Arrested for Bribe ୫୦ହଜାର ଟଙ୍କା ଲାଞ୍ଚ ନେଇ ମାଥିଲି ଜେଏମ୍‌ଏଫ୍‌ସି କୋର୍ଟର ବରିଷ୍ଠ କିରାଣୀ ଗିରଫ

Sep 10, 2026 - 22:20
Arrested for Bribe ୫୦ହଜାର ଟଙ୍କା ଲାଞ୍ଚ ନେଇ ମାଥିଲି ଜେଏମ୍‌ଏଫ୍‌ସି କୋର୍ଟର ବରିଷ୍ଠ କିରାଣୀ ଗିରଫ

"ଭୁବନେଶ୍ବର: ଦୁଇଟି ଜାମିନବିହୀନ ପରୁୱାନା ମାମଲାରେ ରିହାତି ପ୍ରଦାନ କରିବା ନିମନ୍ତେ ଜଣେ ବ୍ୟକ୍ତିଙ୍କ ନିକଟରୁ ୫୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍‌ସ) ଟିମ୍‌ ହାତରେ ର‌ଙ୍ଗେହାତ ଧରାପଡ଼ିଛନ୍ତି ମାଲକାନଗିରି ଜିଲ୍ଲା ମାଥିଲି ପ୍ରଥମଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍‌ (ଜେଏମ୍‌ଏଫ୍‌ସି) କୋର୍ଟର ବରିଷ୍ଠ କିରାଣୀ ଅଚ୍ୟୁତ କୁମାର ପ୍ରଧାନ।Advertisment Lathikata Tehsildar Held ୫ଲକ୍ଷ ଟଙ୍କା ଧରି ପଳାଉଥିଲେ ଲାଠିକଟା ତହସିଲଦାର, ହାବୁଡ଼ିଗଲେ ଭିଜିଲାନ୍‌ସ ଭିଜିଲାନ୍‌ସ ବିଭାଗ ଠାରୁ ମିଳିଥିବା ସୂଚନାନୁସାରେ, ଅଭିଯୋଗକାରୀଙ୍କ ସମ୍ପର୍କୀୟ ପୁତୁରା/ଭଣଜାଙ୍କ ବିରୋଧରେ ଲାଗିଥିବା ଦୁଇଟି ଜାମିନବିହୀନ ପରୁୱାନାରେ ରିହାତି ପ୍ରଦାନ କରିବାକୁ ବରିଷ୍ଠକିରାଣୀ ପ୍ରଧାନ ୫୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଏନେଇ ଅଭିଯୋଗକାରୀ ଭିଜିଲାନ୍‌ସର ଦ୍ବାରସ୍ଥ ହୋଇଥିଲେ।

ଆଜି ଯୋଜନାବଦ୍ଧ ଭାବେ ଭିଜିଲାନ୍‌ସ ଟିମ୍‌ ରଙ୍ଗେହାତ ଧରିବାକୁ ଛକି ବସିଥିଲେ।

ଲାଞ୍ଚଟଙ୍କା ଗ୍ରହଣ କରିବା ବେଳେ ଅଚ୍ୟୁତଙ୍କୁ ଟିମ୍‌ ଧରିଥିଲେ।

Odisha Vigilance ୩୫ ହଜାର ଟଙ୍କା ଲାଞ୍ଚ ନେଇ ରଙ୍ଗେହାତ ଧରାପଡ଼ିଲେ ସିଉଳା ଆର୍‌ଆଇ ଓ ଏଆର୍‌ଆଇ ଧରାପଡ଼ିବା ପରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଆଶଙ୍କାରେ ଅଚ୍ୟୁତଙ୍କ ଘରେ ଚଢ଼ାଉ କରାଯାଇଛି।

ଏନେଇ କୋରାପୁଟ ଭିଜିଲାନ୍‌ସ ଥାନାରେ ଦୁର୍ନୀତି ନିବାରଣ ଆଇନର ଧାରା ୭ରେ ନଂ ୨୦/୨୦୨୫ରେ ଏକ ମାମଲା ରୁଜୁ କରାଯାଇ ପରବର୍ତ୍ତୀ ତଦନ୍ତ ଜାରି ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)