Arrested: ବଜ୍ରକାପ୍ତା  ଚୋରାଚାଲାଣ ବେଳେ ମାଡ଼ି ବସିଲା ବନବିଭାଗ, ଅଭିଯୁକ୍ତ ଗିରଫ

Sep 01, 2026 - 15:27
Arrested: ବଜ୍ରକାପ୍ତା  ଚୋରାଚାଲାଣ ବେଳେ ମାଡ଼ି ବସିଲା ବନବିଭାଗ, ଅଭିଯୁକ୍ତ ଗିରଫ

"ବଣାଇଗଡ଼: ଏକ ବଜ୍ରକାପ୍ତା ଚୋରା ଚାଲାଣ ର଼୍ୟାକେଟରେ ସମ୍ପୃକ୍ତ ଜଣେ ଚାଲାଣକାରୀଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି ବଣାଇ ବନବିଭାଗ।

ଗିରଫ ଅଭିଯୁକ୍ତ ହେଲେ  ଲହୁଣୀପଡ଼ା ଥାନା ଅନ୍ତର୍ଗତ ମହୁଲତା ଗ୍ରାମର ରଇବୁ ମୁଣ୍ଡା  (୪୧)।

ଉଦ୍ଧାର ବଜ୍ରକାପ୍ତାଟି ୩ ଫୁଟ୍‌ ଲମ୍ବର ହୋଇଥିବାବେଳେ ଓଜନ ୩,୫୦୦ କିଗ୍ରା ହେବ।

ଏନେଇ ବନବିଭାଗ ରଇବୁ ବିରୋଧରେ ମାମଲା  ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।Advertisment ଗୁପ୍ତ ଭାବରେ ତଦନ୍ତ ଆରମ୍ଭ କରିଥିଲା ବନବିଭାଗ ସୂଚନା ଅନୁଯାୟୀ  ସପ୍ତାହ ପୂର୍ବରୁ ବଣାଇଁ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କ ନିକଟକୁ ବିଶେଷ ସୂତ୍ରରୁ ବଜ୍ରକାପ୍ତା ଚୋରାଚାଲାଣ ନେଇ ଖବର ଆସିଥିଲା।

ତତ୍ପରତା ଦେଖାଇଥିଲା ବନବିଭାଗ, ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ  ସହକାରୀ ବନ ସଂରକ୍ଷକ ସୁମିତ୍ ମହାନ୍ତି ଏବଂ ଦୁର୍ଯ୍ୟୋଧନ ଜେରେଇଙ୍କ ନେତୃତ୍ୱରେ ଦୁଇଟି ଟିମ୍ ଗଠନ କରାଯାଇ ଗୁପ୍ତ ଭାବରେ ତଦନ୍ତ ଆରମ୍ଭ କରିଥିଲା ବନବିଭାଗ।

ସୋମବାର ଏକ ମାରୁତି ଏର୍ଟିଗା କାରରେ ମୁଖ୍ୟ ଅଭିଯୁକ୍ତ ଯାଉଥିବା ବେଳେ ୧୪୩ ନମ୍ବର ଜାତୀୟ ରାଜପଥର କେନାଭେଟା ନିକଟରେ ଅଟକାଇ ପଚରାଉଚରା କରିବା ପରେ ସବୁସତ କଥା ମାନି ଥିଲା ଅଭିଯୁକ୍ତ ରଇବୁ।

ବଜ୍ରକାପ୍ତାକୁ ମହୁଲତା ଗ୍ରାମର ଏକ ଚାଷ ଜମିରେ ଲୁଚାଇ ରଖିଥିବା ବେଳେ ଉକ୍ତ ଟିମ୍ ଆସାମୀକୁ ନେଇ ଠିକଣା ସ୍ଥାନରୁ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲା।

ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ଅଭିଯୁକ୍ତ ରଇବୁକୁ ଗିରଫ କରି ତଦନ୍ତ ପରେ କୋର୍ଟ ଚାଲାଣ କରିଛି ବନବିଭାଗ।

ଆଜି ଏନେଇ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ କାର୍ଯ୍ୟାଳୟ ପରିସରରେ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଥିବା ବେଳେ ଏହି ଚୋରା ଚାଲାଣରେ ଅଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ସନ୍ଦେହ ଥିବାରୁ  ତଦନ୍ତକୁ ଆହୁରି ବ୍ୟାପକ କରାଯିବ ବୋଲି ଅଧିକାରୀ କହିଛନ୍ତି।

ଉକ୍ତ ଚଢ଼ାଉରେ ବଣାଇ ରେଞ୍ଜ ଅଧିକାରୀ ଦେବାଶିଷ ନାୟକ,କୁଳିପୋଷ ରେଞ୍ଜ ଅଧିକାରୀ ଶିବ ନାରାୟଣ ବେହେରା, ବନପାଳ ଜ୍ଞାନ ରଞ୍ଜନ ମହାନ୍ତି, ବନପାଳ ଅମିତ ବେହେରା, ଉତ୍କଳ କେଶରୀ ରାଉତଙ୍କ ସମେତ ରାପିଡ ରେସ୍ପନ୍ସ ଟିମ୍ ସାମିଲ ହୋଇଥିଲେ।

Lord Jagnnath: ମହାପ୍ରଭୁଙ୍କ ରାହୁରେଖାଲାଗି ନୀତି: ଆସନ୍ତାକାଲି ସାଢ଼େ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)