School Closed: ଜୁଲାଇ ୬ରେ କଟକ ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ ଛୁଟି; ପ୍ରବଳ ବର୍ଷା ପାଇଁ ନିର୍ଦ୍ଦେଶ

Jul 05, 2026 - 22:41
School Closed: ଜୁଲାଇ ୬ରେ କଟକ ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ ଛୁଟି; ପ୍ରବଳ ବର୍ଷା ପାଇଁ ନିର୍ଦ୍ଦେଶ

"କଟକ: ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତାକାଲି ପାଇଁ ସତର୍କ ସୂଚନା ଜାରି କରାଯାଇଛି।

ଏଥିରେ କୁହାଯାଇଛି ଯେ, ରାଜ୍ୟର କିଛି ସ୍ଥାନରେ ମଧ୍ୟମରୁ ପ୍ରବଳ ‌ବର୍ଷା ହୋଇପାରେ, ଯେଉଁଥିରେ କଟକ ଜିଲ୍ଲା ମଧ୍ୟ ସାମିଲ ରହିଛି।

Advertisment ପାଣିପାଗ ବିଭାଗର ସତର୍କ ସୂଚନା ପରେ କଟକ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେଇଛନ୍ତି।

ଜିଲ୍ଲାପାଳ ଆଜି ନିର୍ଦ୍ଦେଶନାମା ଜାରି କରିବା ସହିତ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଆସନ୍ତାକାଲି (ଜୁଲାଇ ୬) ତାରିଖ ପାଇଁ ଛୁଟି ଘୋଷଣା କରିଛନ୍ତି।

ଏହି ହିସା‌ବରେ କଟକ ଜିଲ୍ଲାରେ ଆସନ୍ତାକାଲି ସମସ୍ତ ସରକାରୀ ଏବଂ ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।

ଏଥିରେ ଅଙ୍ଗନବାଡ଼ି, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସାମିଲ ରହିଛି।

ସେହିପରି ମହାନଦୀରେ ଗାଧୋଇବା, ପହଁରିବା ଉପରେ କଟକଣା ଜାରି ହୋଇଛି।

ଶିକ୍ଷାନୁଷ୍ଠାନ ଛୁଟି ନେଇ କଟକ ମହାନଗର ନିଗମ ଏବଂ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି।

ନଦୀଘାଟରେ ସତର୍କମୂଳକ ପଦକ୍ଷେପ ନେବା ପାଇଁ ଏଥିରେ ପରାମର୍ଶ ଦିଆଯାଇଛି।

ସେହିପରି ସମସ୍ତ ଥାନାର ଆଇଆଇସିଙ୍କୁ ମଧ୍ୟ ପ୍ରସ୍ତୁତ ରହିବାକୁ କୁହାଯାଇଛି।

ଘରୋଇ ଏବଂ ସରକାରୀ ସଂସ୍ଥା ଦ୍ବାରା ପରିଚାଳିତ ସମସ୍ତ ନିର୍ମାଣ କାମ ଆସନ୍ତାକାଲି ବନ୍ଦ ରହିବ।

କିନ୍ତୁ ବନ୍ୟା ପରିଚାଳନା ପାଇଁ ଉଦ୍ଦୀଷ୍ଟ ନିର୍ମାଣ କାମ ଉପରେ କଟକଣା ଲାଗିବ ନାହିଁ।

Rain in Delhi: ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁ ବିମାନ ସେବା ବାଧାପ୍ରାପ୍ତ "