍ ଇଣ୍ଡିଆ
ଆର୍ୟଲାଣ୍ଡଠାରୁ ୦-୨ରେ ହାରିଥିଲା ଭାରତୀୟ ଦଳ

କାହିଁକି ହାରିଲା ଭାରତ ? 

୨୦୦ରୁ ଅଧିକ ରନ୍ ଦେଇ ଚାପଗ୍ରସ୍ତ ହେଲା ଟିମ୍ ଇଣ୍ଡିଆ
ଇଂଲଣ୍ଡ ବ୍ୟାଟରଙ୍କୁ ରୋକିବାରେ ବିଫଳ ଭାରତୀୟ ବୋଲର
ବ୍ୟାଟିଂ ଅନୁକୂଳ ପିଚରେ ଭାରତୀୟ ବ୍ୟାଟର ଫେଲ୍
ପାୱାର ପ୍ଲେ ମଧ୍ୟରେ ଅଧା ଭାରତୀୟ ବ୍ୟାଟର ପାଭିଲିୟନ୍ ଫେରିଲେ
ଆକ୍ରମଣାତ୍ମକ ବ୍ୟାଟିଂ କରିବାକୁ ଯାଇ ବ୍ୟାଟର ଆଉଟ୍

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।