Arrested: ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଦେଉଥିବା ୧୦ ଜଣଙ୍କୁ ଗିରଫ କଲା କାଶ୍ମୀର ପୁଲିସ

Oct 30, 2026 - 13:57
Arrested: ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଦେଉଥିବା ୧୦ ଜଣଙ୍କୁ ଗିରଫ କଲା କାଶ୍ମୀର ପୁଲିସ

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଉଥିବା ଏକ ବଡ଼ ମଡ୍ୟୁଲର ପର୍ଦ୍ଦାଫାଶ କରିବାରେ ଜମ୍ମୁ-କାଶ୍ମୀର ପୁଲିସ ସଫଳ ହୋଇଛି।

ଏହି ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ୧୦ ଜଣ ଓଭରଗ୍ରାଉଣ୍ଡ ୱର୍କର୍ ଙ୍କୁ ଗିରଫ କରାଯାଇଥିବା ନେଇ ଶୁକ୍ରବାର ପୁଲିସ ଅଧିକାରୀମାନେ ସୂଚନା ଦେଇଛନ୍ତି।

Advertisment ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ କାଶ୍ମୀରରେ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଚାନ୍ଦା ଏବଂ ଆର୍ଥିକ କାରବାର ମାଧ୍ୟମରେ ସହାୟତା ଯୋଗାଇ ଦିଆଯାଉଥିବା ନେଇ ଗୁପ୍ତ ସୂଚନା ମିଳିବା ପରେ ପୁଲିସ ପକ୍ଷରୁ ଏକ ପ୍ରତ୍ୟକ୍ଷ ତଦନ୍ତ ଅଭିଯାନ ଆରମ୍ଭ କରାଯାଇଥିଲା।

ବିଭିନ୍ନ ସ୍ଥାନରେ ରେଡ୍ ଜାରି ଏହି ଅଭିଯାନରେ ଗିରଫ ହୋଇଥିବା ୧୦ ଜଣ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ ନେଟୱର୍କକୁ କେବଳ ଆର୍ଥିକ ନୁହେଁ, ବରଂ ଲଜିଷ୍ଟିକାଲ୍ (ରହିବା, ଖାଇବା ଓ ଯାତାୟାତ) ସହାୟତା ମଧ୍ୟ ଯୋଗାଇ ଦେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

BJP VS AAP: ଯମୁନା ନଦୀର ସଫେଇକୁ ନେଇ ବିଜେପି-ଆପ୍ ମୁହାଁମୁହିଁ ତେବେ ଗିରଫ ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା କରାଯାଉଥିବା ବେଳେ ଏହି ଆର୍ଥିକ ମଡ୍ୟୁଲ୍ ସହ ଜଡ଼ିତ ଅନ୍ୟ ସନ୍ଦିଗ୍ଧମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)